AAP Former MLA Join Congress
ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ଏଥିପାଇଁ ଜୋରସୋର୍ରେ ଚାଲିଛି ପ୍ରସ୍ତିତୁ। ଦିଲ୍ଲୀ କବ୍ଜା କରିବାକୁ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ। ପୂର୍ବରୁ ଶାସନ ଗାଦିରେ ବସିଥିବା ଆମ ଆଦମୀ ପାର୍ଟି ତା’ର ସତ୍ତା ବଜାୟ ରଖିବାକୁ ପ୍ରାଣପଣେ ଚେଷ୍ଟା ଜାରି ରଖିଛି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆପ୍କୁ ଲାଗିଛି ଝଟ୍କା। ଦୁଇ ପୂର୍ବତନ ବିଧାୟକ ଝାଡୁ ଛାଡି ହାତ ଧରିଛନ୍ତି।
ଆମ୍ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ଆସିମ ଅହମଦ ଖାନ୍ ଓ ଦେବେନ୍ଦ୍ର ସହରାବତ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମନିଫେଷ୍ଟୋ ପ୍ରସ୍ତୁତ କରିବାକୁ କଂଗ୍ରେସର ଦିଲ୍ଲୀ ୟୁନିଟ୍ ସୋମବାର ଏକ ବୈଠକ କରିଥିଲା। ଏହି ବୈଠକରେ ପରେ ଆପ୍ର ଏହି ଦୁଇ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି।
କଂଗ୍ରେସର ଦିଲ୍ଲୀ ୟୁନିଟର ମୁଖ୍ୟ ଦେବେନ୍ଦ୍ର ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ‘କଂଗ୍ରେସ ଦଳ ଆଦର୍ଶ ଓ ରୀତିନୀତିରେ ଅନୁପ୍ରାଣିତ ହୋଇ ଉଭୟ ନେତା ଦାଳରେ ସାମିଲ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ପରିବାରକୁ ଉଭୟଙ୍କୁ ସ୍ୱାଗତ। ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଦଳ ନୂତନ ଶକ୍ତି ପାଇବ।’
आज मटियामहल विधानसभा से असीम जी को कांग्रेस पार्टी की सदस्यता ग्रहण करवाई।
असीम जी ने यह महत्वपूर्ण निर्णय #कांग्रेस_पार्टी की विचारधारा एवं रीति-नीति से प्रेरित होकर लिया है।आपका कांग्रेस परिवार में हार्दिक स्वागत है। मुझे पूरा विश्वास है कि आपके नेतृत्व में पार्टी को नई… pic.twitter.com/9ycaHy9ZYY
— Devender Yadav (@devendrayadvinc) December 23, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
