Advertisment

ନ୍ୟାଶନାଲ ହେରାଲ୍ଡ କେସ: ଅପରାଧରୁ ମିଳିଥିଲା ୧୪୨ କୋଟି, ଲାଭ ପାଇଛନ୍ତି ରାହୁଲ ଓ ସୋନିଆ!

ମାମଲା ସହ ଜଡ଼ିତ ୭୫୧.୯ କୋଟି ଟଙ୍କାର ସମ୍ପତ୍ତିକୁ ୨୦୨୩ ନଭେମ୍ବରରେ ଜବତ କରାଯାଇଥିଲା। କିନ୍ତୁ ସେଯାଏ ସେଗୁଡ଼ିକୁ ଅଭିଯୁକ୍ତମାନେ ନିଜ ଅଧୀନରେ ରଖି ଅପରାଧ ଘଟାଇ ଚାଲିଥିଲେ।

author-image
Hemant Lenka
Gandhi Family

Gandhi Family

ନ୍ୟାଶନାଲ ହେରାଲ୍ଡ ମାମଲାରେ ବଢ଼ିଛି ଗାନ୍ଧି ପରିବାରର ଅଡ଼ୁଆ। ବୁଧବାର ଦିଲ୍ଲୀର ଗୋଟିଏ କୋର୍ଟଙ୍କୁ ଇଡି କହିଛି ଯେ ତଦନ୍ତ ଚାଲିଥିବା ନ୍ୟାଶନାଲ ହେରାଲ୍ଡର ମନି ଲଣ୍ଡରିଂ ମାମଲା ସହ ଜଡ଼ିତ ଅପରାଧରୁ ଆୟ ହୋଇଥିବା ୧୪୨ କୋଟି ଟଙ୍କାରୁ ପ୍ରମୁଖ ଲାଭ ଉଠାଇଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯୁକ୍ତି କରି ଯେ ପ୍ରିଭେସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଗୋଟିଏ କେସ୍‌ ରୁଜୁ ହେବାକୁ ଉପଯୁକ୍ତ ପ୍ରମାଣ ମିଳି ସାରିଛି।

Advertisment

ଇଡି ଏପରି ଯୁକ୍ତି ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେଙ୍କ ଆଗରେ ଉପସ୍ଥାପନ କରିଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତାମାନଙ୍କ ବିରୋଧରେ ଇଡି କରିଥିବା ଅଭିଯୋଗର ବିଚାର କରାଯିବ କି ନାହିଁ, ତା’ର ଶୁଣାଣି ହେଉଛି। ଏହି ଶୁଣାଣି ସମୟରେ ଇଡି ଏପରି ତଥ୍ୟ ଉପସ୍ଥାପନ କରିଛି।

ପୂରା ମାମଲା ୨୦୧୪ ମସିହାରେ ବିଜେପି ନେତା ସୁବ୍ରମଣିଅନ ସ୍ୱାମୀ କରିଥିବା ଅଭିଯୋଗ ଉପରେ ବିଚାର କରାଯାଉଛି। ଏହାର ବିଚାର ୨୦୧୪ ମସିହା ଜୁନ ମାସରେ ମାଜିଷ୍ଟ୍ରେଟ କୋର୍ଟ ଆରମ୍ଭ କରିଥିଲେ। ଏହାପରେ ଇଡି ପୂରା ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା। ଇଡି ଗାନ୍ଧି ପରିବାରକୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଛନ୍ଦିବାକୁ ଚେଷ୍ଟା କରିଥିବା ବେଳେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଏହାକୁ ବିରୋଧ କରିଛନ୍ତି। ସେ ଅଭିଯୋଗର ଜବାବ ଦେବାକୁ ଅତିରିକ୍ତ ସମୟ ମାଗିଛନ୍ତି। ମାମଲା ସହ ଜଡ଼ିତ ଦସ୍ତାବିଜ ୫ ହଜାର ପୃଷ୍ଠା ବିଶିଷ୍ଟ। ତେଣୁ ଏହାକୁ ପଢ଼ି ଜବାବ ରଖିବା ପାଇଁ ଅତିରିକ୍ତ ସମୟ ଦରକାର ବୋଲି ସେ କହିଛନ୍ତି।

Advertisment

ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ(ଏଏସଜି) ଏସ୍‌ଭି ରାଜୁ କୋର୍ଟଙ୍କୁ କହିଛନ୍ତି ଯେ ୟଙ୍ଗ ଇଣ୍ଡିଆନ ଗୋଟିଏ ଛଦ୍ମ ବେଶୀ କମ୍ପାନୀ ଥିଲା। କଂଗ୍ରେସ ଦଳକୁ ମିଳୁଥିବା ସାଧାରଣ ଚାନ୍ଦାକୁ ବ୍ୟକ୍ତିଗତ ସମ୍ପତ୍ତିରେ ବଦଳାଇବା ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ମାମଲା ସହ ଜଡ଼ିତ ୭୫୧.୯ କୋଟି ଟଙ୍କାର ସମ୍ପତ୍ତିକୁ ୨୦୨୩ ନଭେମ୍ବରରେ ଜବତ କରାଯାଇଥିଲା। କିନ୍ତୁ ସେଯାଏ ସେଗୁଡ଼ିକୁ ଅଭିଯୁକ୍ତମାନେ ନିଜ ଅଧୀନରେ ରଖି ଅପରାଧ ଘଟାଇ ଚାଲିଥିଲେ। ଜବତ ସମ୍ପତ୍ତି ଗୁଡ଼ିକରୁ ୧୪୨ କୋଟି ଟଙ୍କା ଆୟ ହୋଇଥିଲା। ଏହାର ଲାଭ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ଉଠାଇଥିବା ସେ ଯୁକ୍ତି ଉପସ୍ଥାପନ କରିଥିଲେ।

ଇଡି ରୁଜୁ କରିଥିବା ମାମଲାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ସାମ ପିଟ୍ରୋଡା, ସୁମନ ଦୁବେ, ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିଃ ଓ ଏହା ସହ ଦୁଇଟି ସଂସ୍ଥାକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ଇଡିର କହିବା କଥା ଯେ ନ୍ୟାଶନାଲ ହେରାଲ୍ଡ ଖବରକାଗଜର ପବ୍ଲିଶର ସାଜିଥିବା ଆସୋସିଏଟ ଜର୍ଣ୍ଣାଲ୍ସ ଲିଃ(ଏଜେଏଲ)ର ସମ୍ପତ୍ତିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଇୟଙ୍ଗ ଇଣ୍ଡିଆନକୁ ପ୍ରତିଷ୍ଠା କରାଯାଇଥିଲା। ଏଜେଏଲର ପ୍ରାୟ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ଏଜେଏଲ ଅକ୍ତିଆର କରିଥିଲା।

Congress ED Raid Delhi National Herald