Advertisment

ଭୁଶୁଡ଼ିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବ୍ରିଜ୍‌

ବ୍ରିଜ ଭାଙ୍ଗିବା ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। କିନ୍ତୁ ବ୍ରିଜ ଭୁଶୁଡ଼ିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

author-image
Hemant Lenka
Bridge

Bridge

ବିହାରରେ ଗୋଟିଏ ପରେ ଗୋଟିଏ ବ୍ରିଜ୍‌ ଭୁଶୁଡ଼ିବାରେ ଲାଗିଛି। କେଉଁଠି ଅର୍ଦ୍ଧନିର୍ମିତ ବ୍ରିଜ ଭୁଶୁଡ଼ୁଛି ତ ଆଉ କେଉଁଠି ଉଦଘାଟନ ପୂର୍ବରୁ ବ୍ରିଜ ଭାଙ୍ଗି ପଡ଼ୁଛି। ଗତ ୧୭ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୨ଟି ବ୍ରିଜ୍‌ ଭୁଶୁଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

Advertisment

ଏହିକ୍ରମରେ ଆଜି ସାରନ ଜିଲ୍ଲାରେ ଗୋଟିଏ ବ୍ରିଜ୍‌ ଭାଙ୍ଗି ଯାଇଛି। ୨ ଦିନ ଭିତରେ ଏଠାରେ ତୃତୀୟ ବ୍ରିଜ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଭାଙ୍ଗିବା ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। କିନ୍ତୁ ବ୍ରିଜ ଭୁଶୁଡ଼ିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଗଣ୍ଡକି ନଦୀ ଉପରେ ଥିବା ଏହି ବ୍ରିଜଟି ୧୫ ବର୍ଷ ପୁରୁଣା। ସାରନରେ ଥିବା ଗାଁ ସହ ଏହା ପଡ଼ୋଶୀ ସିୱାନ ଜିଲ୍ଲାକୁ ସଂଯୋଗ କରୁଥିଲା। ଭୁଶୁଡ଼ିବାର କାରଣ ଜଣାପଡ଼ି ନଥିଲେ ହେଁ ନିକଟରେ ଉକ୍ତ ଅଞ୍ଚଳରେ ଖନନ କାର୍ଯ୍ୟ ହୋଇଥିଲା। ସମ୍ଭବତଃ ଏହି କାରଣ ପାଇଁ ବ୍ରିଜଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

Advertisment

ସାରନାରେ ଏହାକୁ ମିଶାଇ ତୃତୀୟ ବ୍ରିଜ ଭୁଶୁଡ଼ି ପଡ଼ିଛି। ବୁଧବାର ଗଣ୍ଡକି ନଦୀ ଉପରେ ୧ କିମି ଦୂରତା ମଧ୍ୟରେ ଥିବା ୨ଟି ବ୍ରିଜ ୨ ଘଣ୍ଟା ବ୍ୟବଧାନରେ ଭୁଶୁଡ଼ି ପଡ଼ିଥିଲା। ଗୋଟିଏ ବ୍ରିଜ ୨୦୦୪ରେ ନିର୍ମାଣ ହୋଇଥିବା ବେଳେ ଅନ୍ୟଟି ବ୍ରିଟିଶ ଅମଳର ଥିଲା।

ବିହାରରେ ବାରମ୍ବାର ବ୍ରିଜ ଭୁଶୁଡ଼ୁଥିବାରୁ ଦିନକ ତଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ପୁରୁଣା ପୋଲର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କ୍ଷତିଗ୍ରସ୍ତ ବ୍ରିଜଗୁଡ଼ିକର ତୁରନ୍ତ ମରାମତି ହେବ ବୋଲି କହିଥିଲେ। ହେଲେ ଦିନକ ପରେ ସାରନରେ ଗୋଟିଏ ବ୍ରିଜ ଭୁଶୁଡ଼ିଛି।

ସାରନ ବ୍ୟତୀତ ଗତ ୧୭ ଦିନ ମଧ୍ୟରେ ସିୱାନ, ଛାପ୍ରା, ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରନ ଓ କିଷନଗଞ୍ଜରେ ମଧ୍ୟ ବ୍ରିଜ ଭୁଶୁଡ଼ିଥିଲା।

Bihar Bridge Collapse