Advertisment

Bihar Election: ବିହାର ନିର୍ବାଚନ ପୂର୍ବରୁ ଲାଲୁ ପରିବାରକୁ କୋର୍ଟ ଝଟକା, ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ

ଡିଲ ବଦଳରେ ଲାଲୁ ପ୍ରସାଦ ଯାଦବ ଗୋଟିଏ ବେନାମୀ କମ୍ପାନୀ ଦ୍ୱାରା ୩ ଏକରର ପ୍ରାଇମ ଜମି ପାଟନାରେ ହାସଲ କରିଥିଲେ। ୨୦୧୭ରେ ଏନେଇ ସିବିଆଇ ଲାଲୁ ପ୍ରସାଦ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଗୋଟିଏ ଏଫଆଇଆର ରୁଜୁ କରିଥିଲା।

RJD

ତେଜସ୍ୱୀ, ଲାଲୁ ଓ ରାବରୀ ଦେବୀ (ଫାଇଲ ଫଟୋ)

Advertisment

ଆସନ୍ତା ୬ରୁ ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ। ଏହାପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ(Lalu Prasad Yadav) ଓ ପରିବାର ସଦସ୍ୟଙ୍କୁ ବଡ଼ ଝଟକା ଲାଗିଛି। ଦୁର୍ନୀତି ମାମଲାରେ ଦିଲ୍ଲୀର ଗୋଟିଏ କୋର୍ଟ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବରୀ ଦେବୀ(Rabri Devi) ଓ ପୁଅ ତଥା ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ(Tejashwi Yadav)ଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଲାଲୁ ପ୍ରସାଦ ଓ ତାଙ୍କ ପରିବାର ଦୋଷକୁ ଗ୍ରହଣ କରି ନାହାନ୍ତି। ତେଣୁ ଏବେ ମାମଲାର ଶୁଣାଣି ଚାଲିବ। 

Advertisment

ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଆଜି ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ନୀତି ନିର୍ବାରଣ ଆଇନ ଅଧୀନରେ ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ଲାଲୁ ଓ ତାଙ୍କ ପୁଅ ତେଜସ୍ୱୀ ଦୋଷ ସ୍ୱୀକାର କରିନଥିବା ବେଳେ ରାବରୀ ଦେବୀ ମାମଲାକୁ ଭୁଲ ବୋଲି ଦର୍ଶାଇଛନ୍ତି।

ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ଯାଏ କେନ୍ଦ୍ରରେ ରେଳବାଇ ମନ୍ତ୍ରୀ ଥିବା ସମୟ ସହ ଏହି ମାମଲା ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଆଇଆରସିଟିସି ହୋଟେଲଗୁଡ଼ିକର ମରାମତା ପାଇଁ ଦିଆଯାଇଥିବା ଅନୁମତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ବିଏନଆର ରାଞ୍ଚି ଓ ବିଏନଆର ପୁରୀର ମରାମତି ଠିକା ସୁଜାତା ହୋଟେଲକୁ ଦିଆଯାଇଥିଲା। ସୁଜାତା ହୋଟେଲର ନିର୍ଦ୍ଦେଶକ ହେଉଛନ୍ତି ବିନୟ ଓ ବିଜୟ କୋଚର।

Advertisment

ଏହି ଡିଲ ବଦଳରେ ଲାଲୁ ପ୍ରସାଦ ଯାଦବ ଗୋଟିଏ ବେନାମୀ କମ୍ପାନୀ ଦ୍ୱାରା ୩ ଏକରର ପ୍ରାଇମ ଜମି ପାଟନାରେ ହାସଲ କରିଥିଲେ। ୨୦୧୭ରେ ଏନେଇ ସିବିଆଇ ଲାଲୁ ପ୍ରସାଦ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଗୋଟିଏ ଏଫଆଇଆର ରୁଜୁ କରିଥିଲା।

ସିବିଆଇ ଦିଲ୍ଲୀ କୋର୍ଟକୁ କହିଛି ଯେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ଏଜେନ୍ସି ପାଖରେ ଉପଯୁକ୍ତ ଦସ୍ତାବିଜ ରହିଛି। ତେବେ ଲାଲୁ ପ୍ରସାଦଙ୍କ ଓକିଲ ସିବିଆଇର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଟେଣ୍ଡର ସଂପୂର୍ଣ୍ଣ ଭାବେ ସ୍ୱଚ୍ଛ ଉପାୟରେ ଦିଆଯାଇଥିବା କହିଛନ୍ତି। 

କୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ “ସମ୍ଭାବ୍ୟ ଜାଲିଆତିକୁ ଠକେଇ ଭାବେ ବିବେଚନା କରାଯିବ। ରାଜସ୍ୱ କ୍ଷତି କୌଣସି ଗୋଟିଏ ତ୍ରୁଟି ନୁହେଁ, ବରଂ ଏହା ଆର୍ଥିକ କ୍ଷତି। ଏହା ପଛର ଷଡ଼ଯନ୍ତ୍ର ଲୁଚି ରହିଛି। କିନ୍ତୁ ଏହା କୋର୍ଟ ଦୃଷ୍ଟିରୁ ବର୍ତ୍ତି ପାରି ନାହିଁ।”

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଲାଲୁ ପ୍ରସାଦ ଯାଦବ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ବିରାଟ ଷଡ଼ଯନ୍ତ୍ର କରିଥିଲେ। ସେ ନିଜ ପଦର ଅପବ୍ୟବହାର କରିଛନ୍ତି। ସେ ଟେଣ୍ଡରକୁ ଅନୁମତି ଦେଇ ବହୁତ କମ ଟଙ୍କାରେ ମୂଲ୍ୟବାନ ଜମି କିଣିଥିଲେ ବୋଲି କୋର୍ଟ କହିଛନ୍ତି। 

ଆରଜେଡି(RJD) ବିହାର ବିଧାନସଭା ନିର୍ବାଚନ(Bihar Election) ପାଇଁ ପ୍ରସ୍ତୁତ ହେଉଥିବା ବେଳେ କୋର୍ଟ ଏପରି ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେବା ଦଳ ପାଇଁ ବହୁତ ବଡ଼ ଝଟକା ସଦୃଶ ହୋଇଛି। ଏହି ପ୍ରସଙ୍ଗରେ ଏବେ ଶାସକ ଏନଡିଏ ବିରୋଧୀ ଆରଜେଡିକୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି। 

Bihar Election RJD Rabri Devi Tejashwi Yadav Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe