Advertisment

ରାହୁଲ ଗାନ୍ଧିଙ୍କ ଭାଷଣରେ ଲାଗିଲା କଇଁଚି

ରାହୁଲ ଗାନ୍ଧି ବୟାନର ୭ଟି ପଏଣ୍ଟକୁ ସଂସଦ ରେକର୍ଡରୁ ହଟାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ହିନ୍ଦୁ କହୁଥିବା ଲୋକେ ହିଂସା କରନ୍ତି। ଗତକାଲି ଆକ୍ରମଣାତ୍ମକୁ ମୁଡ୍‌ରେ ୧୦୦ ମିନିଟ୍‌ କାଳ ଏଭଳି କିଛି ବିବାଦିୟ ବୟାନ ଦେଇଥିଲେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏବେ ଏହି ବୟାନ ଉପରେ ବୁଲିଛି କଇଁଚି। ସେ ଦେଇଥିବା ମନ୍ତବ୍ୟକୁ ଲୋକସଭା ରେକର୍ଡରୁ କାଟି ଦିଆଯାଇଛି।

Advertisment

ରାହୁଲ ଗାନ୍ଧି ବୟାନର ୭ଟି ପଏଣ୍ଟକୁ ସଂସଦ ରେକର୍ଡରୁ ହଟାଇ ଦିଆଯାଇଛି। ହିନ୍ଦୁ ଓ ହିଂସା, ଅଳ୍ପସଖ୍ୟକ, ଅଗ୍ନିବୀର ସେନା ହେଉଛି ପିଏମ୍‌ଓ ଯୋଜନା, ବିଜେପି ୨୪ ଘଣ୍ଟା ଘୃଣା ପ୍ରଚାର କରୁଛି, ମୋଦିଙ୍କୁ ଦେଖିଲେ ହସ ଲାଗୁନି, ଅମ୍ବାନି ଓ ଆଦାନୀଙ୍କ ବିରୋଧରେ ଟିପ୍ପଣୀ ଓ କୋଟାରେ ନୀଟ୍‌ ପରୀକ୍ଷ ଓ ଧନୀ ଲୋକଙ୍କୁ ଲାଭ ଦିଆଯାଉଥିବା ମନ୍ତବ୍ୟକୁ କାଟି ଦିଆଯାଇଛି।

କହିରଖୁ ଯେ, ସୋମବାର ରାହୁଲ ଗାନ୍ଧି ବିରୋଧୀ ଦଳର ନେତା ଭାବରେ ତାଙ୍କର ପ୍ରଥମ ଭାଷଣ ଦେଇଛନ୍ତି। ବିଜେପିକୁ ଟାର୍ଗେଟ କରି ରାହୁଲ ଗାନ୍ଧି କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ ଘଣ୍ଟା ହିଂସା, ଘୃଣା ଏବଂ ମିଥ୍ୟା ପ୍ରଚାର ଜାରି ରଖନ୍ତ। ସେମାନେ ଆଦୌ ହିନ୍ଦୁ ନୁହନ୍ତି। ହିନ୍ଦୁ ଧର୍ମରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜଣେ ସତ୍ୟ ସହିତ ଠିଆ ହେବା ଉଚିତ ଏବଂ ସତ୍ୟରୁ କେବେ ବି ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ। ଅହିଂସା ବିସ୍ତାର ହେବା ଉଚିତ୍‌।

Advertisment

ରାହୁଲ ଗାନ୍ଧିଙ୍କ ଏହି ମନ୍ତବ୍ୟ ବେଳେ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା। ଶାସକ ଦଳ ଏହାକୁ ନେଇ ଜୋରଦାର ବିରୋଧ କରିଥିଲେ। ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରାହୁଲ ଗନ୍ଧିଙ୍କ ବୟାନକୁ ନେଇ ମଧ୍ୟ ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ।

ଯେତେବେଳେ ରାହୁଲଙ୍କ ବୟାନରେ ପ୍ରଧାନମନ୍ତ୍ରୀ ମୋଦି ଆପତ୍ତି କରିଥିଲେ ସେତେବେଳେ ବିରୋଧି ଦଳ ନେତା କହିଥିଲେ ଯେ ମୁଁ ବିଜେପିକୁ ହିଂସା ବୋଲି କହିଛି, ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ। ବିଜେପି ସମଗ୍ର ହିନ୍ଦୁ ସମାଜ ନୁହେଁ। ଆରଏସଏସ ସମଗ୍ର ହିନ୍ଦୁ ସମାଜ ନୁହେଁ।

Congress Rahul Gandhi Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe