Advertisment

ଧର୍ମସ୍ଥଳ ମାମଲାରେ ନୂଆ ଟ୍ୱିଷ୍ଟ: ଅଭିଯୋଗକାରୀ ‘ମାସ୍କ ମଣିଷ’ ଗିରଫ

ଧର୍ମସ୍ଥଳ ମନ୍ଦିର ପ୍ରଶାସନ ଅଧୀନରେ ଏକଦା ସଫେଇ କାମ କରୁଥିଲେ ଅଭିଯୋଗକାରୀ।

Mask

Mask

Advertisment

ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା କର୍ଣ୍ଣାଟକା ଧର୍ମସ୍ଥଳ ସାମୂହିକ ଶବ ସଂସ୍କାର ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ୭୦ରୁ ୮୦ଟି ଶବକୁ ବେଆଇନ ଭାବେ ପୋତି ଦିଆଯାଇଥିବା ଅଭିଯୋଗ କରିଥିବା ମାସ୍କ ମଣିଷକୁ ପୁଲିସ ଗିରଫ କରିଛି। ସେ ଘଟଣାର ତଦନ୍ତ କରୁଥିବା କର୍ଣ୍ଣାଟକା ପୁଲିସ୍‌ର ଏସ୍‌ଆଇଟିକୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।

Advertisment

ଧର୍ମସ୍ଥଳ ମନ୍ଦିର ପ୍ରଶାସନ ଅଧୀନରେ ଏକଦା ସଫେଇ କାମ କରୁଥିଲେ ଅଭିଯୋଗକାରୀ। ଚାକିରି ଶେଷ ହେବା ପରେ ନିକଟରେ ବ୍ୟକ୍ତି ଜଣଙ୍କ ଦାବି କରିଥିଲେ ଯେ ୭୦ରୁ ୮୦ଟି ଶବକୁ ବିଭିନ୍ନ ସ୍ଥାନରେ ଗୁପ୍ତ ଭାବେ ପୋତି ଯାଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଅଭିଯୋଗକାରୀଙ୍କ ପରିଚୟ ଗୁପ୍ତ ରଖାଯାଇଥିଲା। ହେଲେ ଏବେ ଏସଆଇଟି ତାଙ୍କୁ ରାତି ତମାମ ୬ ଘଣ୍ଟା ଜେରା କରିବା ପରେ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଅଭିଯୋଗକାରୀ ନିଜ ଦାବିକୁ ପ୍ରମାଣ କରିବା ପାଇଁ ଗୋଟିଏ ଖପୁରୀ ଉପସ୍ଥାପନ କରିଥିଲେ। ହେଲେ ସେଇଟା ନକଲି ଥିଲା। ଏହାପରେ ତାଙ୍କୁ ବିଭ୍ରାନ୍ତୀକରଣ ଓ ମିଛ ତଥ୍ୟ ଉପସ୍ଥାପନ କରିବା ଅଭିଯୋଗରେ ଗିରଫ କରାଯାଇଛି।

Advertisment

ଅଭିଯୋଗକାରୀ ଜଣଙ୍କ ଜାଣିଶୁଣି ମାଟି ତଳୁ ଖପୁରୀକୁ ବାହାର କରିଥିଲେ। ଏହାକୁ ଜଣେ ପୀଡ଼ୀତାଙ୍କ ବୋଲି ଦର୍ଶାଇ ନିଜ ଅଭିଯୋଗକୁ ସତ ବୋଲି ପୁଲିସ୍‌ ଆଗରେ ଜଣାଇ ହେଇଥିଲେ। କିନ୍ତୁ ସବୁ କିଛି ନାଟକ ଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ଗିରଫଦାରୀ ପରେ ଆଜି ସନ୍ଧ୍ୟାରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ। ଏସଆଇଟି ତାଙ୍କୁ ରିମାଣ୍ତରେ ଆଣିପାରେ। ଧର୍ମସ୍ଥଳର ୧୫ଟି ସନ୍ଦିଗ୍ଧ ସ୍ଥାନରେ ଗୁପ୍ତ ଭାବେ ମୃତଦେହକୁ ପୋତା ଯାଇଥିବା ଅଭିଯୋଗକାରୀ ଦାବି କରିଥିଲେ। ସେଠାରେ ଅନେକ ନାବାଳିକା ଓ ମହିଳାଙ୍କ ମୃତଦେହକୁ ୧୯୯୮ରୁ ୨୦୧୪ ମଧ୍ୟରେ ପୋତା ଯାଇଥିବା ସେ କହିଥିଲେ। କିନ୍ତୁ ସେ ଚିହ୍ନଟ କରିଥିବା ୧୫ଟି ସ୍ଥାନ ମଧ୍ୟରୁ କେବଳ ୬ ନମ୍ବର ସ୍ଥାନରୁ ଜଣେ ପୁରୁଷଙ୍କ କଙ୍କାଳ ମିଳିଥିଲା।

ସବୁବେଳେ ନିଜ ପରିଚୟକୁ ଗୋପନ ରଖୁଥିବା ଅଭିଯୋଗକାରୀ ଜଣଙ୍କ ନିକଟରେ ମାସ୍କ ପିନ୍ଧି ଗଣମାଧ୍ୟମରେ ନିଜ ପକ୍ଷ ରଖିଥିଲେ। ଏହି ସମୟରେ କେବଳ ଗୋଟିଏ ସ୍ଥାନରୁ କଙ୍କାଳ କାହିଁକି ମିଳିଲା ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ସେ ଦେଇଥିଲେ। ତାଙ୍କ କହିବା କଥା ଯେ ଜଙ୍ଗଲ ନଷ୍ଟ, ଜଙ୍ଗଲ ବୃଦ୍ଧି ଓ ନିର୍ମାଣ କାମ ଯୋଗୁ ସମ୍ଭବତଃ ପୋତା ଯାଇଥିବା ସ୍ଥାନକୁ ଚିହ୍ନଟ କରିବାରେ ତ୍ରୁଟି ହୋଇଛି।

ସେ ଆହୁରି ଦାବି କରିଥିଲେ ଯେ ସ୍ଥାନୀୟ ଲୋକମାନେ ଶବ ପୋତାଯିବା ବେଳେ ଦେଖିଥିଲେ। କିନ୍ତୁ କେହି ବି ଶବ ପୋତୁ ଥିବା ଲୋକଙ୍କୁ ପ୍ରଶ୍ନ କିମ୍ବା ଅଟକାଉ ନଥିଲେ।

ଏପରି କଥା କହି ସେ ମନ୍ଦିରର ନାଁକୁ ଖରାପ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସେ କହିଥିଲେ ଯେ “ମନ୍ଦିରର ନାଁକୁ ଖରାପ କରି ମୁଁ କ’ଣ ପାଇବି? ମୁଁ ଜଣେ ହିନ୍ଦୁ। ମୁଁ ଅନୁସୂଚିତ ଜନଜାତିରୁ ଆସିଛି। ଅନେକ ଶବକୁ ଦୀର୍ଘ ଦଶନ୍ଧି ତଳେ ପୋତା ଯାଇଥିଲା। କିଛି ମୃତ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥିବା ଲାଗୁଥିଲା।”

ଏ ସଂକ୍ରାନ୍ତରେ ସେ ମାଜିଷ୍ଟ୍ରେଟଙ୍କ ନିକଟରେ ମଧ୍ୟ ନିଜ ବୟାନ ରେକର୍ଡ କରାଇଥିଲେ।

Karnataka dharmasthala-case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe