Advertisment

ଫାଶୀ ପାଇଁ ବାକି ଥିଲା ୨୪ ଘଣ୍ଟା, ୟେମେନରେ କେରଳ ନର୍ସକୁ ମିଳିଲା ବଡ଼ ଆଶ୍ୱସ୍ତି

ୟେମେନରେ କାର୍ଯ୍ୟ କରୁଥିବା ନିମିଶା ତାଙ୍କର ଜଣେ ବ୍ୟବସାୟିକ ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ ତାଙ୍କୁ ହଇରାଣ କରୁଥିବାରୁ ନିମିଶା ତାଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

author-image
Hemant Lenka
Nimisha

Nimisha

ୟେମେନରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା କେରଳ ନର୍ସ ନିମିଶା ପ୍ରିୟାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆସନ୍ତାକାଲି ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯିବାର ଥିଲା। ତାଙ୍କୁ ବଞ୍ଚାଇବାର କୌଣସି ଉପାୟ ଆଉ ନଥିବା ଭାରତ ସରକାର ମଧ୍ୟ କହିଥିଲେ। କିନ୍ତୁ ଆଜି ୟେମେନରେ ଘନଘନ ବୈଠକ ବସିବା ସହ ନିମିଶାଙ୍କ ଫାଶୀ ଦଣ୍ଡ ଉପରେ ସ୍ଥାନୀୟ ପ୍ରଶାସନ ରୋକ ଲଗାଇ ଦେଇଛନ୍ତି।

Advertisment

ୟେମେନରେ କାର୍ଯ୍ୟ କରୁଥିବା ନିମିଶା ତାଙ୍କର ଜଣେ ବ୍ୟବସାୟିକ ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ ତାଙ୍କୁ ହଇରାଣ କରୁଥିବାରୁ ନିମିଶା ତାଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ନିମିଶା ପ୍ରିୟାଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇବାକୁ ଯୋଜନା କରାଯାଇଥିଲା। କିନ୍ତୁ ଏବେ ଖବର ମିଳିଛି ଯେ ନିମିଶାଙ୍କ ଫାଶୀକୁ ସ୍ଥଗିତ କରି ଦିଆଯାଇଛି। ଫାଶୀ ଦଣ୍ଡ ଉପରେ ରୋକ ଲାଗିଥିଲେ ହେଁ ନିମିଶା ରିଲିଜ ହେବେ ନାହିଁ କିମ୍ବା ତାଙ୍କୁ ଏବେ ଭାରତ ପଠାଯିବ ନାହିଁ।

Advertisment

ଏବେ ସେ ହୌତି କବଜରାରେ ଥିବା ୟେମେନର ସାନା ସହରରେ ରହିଛନ୍ତି। ହୌତି ବିଦ୍ରୋହୀଙ୍କ ସହ ଭାରତର କୌଣସି ପ୍ରକାରର କୂଟନୀତିକ ସମ୍ପର୍କ ନାହିଁ। ଏଥିପାଇଁ ଭାରତ ସରକାର ନିମିଶାଙ୍କ ଫାଶୀ ଦଣ୍ଡ ବିରୋଧରେ କିଛି ବି କରିପାରିବେ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇ ଦେଇଥିଲେ। ଏଥିସହ ବ୍ଲଡ ମନି ହିଁ ଫାଶୀ ଦଣ୍ଡ ଉପରେ ରୋକ ଲଗାଇବାର ଏକମାତ୍ର ବିକଳ୍ପ ବୋଲି କହିଥିଲେ। ପୀଡ଼ିତଙ୍କ ପରିବାର ସହ ବୁଝାମଣା ହୋଇପାରିଲେ ଫାଶୀ ଉପରେ ରୋକ ଲାଗି ପାରିବ ବୋଲି ସରକାର ମତ ରଖିଥିଲେ।

ଏବେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହ ବୁଝାମଣା କରି ନିମିଶାଙ୍କ ଫାଶୀକୁ ସ୍ଥଗିତ କରି ଦିଆଯାଇଥିବା ଜଣାପଡ଼ିଛି। କେରଳରେ ରହୁଥିବା ବାପା ମା’ଙ୍କୁ ଆର୍ଥିକ ସ୍ତରରେ ସହାୟତା କରିବା ପାଇଁ ନିମିଶା ପ୍ରିୟା ୟେମେନ ଯାଇ ନର୍ସ ଭାବେ କାମ ‌ଆରମ୍ଭ କରିଥିଲେ।

ପ୍ରଥମେ ସେ ଏକାଧିକ ହସ୍ପିଟାଲରେ କାମ କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ନିଜସ୍ୱ କ୍ଲିନିକ ଖୋଲିଥିଲେ। ସ୍ଥାନୀୟ ଆଇନ ଅନୁସାରେ ସେ ନିଜ ବ୍ୟବସାୟରେ ସ୍ଥାନୀୟ ଅଞ୍ଚଳର ୩୭ ବର୍ଷୀୟ ତାଲାଲ ଅବଦୋଲ ମେହଦିଙ୍କୁ ସାମିଲ କରିଥିଲେ। ଉଭୟ ପାର୍ଟନର ଭାବେ କ୍ଲିନକ ଚଳାଇଥିଲେ।

ସମୟକ୍ରମେ ମେହଦି ତାଙ୍କୁ ହଇରାଣ କରିଥିଲେ। ସେ ଟଙ୍କା ଚୋରି କରିବା ସହ ନିମିଶାଙ୍କ ପାସପୋର୍ଟ ଛଡ଼ାଇ ନେଇଥିଲେ। ତାଙ୍କୁ ୟେମେନ ବାହାରକୁ ଛାଡ଼ୁ ନଥିଲେ। ମେହଦିଙ୍କ କବଜାରେ ଅଣନିଃଶ୍ୱାସୀ ହୋଇ ପଡ଼ିଥିବା ନିମିଶା ଶେଷରେ କୌଣସି ବିକଳ୍ପ ନ ପାଇ ୨୦୧୭ରେ ଗୋଟିଏ ନିଶା ଇଞ୍ଜେକସନ ତାଙ୍କୁ ଦେଇଥିଲେ। ସେ ଅଚେତ ହେବା ପରେ ନିମିଶା ନିଜ ପାସପୋର୍ଟ ହାସଲ କରି ଭାରତ ଫେରିଯିବେ ବୋଲି ଆଶା କରିଥିଲେ। କିନ୍ତୁ ଭୁଲ ବଶତଃ ଅଚେତ ହେବା ବଦଳରେ ମେହଦିଙ୍କ ଜୀବନ ଚାଲି ଯାଇଥିଲା। ତଥାପି ନିମିଶା ୟେମେନ ଛାଡ଼ିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା।

ସରକାର ନିମିଶାଙ୍କ ମାମଲା ଲଢ଼ିବାକୁ ଜଣେ ୟେମେନ ଓକିଲଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ କୋର୍ଟରେ ତାଙ୍କର ସବୁ ଆବେଦନ ଖାରଜ ହୋଇଯାଇଥିଲା। ପ୍ରଥମେ ତଳ କୋର୍ଟ ଓ ୨୦୨୩ରେ ୟେମେନର ସୁପ୍ରିମ ନ୍ୟାୟିକ ପରିଷଦ ନିମିଶାଙ୍କୁ ମିଳିଥିବା ଫାଶୀ ଦଣ୍ଡକୁ କାଏମ ରଖିଥିଲେ। ଶେଷରେ ୟେମେନ ରାଷ୍ଟ୍ରପତି ମଧ୍ୟ ଫାଶୀ ଦଣ୍ଡ ଉପରେ ମୋହର ଲଗାଇଥିଲେ।

Yemen Kerala Nurse In Yemen Jail