Advertisment

ଓ୍ୱାକଫ ବୋର୍ଡରେ କୌଣସି ବି ପରିବର୍ତ୍ତନ ମଞ୍ଜୁର ନୁହେଁ: ମୁସଲିମ ପର୍ସନାଲ ଲ’ ବୋର୍ଡ

ଓ୍ୱାକଫ୍‌ ବୋର୍ଡର ଅଧିକାର ହ୍ରାସକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁସଲିମ ପର୍ସନାଲ ଲ’ ବୋର୍ଡ କହିଛି।

All India Muslim Personal Law Board

All India Muslim Personal Law Board

Advertisment

ୱାକଫ ବୋର୍ଡରେ ସଂଶୋଧନ ବିଲ୍ ଏପର୍ଯ୍ୟନ୍ତ ସଂସଦରେ ଉପସ୍ଥାପିତ ହୋଇନାହିଁ। କିନ୍ତୁ ଏହାକୁ ନେଇ ଚାରିଆଡେ ଉତ୍ତେଜନା ପ୍ରକାଶ ପାଇଛି। ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ’ବୋର୍ଡ ଏହାକୁ ବିରୋଧ କରିଛି। ୱାକଫ ଆକ୍ଟ ୨୦୧୩ରେ କୌଣସି ବି ପରିବର୍ତ୍ତନ ମଞ୍ଜୁର ନୁହେଁ ବୋଲି ସେ କହିଛି।

Advertisment

ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ’ବୋର୍ଡ ଏକ ବୟାନ ଜାରି କରି କୁହାଯାଇଛି ଯେ, ଓ୍ୱାକଫ ଆକ୍ଟରେ କୌଣସି ବି ପରିବିର୍ତ୍ତନକୁ ଗ୍ରହଣ କରାଯିବ ନାହିଁ। ଓ୍ୱାକଫ୍‌ ବୋର୍ଡର ଅଧିକାର ହ୍ରାସକୁ ବରଦାସ୍ତ କରାଯିବ ନାହିଁ। ଏଥିରେ ସଂଶୋଧନ ହେବା ଦ୍ୱାରା ଜମି ହଡପ କରିବା ସହଜ ହୋଇଯିବ। ସରକାର ଏହି ଆଇନ୍‌ରେ କୌଣସି ସଂଶୋଧ କରିପାରିବ ନାହିଁ। ସେପଟେ ସୁନ୍ନି ଧାର୍ମିକ ନେତା ମୌଲାନା ଖାଲିଦ ରସିଦ ଫିରଙ୍ଗି ମହାଲୀ ୱାକଫ ଆକ୍ଟରେ ସଂଶୋଧନକୁ ଅନାବଶ୍ୟକ ବୋଲି କହିଛନ୍ତି।

ସେପଟେ ଏଆଇଏମ୍‌ଆଇଏମ୍‌ ନେତା ଅସଦ୍ଦୁଦିନ ଓଓ୍ୱେସି ଏହି ସଂଶୋଧନ ବିଲକୁ ୱାକଫ ବୋର୍ଡର ସମ୍ପତ୍ତି ଜବତ କରିବା ପାଇଁ ଷଡଯନ୍ତ୍ର ବୋଲି କହିଛନ୍ତି। ଲକ୍ଷ୍ନୌ ଦାରୁଲଉଲୁମ ମୁଖପାତ୍ର ସୁଫିଆନ ନିଜାମି କହିଛନ୍ତି ଯେ ସରକାର ୱାକଫ ଆଇନକୁ ମଜବୁତ କରିବା ଉଚିତ। ସରକାର ୱାକଫରୁ ବେଆଇନ ଜବରଦଖଲ ହଟାଇବା ଉଚିତ। ସଠିକ ଉଦ୍ଦେଶ୍ୟରେ ସରକାର ବୋର୍ଡକୁ ସାହାଯ୍ୟ କରିବା ଉଚିତ। ୱାକଫ ଆକ୍ଟରେ କୌଣସି ପରିବର୍ତ୍ତନ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି।

Advertisment

କହିରଖୁ ଯେ, ଓ୍ୱାକଫ୍‌ ଆକ୍ଟରେ ପ୍ରମୁଖ ସଂଶୋଧନ କରିବାକୁ ଯାଉଛନ୍ତି ମୋଦି ସରକାର। ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିସାରିଛି। କେନ୍ଦ୍ର ସରକାର କୌଣସି ସମ୍ପତ୍ତିକୁ “ୱାକଫ ସମ୍ପତ୍ତି” କରିବା ଅଧିକାର ଥିବା ୱାକଫ ବୋର୍ଡର କ୍ଷମତାରେ ଅଙ୍କୁଶ ଲଗାଇବାକୁ ଚାହୁଁଥିବା ସୂଚନା ମିଳିଛି।

୪୦ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡ ଦ୍ୱାରା ସମ୍ପତ୍ତି ଉପରେ ଦିଆ ଯାଇଥିବା ଦାବିଗୁଡିକର ବାଧ୍ୟତାମୂଳକ ଯାଞ୍ଚ ହେବ। ୱାକଫ ବୋର୍ଡର ବିବାଦୀୟ ସମ୍ପତ୍ତି ପାଇଁ ବାଧ୍ୟତାମୂଳକ ଯାଞ୍ଚ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ସୂତ୍ର ଅନୁଯାୟୀ ୱାକଫ ଆକ୍ଟରେ ସଂଶୋଧନ ପାଇଁ ଏକ ବିଲ୍ ସଂସଦରେ ଉପସ୍ଥାପିତ ହୋଇପାରେ।

Repeal Of Waqf Act All India Muslim Personal Law Board
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe