Advertisment

ଉଗ୍ର ହେଉଛି ଜମି ବିବାଦ, ଜାଳିଦେଲେ ୮୦ ଘର, ୧୫ ଗିରଫ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମାମଲାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛନ୍ତି। ସମୀକ୍ଷା ବୈଠକ ପାଇଁ ଏଡିଜି ସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
fire

fire

ଦିନକୁ ଦିନ ଉଗ୍ର ହେଉଛି ଜମି ବିବାଦ। ବଢ଼ି ଚାଲିଛି ଆତଙ୍କରାଜ। ଦଳିତଙ୍କ ଉପରେ ସାଧୁଛନ୍ତି ଦାଉ। ଜାଳି ଦେଇଛନ୍ତି ସେମାନଙ୍କ ୮୦ରୁ ଅଧିକ ଘର। ଏଭଳି କିଛି ଘଟଣା ଘଟିଛି ବିହାରର ନାଓ୍ୱାଡରେ। ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି। ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମାମଲାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛନ୍ତି। ସମୀକ୍ଷା ବୈଠକ ପାଇଁ ଏଡିଜି ସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବୁଧବାର ସନ୍ଧ୍ୟାରେ ବିହାର ନାଓ୍ୱାଡର ନରୌରା ସ୍ଥିତ କୃଷ୍ଣା ନଗର ଦଳିତ ବସ୍ତିରେ ଅଗ୍ନିକାଣ୍ଡ ଘଟିଥିଲା। କିଛି ଦୁର୍ବୃତ୍ତ ୮୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିଦୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏସ୍‌ପି ଓ ଡିଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ଏହି ମାମଲା ଉଗ୍ର ରୂପ ନେବା ପରେ ଆଜି ପୁଲିସ ଏଥିରେ ସମ୍ପୃକ୍ତ ଥିବା ୧୫ ଜଣଙ୍କୁ ଗିରଫ କରିଛି। ସେପଟେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। “ଡବଲ ଇଞ୍ଜିନ ସରକାର” ର ଜଙ୍ଗଲ ରାଜର ଏହା ଆଉ ଏକ ପ୍ରମାଣ ବୋଲି କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି।

Advertisment

ସେପଟେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବାତୀ ଏହି ଘଟଣାରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି। ଏଥିସହ କ୍ଷତିଗ୍ରସ୍ତ ଲୋକଙ୍କୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ନାଓ୍ୱାଡ ଅଞ୍ଚଳରେ ଥିବା ଏକ ବିଶାଳ ଭୂଖଣ୍ଡ ଉପରେ ବର୍ଷ ବର୍ଷ ଧରି ଦଳିତ ପରିବାରଙ୍କ ଦଖଲ ରହି ଆସିଛି। ଜମି ଉପରେ ଦଳିତଙ୍କ କବ୍‌ଜାକୁ ନେଇ ବିବାଦ ଲାଗି ରହିଛି। ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଏହି ମାମଲା ଚାଲିଛି। ତେବେ ବୁଧବାର ସନ୍ଧ୍ୟାରେ ହଠାତ୍ ଦୁର୍ବୃତ୍ତମାନେ ଦଳିତ ବସ୍ତି ଉପରେ ଆକ୍ରମଣ କରିଥିଲେ। ମାରପିଟ୍‌ ଗାଳିଗୁଲଜ କରିବା ସହ ସେମାନଙ୍କ ଘରେ ନିଆଁ ଲାଗିଇ ଦେଇଥିଲା। ଗୁଳି ବିନିମୟ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଯେଉଁ ଜମିକୁ ନେଇ ବିବାଦ ଲାଗି ରହିଛି ତାକୁ ନେଇ ଯାଞ୍ଚ ଚାଲିଛି।

Bihar Nitish Kumar Mallikarjun Kharge Nawad Dalit Basti Fire