Advertisment

ବ୍ରିଜଭୂଷଣଙ୍କ ବିରୋଧରେ ମିଳିଲା ଯୌନ ନିର୍ଯାତନାର ତଥ୍ୟ, ଚାର୍ଜଫ୍ରେମ କଲେ କୋର୍ଟ

ତାଙ୍କ ବିରୋଧରେ ୬ ଜଣ ମହିଳା ରେସଲର ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

Brij Bhushan

Brij Bhushan

Advertisment

ବଢ଼ିଲା ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡ଼ୁଆ। ଆଜି ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ତାଙ୍କ ବିରୋଧରେ ୬ ଜଣ ମହିଳା ରେସଲର ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

Advertisment

କୋର୍ଟ କହିଛନ୍ତି ଯେ ୬ଟିରୁ ୫ଟି ମାମଲାରେ ଚାର୍ଜଫ୍ରେମ କରିବାକୁ ବ୍ରିଜଭୂଷଣଙ୍କ ବିରୋଧରେ ଆବଶ୍ୟକ ତଥ୍ୟ ମିଳିଛି। କୋର୍ଟ ୫ଟି ମାମଲାରେ ଆଇପିସିର ଧାରା ୩୫୪ ଓ ୩୫୪ଡିରେ ଚାର୍ଜଫ୍ରେମ କରିଥିବା ବେଳେ ବ୍ରିଜଭୂଷଣଙ୍କ ବିରୋଧରେ ଥିବା ୬ଟି ମାମଲାକୁ ତଥ୍ୟ ଅଭାବରୁ ଖାରଜ କରି ଦେଇଛନ୍ତି।

ଏପ୍ରିଲ ୧୮ରେ କୋର୍ଟ ଚାର୍ଜଫ୍ରେମ ସମ୍ପର୍କରେ ରାୟ ଦେବାର ଥିଲା। କିନ୍ତୁ ବ୍ରିଜଭୂଷଣ କୋର୍ଟରେ ଗୋଟିଏ ଆବେଦନ କରିଥିଲେ।। ୨୦୨୨ ସେପ୍ଟେମ୍ବର ୭ରେ ସେ କୁସ୍ତି ମହାସଂଘ ଅଫିସରେ ଥିବା ନେଇ ରିପୋର୍ଟର ପୁନଃ ଯାଞ୍ଚ ପାଇଁ ଦାବି କରତଥିଲେ। ତେବେ ତାଙ୍କ ଆବେଦନ ଏପ୍ରିଲ ୨୬ରେ ଖାରଜ ହୋଇ ଯାଇଥିଲା। 

Advertisment

ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୁଲିସ୍‌ ଗତବର୍ଷ ଜୁନରେ ଚାର୍ଜଶିଟ ଦାଖଲ କରତଥିଲା। ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ପୁଲିସ୍‌ ଚାର୍ଜଶିଟ ଦାଖଲ କରିଥିଲା। ଧାରା ୩୫୪, ୩୫୪-ଏ, ୩୫୪-ଡି ଓ ୫୦୬ ଦଫାରେ ପୁଲିସ ଚାର୍ଜଶିଟ ଫାଇଲ କରିଥିଲା। 

କୁସ୍ତି ମହାସଂଘର ସଭାପତି ଥିବା ବେଳେ ବ୍ରିଜଭୂଷଣ ଦେଶର ଏକାଧିକ ଷ୍ଟାର ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ରେସଲରମାନେ ତାଙ୍କ ବିରୋଧରେ ବିକ୍ଷୋଭ ମଧ୍ୟ କରିଥିଲେ। 

Delhi Indian Wrestler Brij Bhushan Sharan Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe