Advertisment

MGNREGA: ବେଙ୍ଗଲର ବଡ଼ ବିଜୟ: ୩ ବର୍ଷ ପରେ ମନରେଗା ଯୋଜନା ଆରମ୍ଭ କରିବାକୁ କେନ୍ଦ୍ରକୁ ସୁପ୍ରିମ ନିର୍ଦ୍ଦେଶ

୩ ବର୍ଷ ପରେ ବେଙ୍ଗଲରେ ପୁଣି ମନରେଗା ଯୋଜନାରେ ଲୋକଙ୍କୁ କାମ ମିଳିବ। ପୂର୍ବରୁ କ୍ୟାଲକାଟା ହାଇକୋର୍ଟ ମଧ୍ୟ କେନ୍ଦ୍ରକୁ ସମାନ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

MGNAREGA

representational image

Advertisment

ପଶ୍ଚିମବଙ୍ଗ(West Bengal) ସରକାରଙ୍କ ବଡ଼ ବିଜୟ। ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ୧୦୦ ଦିନର ନିଶ୍ଚିତ କାମ ବା ମନରେଗା ବେଙ୍ଗଲରେ ପୁଣି ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୩ ବର୍ଷ ପରେ ବେଙ୍ଗଲରେ ପୁଣି ମନରେଗା ଯୋଜନାରେ ଲୋକଙ୍କୁ କାମ ମିଳିବ। ପୂର୍ବରୁ କ୍ୟାଲକାଟା ହାଇକୋର୍ଟ ମଧ୍ୟ କେନ୍ଦ୍ରକୁ ସମାନ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏବେ ସୁପ୍ରିମକୋର୍ଟ(Supreme Court)ରେ ବି କେନ୍ଦ୍ରକୁ ନିରାଶ ହେବାକୁ ପଡ଼ିଛି। 

ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ସ୍କିମ ବା ମନରେଗା(MGNREGA)କୁ ୨୦୦୬ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଲଞ୍ଚ କରିଥିଲେ। ବର୍ଷକ ମଧ୍ୟରେ ଲୋକଙ୍କୁ ୧୦୦ ଦିନର ନିଶ୍ଚିତ କାମ ଯୋଗାଇ ଦେବାକୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। 

Advertisment

କିନ୍ତୁ ୨୦୦୨ ମାର୍ଚ୍ଚ ୯ରେ କେନ୍ଦ୍ର ସରକାର ବେଙ୍ଗଲକୁ ମନରେଗା ଅଧୀନରେ ପାଣ୍ଠି ରିଲିଜ କରିବା ବନ୍ଦ କରି ଦେଇଥିଲେ। ମନରେଗା ପାଣ୍ଠିରେ ବେଙ୍ଗଲର ଟିଏମସି ସରକାର ବ୍ୟାପକ ହେରଫେର କରିଥିବା ଅଭିଯୋଗ କରି କେନ୍ଦ୍ର ସରକାର ଏପରି କରିଥିଲେ। ୨୦୨୨ ଅଗଷ୍ଟ ୧ରୁ ମନରେଗା ଯୋଜନାରେ ଆଉ ଲୋକଙ୍କୁ କାମ ମିଳି ନଥିଲା।

ଚଳିତ ବର୍ଷ ଜୁନ ୧୮ରେ କ୍ୟାଲକାଟା ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ୩ ବର୍ଷ ହେଲା ବନ୍ଦ ରହିଥିବା ମନରେଗା ଯୋଜନା ବେଙ୍ଗଲରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ ଯେ ମନରେଗା ଯୋଜନାର ଯେଉଁ ଅବଧି ମଧ୍ୟରେ ଦୁର୍ନୀତି ଅଭିଯୋଗ ହୋଇଛି, ତା’ର ତଦନ୍ତ କରାଯିବ। ହେଲେ ମନରେଗାକୁ ବନ୍ଦ କରାଯାଇ ପାରିବ ନାହିଁ। ଅଗଷ୍ଟ ୧ରୁ କୋର୍ଟ ଏହାକୁ ପୁଣି ଆରମ୍ଭ କରିବାକୁ କେନ୍ଦ୍ରକୁ କହିଥିଲେ। 

ଜୁଲାଇ ୨୨ରେ ଲୋକସଭାକୁ କେନ୍ଦ୍ର ସରକାର କହିଥିଲେ ଯେ ଗ୍ରାମୀଣ ମନ୍ତ୍ରଣାଳୟ ହାଇକୋର୍ଟ ଦେଇଥିବା ବେଙ୍ଗଲ ମନରେଗା(MGNREGA Wage) ରାୟର ସମୀକ୍ଷା କରୁଛନ୍ତି। ଏହାପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପହଞ୍ଚି ହାଇକୋର୍ଟ ରାୟ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। କିନ୍ତୁ ଆଜି କେନ୍ଦ୍ରର ସବୁ ଆବେଦନ ଖାରଜ ହୋଇଛି।

ସୁପ୍ରିମକୋର୍ଟଙ୍କ ରାୟ ପରେ ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏହାକୁ ବେଙ୍ଗଲବାସୀଙ୍କ ଐତିହାସିକ ବିଜୟ ଭାବେ ଚିତ୍ରିତ କରିଛନ୍ତି। ସେ କହିଛନ୍ତି, “ବାହାରୁ ଆସିଥିବା ବଙ୍ଗଳା ବିରୋଧୀ ଜମିଦାରଙ୍କ ପାଇଁ ଏହା ଆଉ ଗୋଟିଏ ବଡ଼ ପରାଜୟ।

ସମ୍ମାନୀୟ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ କ୍ୟାଲକାଟା ହାଇକୋର୍ଟ ରାୟ ବିରୋଧୀ ଆବେଦନକୁ ଖାରଜ କରିଛନ୍ତି। ଏଥିସହ ବେଙ୍ଗଲରେ ମନରେଗା ଯୋଜନା ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଅହଂକାର ଓ ଅନ୍ୟାୟ ବିରୋଧରେ ମୁଣ୍ଡ ନୁଆଁବାକୁ ରାଜି ହୋଇ ନଥିବା ବେଙ୍ଗଲବାସୀଙ୍କ ପାଇଁ ଏହା ଐତିହାସିକ ବିଜୟ।”

Supreme Court West Bengal MGNREGA Wage MGNREGA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe