Advertisment

ଗଡ଼କରୀ ଓ ଫଡ଼ନାଭିସଙ୍କ ଗଡ଼ରେ ବିଜେପିକୁ ଜୋରଦାର ଝଟକା

ବିଜେପିର ଗଡ଼ ଭାବେ ପରିଚିତ ନାଗପୁର ଆସନରେ ହାରିଛନ୍ତି ଦଳର ପ୍ରାର୍ଥୀ।

author-image
Hemant Lenka
BJP

BJP

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଓ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଗଡ଼ରେ ବିଜେପିକୁ ଲାଗିଛି ଶକ୍ତ ଝଟକା। ବିଜେପିର ଗଡ଼ ଭାବେ ପରିଚିତ ନାଗପୁର ଆସନରେ ହାରିଛନ୍ତି ଦଳର ପ୍ରାର୍ଥୀ। ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ଏଠାରେ ଅନୁଷ୍ଠିତ ନିର୍ବାଚନରେ ବିରୋଧୀ ମହା ବିକାଶ ଅଘାଡ଼ି (ଏମଭିଏ) ପ୍ରାର୍ଥୀ ବାଜିମାତ କରିଛି। 

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ନାଗପୁରରେ ଆରଏସଏସ୍‌ର ମୁଖ୍ୟାଳୟ ମଧ୍ୟ ରହିଛି। ପାରମ୍ପରିକ ଭାବେ ନାଗପୁର ବିଜେପିର ଗଡ଼ ଭାବେ ପରିଚିତ ଓ ଏଠାରେ ଦଳର ପ୍ରାର୍ଥୀ ହିଁ ସବୁ ନିର୍ବାଚନରେ ଜିତୁଥିଲେ। ହେଲେ ଏଥର ବିଧାନ ପରିଷଦ ନିର୍ବାଚନରେ ବ୍ୟତିକ୍ରମ ଦେଖାଦେଇଛି।

ନାଗପୁର ଟିଚର୍ସ ଆସନରେ ଏମଭିଏ ପକ୍ଷରୁ ସୁଧାକର ଆଡବାଲେ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ସମର୍ଥନରେ ନାଗୋ ଗାନର ପ୍ରାର୍ଥୀ ହୋଇଥିଲେ। ନାଗୋଙ୍କ ବିଜେପି ସହ ଶିବସେନାର ଏକନାଥ ସିନ୍ଦେ ଗ୍ରୁପ ସମର୍ଥନ କରିଥିଲା। ସେହିପରି ସୁଧାକରଙ୍କ ସମର୍ଥନରେ ଶିବସେନା, କଂଗ୍ରେସ ଓ ଏନସିପି ରହିଥିଲେ।

Advertisment

ଆସନ୍ତା ୭ ତାରିଖରେ ୫ ବିଧାନ ପରିଷଦ ସଭ୍ୟ(ଟିଚର୍ସର ୩ଟି ଓ ଗ୍ରାଜ୍ୟୁଏଟ୍ସର ୨ଟି ଆସନ)ଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ଏହି ଆସନଗୁଡ଼ିକ ପାଇଁ ସୋମବାର ଭୋଟ ହୋଇଥିଲା।

କୋଙ୍କଣ ଟିଚର୍ସ ଆସନରେ ରେକର୍ଡ ୯୧.୨% ଭୋଟ ହୋଇଥିବା ବେଳେ ନାଶିକ ଡିଭିଜନ ଗ୍ରାଜ୍ୟୁଏଟ୍ସ ଆସନରେ ସବୁଠାରୁ କମ ୪୯.୨୮% ମତଦାନ ହୋଇଥିଲେ। ଔରଙ୍ଗାବାଦ ଓ ନାଗପୁର ଟିଚର୍ସ ଆସନରେ ଯଥାକ୍ରମେ ୮୬% ଏବଂ ୮୬.୨୩% ଭୋଟ ପଡ଼ିଥିଲା।

Bjp MVA