Advertisment

ଘରୁ ଉଠାଇ ନେଇ ଯୁବକଙ୍କୁ ନିର୍ଧୁମ ପିଟିଲେ, ଛେପ ଚଟାଇଲେ

ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Boy Beaten

Boy Beaten

ମରିଗଲା ମଣିଷ ପଣିଆ। ହଜିଗଲା ମାନବିକତା। ନୀରିହ ଯୁବକଙ୍କ ଉପରେ ହେଲା ଅକଥନୀୟ ଅତ୍ୟାଚାର। ଘରୁ ଉଠାଇ ନେଇ ନିର୍ଧୁମ ପିଟିଲେ। ଠେଙ୍ଗାରେ ପିଟିବା ସହ ଛେପ ମଧ୍ୟ ଚଟାଇଲେ। ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବିହାରର ସମସ୍ତିପୁର ଅଞ୍ଚଳ। ଏଠାକାର ଏକ ଗାଁର ଜଣେ ଯୁବକଙ୍କ ସହ କିଛି ଦୁର୍ବୃତ୍ତ ଘଟାଇଛନ୍ତି ଅମାନବୀୟ କାଣ୍ଡ। ଦୁଇ ଜଣ ବ୍ୟକ୍ତି ତାଙ୍କୁ ଘରୁ ଉଠାଇ ଆଣି ମାଡ ମରୁଛନ୍ତି। କେବଳ ଲାତ ଗୋଇଠା ମାରିବା ସହ ଲାଠିରେ ମଧ୍ୟ ଆକ୍ରମଣ କରିଛନ୍ତି। ଏତିକିରେ ସେମାନଙ୍କ ମନ ବୁଝିନି, ଶେଷରେ ପୀଡିତଙ୍କୁ ଛେପ ମଧ୍ୟ ଚଟାଇଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ।

ରୋସଣ୍ଡା ଅନୁମଣ୍ଡଳ ପୁଲିସ ସୋନଲ କୁମାରୀଙ୍କ କହିବା ମୁତାବକ, ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି। ତା'ର ସନ୍ଧାନ ଚାଲିଛି। ଦୁଇ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ବୁଧବାର ଏହାର ଭିଡିଓ ସାମ୍ନାକୁ ଆସିଥିଲା।

Advertisment

କୁହାଯାଉଛି ଯେ, ଭିଡିଓରେ ଯେଉଁ ଯୁବକଙ୍କୁ ମାଡ ମରାଯାଇଛି, ସେ ଜଣେ ଯୁବତୀଙ୍କ ଫଟୋକୁ ସୋଶାଲ ମିଡିଆରେ ଅପଲୋଡ କରିଥିଲେ। ଏହାକୁ ନେଇ ଦୁଇ ଯୁବକ ତାଙ୍କୁ ମାଡ ମାରିଛନ୍ତି। ସେପଟେ ପୀଡିତଙ୍କ ମା' ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କ ପୁଅ‍ କୌଣସି ଦୋଷ କିମ୍ବା ଭୁଲ୍‌ କରିନଥିବା ସେ କହିଛନ୍ତି। ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Crime Bihar Video Viral Boy Beaten