Advertisment

ସଫା ହେବେ ଆତଙ୍କବାଦୀ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ଗୃହମନ୍ତ୍ରୀ

ଏହି ବୈଠକରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ, ଏନଏସଏ ମୁଖ୍ୟ ଅଜିତ ଡୋଭାଲ, ଗୃହ ସଚିବ, ଆଇବି ଚିଫ୍, ର' ଚିଫ୍, ଏଆଇଏ ଡିଜି, ସମସ୍ତ ଅର୍ଦ୍ଧସାମରିକ ବଳର ଡିଜି, ସ୍ଥଳସେନା ଓ ବାୟୁସେନାର ମୁଖ୍ୟ ଓ ଅଧିକାରୀ ଯୋଗ ଦେବେ।

AMIT-SHAH

AMIT-SHAH

Advertisment

ଜମ୍ମୁ କଶ୍ମୀରରେ ଦିନକୁ ଦିନ ବଢ଼ି ଚାଲିଛି ଆତଙ୍କବାଦୀ ଆକ୍ରମଣ। ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଲଗାତର ଆକ୍ରମଣ କରୁଛନ୍ତି। ତେଣୁ ଏସବୁ ଆକ୍ରମଣ ଓ ଅମରନାଥ ଯାତ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।

Advertisment

ଏହି ବୈଠକରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ, ଏନଏସଏ ମୁଖ୍ୟ ଅଜିତ ଡୋଭାଲ, ଗୃହ ସଚିବ, ଆଇବି ଚିଫ୍, ର' ଚିଫ୍, ଏଆଇଏ ଡିଜି, ସମସ୍ତ ଅର୍ଦ୍ଧସାମରିକ ବଳର ଡିଜି, ସ୍ଥଳସେନା ଓ ବାୟୁସେନାର ମୁଖ୍ୟ ଓ ଅଧିକାରୀ ଯୋଗ ଦେବେ। ଏମାନଙ୍କ ସହ ମିଶି ଘାଟିରୁ ଆତଙ୍କବାଦକୁ ସଫା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ଗୃହମନ୍ତ୍ରୀ।

ରବିବାର ହେବାକୁ ଥିବା ଏହି ବୈଠକରେ ଉପତ୍ୟକାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ଜୋରଦାର କରିବାକୁ ସୁରକ୍ଷା ବାହିନୀ ଏବଂ ସାମରିକ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇପାରେ। ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି, ଆନ୍ତର୍ଜାତୀୟ ସୀମା ଏବଂ ସୀମାରେଖାରେ ସୁରକ୍ଷାବଳଙ୍କ ନିଯୁକ୍ତି ତଥା ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିବେ।

Advertisment

ସେହିପରି ଚଳିତ ମାସ ୨୯ ତାରିଖରୁ ଅମରନାଥ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ଏବଂ ଭକ୍ତମାନଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ସମୀକ୍ଷା କରିବେ। ଏଥିସହ ଅମରନାଥ ଯାତ୍ରାରେ କଡା ସୁରକ୍ଷା ସହ ଆବଶ୍ୟକ ଯାଞ୍ଚ ବ୍ୟବସ୍ଥା କରାଯିବ। ଅମରନାଥ ଯାତ୍ରାର ରୁଟରେ ଯେପରି କୌଣସି ସମସ୍ୟା ନସୃଷ୍ଟି ହୁଏ ସେଥିପ୍ରତି ମଧ୍ୟ ଏଆଇ କଡ଼ା ନଜର ରଖିବ ବୋଲି ଜଣାପଡିଛି।

ଗତ ସପ୍ତାହରେ ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ଆତଙ୍କବାଦୀମାନେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପରେ ପରେ ଆତଙ୍କବାଦୀମାନେ କାଠୁଆ ଏବଂ ଡୋଡା ଜିଲ୍ଲାର ଚାରୋଟି ଭିନ୍ନ ଭିନ୍ନ ସ୍ଥାନ ଉପରେ ମଧ୍ୟ ଆକ୍ରମଣ କରିଥିଲେ।

Jammu Kashmir Amit Shah High Level Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe