Advertisment

ପ୍ରିୟଙ୍କା ଗାନ୍ଧୀଙ୍କ PA ନାଁରେ ଏଫ୍‌ଆଇଆର୍‌

ଅର୍ଚ୍ଚନା ଗୌତମଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି।

Archana goutam and Priyanka Gandhi

Archana goutam and Priyanka Gandhi

Advertisment

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପର୍ସନାଲ ଆସିଷ୍ଟାଣ୍ଟ ସନ୍ଦୀପ ସିଂହଙ୍କ ବିରୋଧରେ ଏଫ୍‌ଆଇଆର୍। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୬ର ପ୍ରତିଯୋଗୀ ରହିସାରିଥିବା ଅର୍ଚ୍ଚନା ଗୌତମଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ଏନେଇ ମେରଟର ଏସ୍‌ପି ସୂଚନା ଦେଇଛନ୍ତି। 

Advertisment

ସୂଚନା ମୁତାବକ ସନ୍ଦୀପ ସିଂହଙ୍କ ବିରୋଧରେ ଅର୍ଚ୍ଚନା ଗୌତମଙ୍କୁ ଧମକ ଦେଇଥିବା ଅଭିଯୋଗ ଦାଖଲ ହୋଇଛି। ମେରଟର ପରତାପୁର ଥାନାରେ ଏହି ମାମଲା ରୁଜୁ ହୋଇଛି। ପୁଲିସ ପୂରା ମାମଲାର ଯାଞ୍ଚ ଜାରି ରଖିଛି। 

ଅର୍ଚ୍ଚନା ଗୌତମଙ୍କ ବାପାଙ୍କ ଅଭିଯୋଗ ମୁତାବକ, ସନ୍ଦୀପ ସିଂହ କେବଳ ତାଙ୍କ ଝିଅ ପାଇଁ ଜାତିଆଣ ଶବ୍ଦ ବ୍ୟବହାର କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଆଇପିସି ଏବଂ ଏସସି ଏସଟି ଆକ୍ଟ ଧାରା ୫୦୪, ୫୦୬ ଅନୁଯାୟୀ ଏକ ମାମଲା ରୁଜୁ କରି ମେରଟ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment

ଅର୍ଚ୍ଚନାଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦୀର୍ଘ ଦିନ ଧରି ଭେଟିବାକୁ ଚେଷ୍ଟା କରିଆସୁଥିଲେ ମଧ୍ୟ ସନ୍ଦୀପ ସିଂ ତାଙ୍କୁ ସାକ୍ଷାତ କରିବାକୁ ଦେଉନାହାଁନ୍ତି।

ଏଥର ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ଅନେକ ଟିକେଟ୍ ବଣ୍ଟନ କରିଥିଲେ। ମେରଟର ହାସ୍ତିନାପୁର ଆସନରୁ କଂଗ୍ରେସ ଟିକେଟରେ ଅର୍ଚ୍ଚନା ଗୌତମ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଅର୍ଚ୍ଚନା ନିର୍ବାଚନରେ ହାରି ଯାଇଥିଲେ। ଏହାପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପିଏ ସନ୍ଦୀପ ସିଂଙ୍କ ବିରୋଧରେ ଅର୍ଚ୍ଚନା ଅନେକ ଗୁରୁତର ଅଭିଯୋଗ ଆଣିଥିଲେ।

Congress Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe