Advertisment

ଆଗୁଆ ଘୋଷଣା ହେଲା ଶୀତ ଛୁଟି, ୯ରୁ ୧୮ ସ୍କୁଲ ବନ୍ଦ

ପିଲାଙ୍କୁ ଏବେ ଶୀତ ଦିନର ୧୦ ଦିନିଆ ଛୁଟି ଡିସେମ୍ବର ବଦଳରେ ନଭେମ୍ବରରେ ମିଳିବ।

School Closed

School Closed

Advertisment

ଘୋଷଣା ହେଲା ଆଗୁଆ ଶୀତ ଛୁଟି। ନଭେମ୍ବର ୯ରୁ ୧୮ ସ୍କୁଲ ବନ୍ଦ କଲେ ସରକାର। ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଅର୍ଥାତ ପିଲାଙ୍କୁ ଏବେ ଶୀତ ଦିନର ୧୦ ଦିନିଆ ଛୁଟି ଡିସେମ୍ବର ବଦଳରେ ନଭେମ୍ବରରେ ମିଳିବ। ଏ ସବୁ ଛୁଟିକୁ ଓ୍ୱିଣ୍ଟର ବ୍ରେକ୍‌ ସହ ଆଡଜଷ୍ଟ କରାଯିବ।

Advertisment

ଦିଲ୍ଲୀ ସରକାରଙ୍କ କହିବା ମୁତାବକ, ଡିସେମ୍ବର-ଜାନୁଆରୀର ଓ୍ୱିଣ୍ଟର ବ୍ରେକ ଏବେ ପିଲାଙ୍କୁ ଦିଆଯିବ। ବିଷାକ୍ତ ବାୟୁ ଓ ବଢ଼ୁଥିବା ପ୍ରଦୂଷଣ ମାତ୍ରାକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି। ଏଭଳି କରିବା ଦ୍ୱାରା ପିଲାମାନେ ସୁରକ୍ଷିତ ରହିପାରିବେ।

ଲଗାତର ୬ ଦିନ ଯାଏ ସହରରେ ବିଷାକ୍ତ ବାୟୁ ତଥା ଧୂଆଁ ପ୍ରବାହିତ ହେଉଛି। ଏହି କାରଣରୁ ସ୍କୁଲଗୁଡିକୁ ଆସାନ୍ତା ୯ ତାରିଖରୁ ୮ ତାରିଖ ଯାଏଁ ଶୀତକାଳୀନ ଅବକାଶ ପାଇଁ ବନ୍ଦ ରଖାଯିବାକୁ କୁହାଯାଇଛି। ସମସ୍ତ ସ୍କୁଲଗୁଡିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ବେଶ୍‌ ଭୟଙ୍କର ରହିଛି। ଦିଲ୍ଲୀ ବର୍ତ୍ତମାନ ଗ୍ୟାସ ଚାମ୍ବର ପାଲଟିଛି। ଚାରିଆଡେ ଧୂଆଁର କଳା ଚାଦର ଢ଼ାଙ୍କ ହୋଇ ରହିଛି। ଲୋକଙ୍କ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି। ଏଥିଲାଗି ସମସ୍ତ ନିର୍ମାଣାଧୀନ କାମ ଉପରେ ରୋକ ଲଗାଯାଇଛି। ଏଥିସହ ଖୁବଶୀଘ୍ର ଅଡ୍‌-ଇଭେନ୍‌ ଲାଗୁ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Delhi Pollution School-closed Air Pollution Winter Break
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe