Advertisment

ଛଟ୍‌ ପୂଜା ସାରି ଫେରୁଥିବା ପରିବାର ଉପରେ ଗୁଳିମାଡ଼, ୨ ମୃତ

ମୋଟ ୬ ଜଣଙ୍କ ଉପରେ ଗୁଳିମାଡ଼ ହୋଇଛି। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଅଦ୍ୟତନ ହୋଇଛି
Firing in chhath ghat

Firing in chhath ghat

Advertisment

ଛଟ୍‌ ପୂଜା ସାରି ଫେରୁଥିବା ପରିବାର ଉପରେ ଆଖିବୁଜା ଗୁଳିମାଡ। ଗୋଟିଏ ପରିବାରର ୬ ଜଣଙ୍କ ଉପରେ ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବିହାର ଲଖିସରାୟରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୂଚନା ମୁତାବକ, ଆଜି ସକାଳୁ ବିହାରର ଲଖିସରାୟର କବୈୟା ଥାନାର ପଞ୍ଜାବୀ କଲୋନୀର ଏକ ପରିବାର ଛଟ୍‌ ପୂଜାର ଅର୍ଘ୍ୟ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଜଣେ ଯୁବକ ତାଙ୍କ କାର୍‌ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ପ୍ରଥମେ ବିହାର ଓ ପରେ ପାଟନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ସେପଟେ ଏହି ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ମୋଟ ୬ ଜଣଙ୍କ ଉପରେ ଗୁଳିମାଡ଼ ହୋଇଛି। ମୃତ ଦୁଇ ଜଣ ଦୁଇ ଭାଇ ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଦୁଇ ଭାଇଙ୍କ ପତ୍ନୀ, ଝିଅ ଓ ବାପା ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଛି। କବୈୟା ଥାନା ପୁଲିସ ଗୁଳିମାଡ଼ କରିଥିବା ଯୁବକକୁ ଖୋଜିବା ପାଇଁ ଚାରିଆଡେ ସର୍ଚ୍ଚ ଅପରେସନ୍‌ ଚଳାଇଛି।

Advertisment

ଲଖିସରାୟର ଏସ୍‌ପିଙ୍କ କହିବା ମୁତାବକ, ପରିବାରର ୬ ଜଣ ସଦସ୍ୟ ଛଟ୍‌ ଘାଟରୁ ଫେରୁଥିଲେ। ଘର ନିକଟରେ ହିଁ ସେମାନଙ୍କ ଉପରେ ଗୁଳିମାଡ଼ କରାଯାଇଛି। ଗୁଳିମାଡ଼ କରିଥିବା ଅଭିଯୁକ୍ତ ତାଙ୍କ ପଡୋଶୀ ବୋଲି ଜଣାପଡିଛି। ତା' ନାଁ ଆଶୀଷ ଚୌଧୁରୀ। ପ୍ରାୟ ୧୦ ଦିନ ପୂର୍ବେ ଏହି ପରିବାରର ସହ ଆଶୀଷର ଝଗଡ଼ା ହୋଇଥିଲା। ଏକ ତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଥିବା ପୁଲିସ କହିଛି।

ଆଶୀଷ ଚୌଧୁରୀ ଘର ସାମ୍ନାରେ ରହୁଥିବା ଜଣେ ଝିଅକୁ ପ୍ରେମ କରୁଥିଲା ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲା। କିନ୍ତୁ ଝିଅ ଘର ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ଏଥିରେ ରାଗି ଯାଇ ଆଶୀଷ ଝିଅ ଘରର ପରିବାର ଉପରେ ଏଭଳି ଆକ୍ରମଣ କରିଛି ବୋଲି ପୁଲିସ ସୂଚନା ଦେଇଛି।

Bihar Bihar Police Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe