Advertisment

ବାଲାସାହେବ ବଞ୍ଚିଥିବା ବେଳେ ଶିବ ସେନା ଦାୟିତ୍ୱ ଉଦ୍ଧବଙ୍କୁ ଦେବା ସପକ୍ଷରେ କହିଥିଲେ: ପାୱାର

ନାମ ଏବଂ ପ୍ରତୀକକୁ ନେଇ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ଏକ ନାଥ ସିନ୍ଦେ ଗୋଷ୍ଟୀଙ୍କ ମଧ୍ୟରେ ବିବାଦ ଥମୁନି।

author-image
Tapas Behera
Sharad pawar Uddhav thackeray

Sharad pawar Uddhav thackeray

ନାମ ଏବଂ ପ୍ରତୀକକୁ ନେଇ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ଏକ ନାଥ ସିନ୍ଦେ ଗୋଷ୍ଟୀଙ୍କ ମଧ୍ୟରେ ବିବାଦ ଥମୁନି। ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା  ଭାବେ ମାନ୍ୟତା ଦେବା ଏବଂ ତାଙ୍କ ପାଇଁ ‘ଧନୁ ତୀର’ ଚିହ୍ନ ଆବଣ୍ଟନ କରାଯିବା ଉଦ୍ଧବ ଠାକରେଙ୍କୁ ଯେଉଁ ଶକ୍ତ ଧକ୍କା ଲାଗିଛି ତାହା ଦିନକୁ ଦିନକୁ ଅଧିକ ଗଭୀର ହେଉଛି। ତେଶୁ ଏହି ମାମଲାରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ବେଳେ ଆଜି ଏନସିପି ମୁଖ୍ୟ ଶରଦ ପାୱାର ମୁହଁ ଖୋଲିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନିର୍ବାଚନ କମିଶନ ଏବଂ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ରାଜନୈତିକ ଦଳ ଉପରେ ଶକ୍ତ ପ୍ରହାର। ନିଜେ ବାଲାସାହେବ ଠାକରେ ଶେଷ ସମୟରେ ଶିବସେନାର ଦାୟିତ୍ୱ ପୁଅ ଉଦ୍ଧବ ଠାକରେଙ୍କୁ ଦିଆଯିବା ସପକ୍ଷରେ ମତ ଦେଇଥିଲେ।

Advertisment

ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ଆୟୋଗ କିଛି ଦିନ ତଳେ ଏକ ରାୟ ଦେଇଛନ୍ତି । ଶିବସେନା ଏବଂ ଏହାର ପ୍ରତୀକ ଅନ୍ୟ କାହାକୁ ଦେଇଛନ୍ତି। ରାଜନୈତି ଦଳ ଉପରେ ଏହା ଏକ ବଡ ଆକ୍ରମଣ ବୋଲି ସେ କହିଛନ୍ତି। କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରି ପାୱାର କହିଛନ୍ତି, ଯାହା ଶାସକ ଚାହୁଁଛନ୍ତି ଆଜି ନିର୍ବାଚନ ଆୟୋଗ ଏବଂ ଅନ୍ୟାନ୍ୟ ସଂଗଠନ ନିଷ୍ପତ୍ତି ନେଉଛନ୍ତି । ଆଜି ମୋଦୀଙ୍କ ନେତୃତ୍ୱରେ ଦେଶରେ କାର୍ଯ୍ୟ କରୁଥିବା ସଂଗଠନ ଭାବୁଛି ଯେ, ସେମାନେ ନିଜ ହାତରେ ସବୁ କ୍ଷମତା ରଖିବେ। ବିଜେପିକୁ ସମାଲୋଚନା କରି ସେ କହିଛନ୍ତି ଯେ, ଗୋଟିଏ ଆଦର୍ଶ ଏବଂ ଦଳ ଦେଶରେ ଭାଇଚାରାକୁ ନଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ଦେଶର ସଂସ୍ଥା ଉପରେ ସେପରି ଆକ୍ରମଣ ହୋଇ ନ ଥିଲା। ନରେନ୍ଦ୍ର ମୋଦିଙ୍କ ଶାସନରେ ଦେଶର ସଂସ୍ଥା ଉପରେ ଆକ୍ରମଣ କରାଯାଇଥିଲା। ଆଜିର ସରକାର ଅନ୍ୟ ରାଜନୈତିକ ଦଳମାନଙ୍କୁ କାମ କରିବାକୁ ଅନୁମତି ଦେବାକୁ ଚାହୁଁନାହାଁନ୍ତି। ନିର୍ବାଚନ ଆୟୋଗ ବ୍ୟବହାର କରାଯାଉଛି। ମହାରାଷ୍ଟ୍ରରେ ରାଜନୈତିକ ଦଳକୁ ଟାର୍ଗେଟ୍‌ କରାଯାଇଛି। ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି କେବେ ଦେଇ ନ ଥିଲେ। ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗର ଏପରି ନିଷ୍ପତ୍ତି ଦେଖିଛି।
ଏହା ବ୍ୟତୀତ ଶରଦ ପାୱାର କଂଗ୍ରେସ ଏବଂ ଏନସିପି ମଧ୍ୟରେ ହୋଇଥିବା ଲଢେଇ ମନେ ପକାଇ କହିଛନ୍ତି, ବାଲାସାହେବ ଠାକରେଙ୍କ ଦ୍ୱାରା ଶିବସେନା ଗଠନ କରାଯାଇଥିଲା ଏବଂ ଏହାର ନିର୍ବାଚନ ପ୍ରତୀକ ଆୟୋଗ ଅନ୍ୟ କାହାକୁ ଦିଆଯାଇଛି। ପାର୍ଟି ଏବଂ ନିର୍ବାଚନ ଚିହ୍ନକୁ ନେଇ ମୋର ମଧ୍ୟ କଂଗ୍ରେସ ସହ ଝଗଡା ହୋଇଥିଲା। କିନ୍ତୁ ସେହି ସମୟରେ ନିର୍ବାଚନ ଆୟୋଗର ନିଷ୍ପତ୍ତି ସଠିକ ଥିଲା।