Advertisment

‘ଓସାମାଙ୍କ ପରି ଦିଶୁଛନ୍ତି ରାହୁଲ ଗାନ୍ଧି, ଭୁଲିବା ବେମାରରେ ନୀତୀଶ ପୀଡ଼ିତ’

‘ରାହୁଲ ଗାନ୍ଧି ହେଉଛନ୍ତି ୫୦ ବର୍ଷର ଛୋଟ ଛୁଆ, ଯାହାଙ୍କର ରାଜନୈତିକ ବୁଦ୍ଧି ଉଦୟ ହୋଇନାହିଁ। ଦାଢ଼ି ବଢ଼ାଇ ଓସାମା ବି ଲାଡେନ ପରି ଦେଖାଯାଉଛନ୍ତି। ସେହିପରି ନୀତିଶ କୁମାର ହେଉଛନ୍ତି ଗଜନୀ ଫିଲ୍ମର ଅମୀର ଖାନ, ଯାହାଙ୍କର ଭୁଲିବା ବେମାର ଆରମ୍ଭ ହୋଇଗଲାଣି ।’

author-image
Niharika Rout
Nitish Kumar & Rahul Gandhi

Nitish Kumar & Rahul Gandhi

‘ରାହୁଲ ଗାନ୍ଧି ହେଉଛନ୍ତି ୫୦ ବର୍ଷର ଛୋଟ ଛୁଆ, ଯାହାଙ୍କର ରାଜନୈତିକ ବୁଦ୍ଧି ଉଦୟ ହୋଇନାହିଁ। ଦାଢ଼ି ବଢ଼ାଇ ଓସାମା ବି ଲାଡେନ ପରି ଦେଖାଯାଉଛନ୍ତି। ସେହିପରି ନୀତିଶ କୁମାର ହେଉଛନ୍ତି ଗଜନୀ ଫିଲ୍ମର ଅମୀର ଖାନ, ଯାହାଙ୍କର ଭୁଲିବା ବେମାର ଆରମ୍ଭ ହୋଇଗଲାଣି ।’ ଦୁଇ ଦଳର ତୁଙ୍ଗ ନେତାଙ୍କ ବିରୋଧରେ ଏପରି ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିହାରର ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ।

Advertisment

ବିହାରର ଅରରିୟାରେ ଏକ ଜନସଭାକୁ ସମ୍ବୋଧନ କରି ସମ୍ରାଟ ଚୌଧୁରୀ କହିଛନ୍ତି, ରାହୁଲ ଗାନ୍ଧି ଦାଢ଼ି ବଢ଼ାଇ ଏବେ ଓସାମାଙ୍କ ପରି ଦିଶୁଛନ୍ତି। ହେଲେ ନରେନ୍ଦ୍ର ମୋଦିଙ୍କ ପରି ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ଏତିକିରେ ନ ଅଟକି ସେ ରାହୁଲ ଗାନ୍ଧିଙ୍କୁ ୫୦ ବର୍ଷୀୟ ଛୋଟ ଛୁଆ ବୋଲି କହିଛନ୍ତି। ଯାହାର ୫୦ ବର୍ଷରେ ବି ରାଜନୈତିକ ବୁଦ୍ଧି ଉଦୟ ହୋଇ ନାହିଁ ସେ ଛୋଟ ଛୁଆ ନୁହେଁ ତ ଆଉ କ’ଣ ବୋଲି ସେ ପଚାରିଛନ୍ତି ।

ଏହାପରେ ନୀତୀଶ କୁମାର ବିପକ୍ଷ ମହାମେଳି ପାଇଁ ଚଲାଇଥିବା ପ୍ରୟାସକୁ ବି ସମାଲୋଚନା କରିବାକୁ ପଛାଇ ନାହାନ୍ତି। ବିରୋଧୀ ମହାମେଳି କରିବାକୁ ଅଣ୍ଟା ଭିଡ଼ୁଥିବା ବେଳେ କାହାକୁ ପ୍ରଧାନମନ୍ତ୍ରୀ ଚେହେରା କରିବେ ତାହା ସ୍ଥିର କରି ପାରୁ ନାହାନ୍ତି। ତେଣୁ ନୀତୀଶ କୁମାରଙ୍କ ମାନସିକ ସ୍ଥିତି ଭଲ ରହୁ ନାହିଁ। ତାଙ୍କ ଭୁମିକା ‘ଗଜନୀ’  ଫିଲ୍ମର ଅମୀର ଖାନଙ୍କ ଚରିତ୍ର ପରି ହୋଇ ଗଲାଣି। ପ୍ରଧାନମନ୍ତ୍ରୀ ଗାଦିର ସ୍ୱପ୍ନ ତାଙ୍କୁ ପାଗଳ କରି ଦେଲାଣି। ଫଳରେ ସେ ଏବେ ଭୁଲିବା ବେମାରର ଶିକାର ହେଲେଣି ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ ।

Advertisment

ଏଥିସହ ଲଭ୍‌ ଜିହାଦ ପ୍ରସଙ୍ଗ ଉଠାଇ ରାଜ୍ୟରେ ବିଜେପି ସରକାର କଲେ, ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ଗୋଟି ଗୋଟି କରି ସମସ୍ତ ଗୋ- ହତ୍ୟାକାରୀଙ୍କୁ ଜେଲ୍‌ ପଠାଯିବ । ଏଥିସହ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରାଯିବ ବୋଲି କହିଛନ୍ତି। ଭାରତରେ ରହି ପାକିସ୍ତାନର ଗୁଣଗାନ କରୁଥିବା ବ୍ୟକ୍ତିଙ୍କୁ ବି ଛଡ଼ା ଯିବାନି। ଏହି ଦେଶରେ ରହିବାକୁ ହେଲେ, ଏହି ଦେଶ ସହ ଚାଲିବାକୁ ପଡ଼ିବ ବୋଲି ଶୁଣାଇ ଦେଇଛନ୍ତି।

Bjp Congress Rahul Gandhi Nitish Kumar