Advertisment

ବେନାମୀ ସମ୍ପତ୍ତି ମାମଲା, ଅଜିତ ପାଓ୍ୱାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

୨୦୨୧ରେ ଆୟକର ବିଭାଗ ବେନାମୀ ସମ୍ପତ୍ତି ମାମଲାରେ ଅଜିତ ପାୱାର, ତାଙ୍କ ପୁଅ ପାର୍ଥ ପାୱାର ଏବଂ ପତ୍ନୀ ସୁମିତ୍ରା ପାୱାରଙ୍କ ସମ୍ପତ୍ତି ଜବତ କରିଥିଲା।

author-image
Madhupriya Mistry
Ajit Pawar

Ajit Pawar

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ବେନାମୀ ସମ୍ପତ୍ତି ମାମଲାରେ କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଦିଲ୍ଲୀର ବେନାମୀ ଟ୍ରିବ୍ୟୁନାଲ ପକ୍ଷରୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମହାରାଷ୍ଟ୍ରରେ ମହାୟୁତି ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କୁ ବଡ଼ ଆରାମ ମିଳିଛି। ଦିଲ୍ଲୀର ବେନାମୀ ପ୍ରପର୍ଟି ଟ୍ରିବ୍ୟୁନାଲ ଆୟକର ବିଭାଗ ଜବତ କରିଥିବା ତାଙ୍କ ସମ୍ପତ୍ତି ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୧ରେ ଆୟକର ବିଭାଗ ବେନାମୀ ସମ୍ପତ୍ତି ମାମଲାରେ ଅଜିତ ପାୱାର, ତାଙ୍କ ପୁଅ ପାର୍ଥ ପାୱାର ଏବଂ ପତ୍ନୀ ସୁମିତ୍ରା ପାୱାରଙ୍କ ସମ୍ପତ୍ତି ଜବତ କରିଥିଲା। ୭ ଅକ୍ଟୋବର ୨୦୨୧ରେ ବିଭିନ୍ନ କମ୍ପାନୀ ଉପରେ ଚଢ଼ାଉ ବେଳେ ଆୟକର ବିଭାଗ କିଛି କାଗାଜପତ୍ର ଜବତ କରିଥିଲା। ଏହି ଦସ୍ତାବିଜଗୁଡିକ ଅଜିତ ପାଓ୍ୱାର ଏବଂ ତାଙ୍କ ପରିବାର ବେନାମୀ ସମ୍ପତ୍ତିର ବୋଲି ଆୟକର ବିଭାଗ ଦାବି କରିଥିଲା। ତେବେ ବେନାମୀ ନିରାକରଣ ଆପିଲ୍ ଟ୍ରିବ୍ୟୁନାଲ୍ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ଏହା ପରେ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ବିରୋଧରେ ଆୟକର ବିଭାଗ ଆବେଦନ କରିଥିଲା।

Advertisment

କହିରଖୁ ଯେ ମହାରାଷ୍ଟ୍ରରେ ପୁଣି ଥରେ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାର ଗଠନ ହୋଇଛି। ବିଜେପିର ବିରଷ୍ଠ ନେତା ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିବା ବେଳେ ତାଙ୍କ ସହ ଅଜିତ ପାଓ୍ୱାର ଓ ଶିବସେନା ନେତା ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Benami Case Maharashtra Ajit Pawar