Advertisment

ଟନେଲ ନିର୍ମାଣ ବେଳେ ଦୁର୍ଘଟଣା, ଶ୍ରମିକଙ୍କ ଉପରେ ଚଢ଼ିଗଲା ମେସିନ୍‌

ମେସିନ ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ ହୋଇଛି। ସେହିପରି ୮ ଜଣ ଗୁରୁତର ଅଛନ୍ତି।

author-image
Madhupriya Mistry
Patna Metro Accident

Patna Metro Accident

ମେଟ୍ରୋ ଟନେଲ ନିର୍ମାଣ ବେଳେ ଭୟଙ୍କର ଦୁର୍ଘଟଣା। ବ୍ରେକ୍‌ ଫେଲ୍‌ ଯୋଗୁ ଶ୍ରମିକଙ୍କ ଉପରେ ଚଢ଼ିଗଲା ମେସିନ। ଏଥିରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସେହିପରି ୮ ଜଣ ଆହତ ହୋଇଛନ୍ତି। ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ପାଟନାରେ ଏନଆଇଟି ଟର୍ଣ୍ଣର ଏଗ୍‌ଜିଟ୍‌ ପଏଣ୍ଟ ନିକଟ ମେଟ୍ରୋ ଟନେଲରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଶ୍ରମିକମାନେ ଟନେଲରେ ନାଇଟ୍ ସିଫ୍ଟରେ କାମ କରୁଥିଲେ। ଏହି ସମୟରେ, ଲୋକୋ ପିକଅପ୍ ମେସିନର ବ୍ରେକ୍ ଫେଲ୍‌ ହୋଇଯାଇଥିଲା।

ପରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ମେସିନ ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ ହୋଇଛି। ସେହିପରି ୮ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ତେବେ ଏହି ପ୍ରସଙ୍ଗରେ ଲୋକେ କିନ୍ତୁ ଭିନ୍ନ ଭିନ୍ନ କଥା କହୁଛନ୍ତି। କେହି କେହି କହୁଛନ୍ତି ଯେ ଲୋକୋ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଭରଲୋଡ୍ ଥିଲା ତେବେ ଏହା ସତ୍ତ୍ୱେ ବି ଏହାକୁ ଆହୁରି ଲୋଡ୍ କରାଯାଇ ଭିତରକୁ ପଠାଯାଇଥିଲା। ଫଳରେ ଏହାର ବ୍ରେକ୍ ଫେଲ୍‌ ହୋଇଥିବା କୁହାଯାଇଛି।

ଲୋକଙ୍କ କହିବାନୁସାରେ, ରାତି ପ୍ରାୟ ୧୦ଟା ସମୟରେ ଟନେଲରେ ଏହି ଦୁର୍ଘଟଣା ଘଟିଥିବାବେଳେ ସୂଚନା ବାହାରକୁ ଆସିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଟନେଲ ଭିତରେ ପ୍ରାୟ ୨୫ ଶ୍ରମିକ କାମ କରୁଥିଲେ।

Tunnel Accident Bihar Patna Metro Tunnel