Advertisment

ଦୁର୍ଗା ପୂଜା ମଣ୍ଡପରେ ଫୁଟିଲା ଗୁଳି, ୪ ଗୁରୁତର

ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ପୂଜା କମିଟିର ଜଣେ ସଦସ୍ୟଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି।

Firing at Puja pandal

Firing at Puja pandal

Advertisment

ଆଜି ହେଉଛି ଦଶହରା। ଏଥିପାଇଁ ଚାରିଆଡେ ଉତ୍ସବ ମୁଖର। ବିଭିନ୍ନ ସ୍ଥାନରେ ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା। ତେବେ ଏହି ଉତ୍ସବ ଭିତରେ ଦୁର୍ଗା ପୂଜା ମଣ୍ଡପରେ ଫୁଟିଛି ଗୁଳି। ଆଜି ସକାଳୁ ବାଇକ୍‌ରେ ଆସି କିଛି ଦୁବୃର୍ତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଫଳରେ ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ବିହାରରେ ଘଟିଛି ଏଭଳି କିଛି ଘଟଣା।

Advertisment

ଆଜି ସକାଳୁ ବିହାର ନଓ୍ୱାଡା ପୁଲିସ ଷ୍ଟେସନ ଅଞ୍ଚଳର ମୌଲବାଦରେ ଥିବା ପୂଜା ମଣ୍ଡପରେ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ପୂଜା କମିଟିର ଜଣେ ସଦସ୍ୟଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆରା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ଗୁଳିମାଡ଼ରେ ଆହତ ଥିବା ବ୍ୟକ୍ତିଙ୍କ କହିବା ମୁତାବକ, ରବିବାର ସାକଳୁ ପୂଜା ମଣ୍ଡପରେ ସେ ଚୌକି ପକାଇ ବସିଥିଲେ। ଏତିକି ବେଳେ ଦୁଇଟି ବାଇକ୍‌ରେ କିଛି ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ହତିଆର ଧରି ଆସିଥିଲେ। ଏହାପରେ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଏହାପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।

Advertisment

ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଛାନଭିନ ଜାରି ରଖିଛି। ଆଖପାଖରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ ଚାଲିଛି।

Puja Pandal Firing Bihar Bihar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe