Advertisment

୧୦୦ରୁ କମ୍ ଆସନରେ ବିଜେପିକୁ ରୋକିବାକୁ ନୀତୀଶଙ୍କ ପ୍ଲାନ୍‌

୨୦୨୪ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଅଟକାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଭଳି କିଛି ବଡ଼ ବୟାନ ଦେଇଛନ୍ତି।

Nitish Kumar

Nitish Kumar

Advertisment

‘ବିଳମ୍ବ ନ କରି ଏକଜୁଟ ହେଉ କଂଗ୍ରେସ। ସମସ୍ତେ ଏକଜୁଟ୍ ହେଲେ ୧୦୦ରୁ ବି କମ୍ ଆସନରେ ଅଟକି ଯିବ ବିଜେପି।’ ୨୦୨୪ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଅଟକାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଭଳି କିଛି ବଡ଼ ବୟାନ ଦେଇଛନ୍ତି।

Advertisment

ବିହାରର ରାଜଧାନୀ ପାଟନାରେ ସିପିଆଇ (ଏମଏଲ)ର ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତୀଶ କୁମାର କହିଛନ୍ତି, ଭାରତ ଯୋଡ ଯାତ୍ରା ପରେ କଂଗ୍ରେସ ସାମ୍ନାକୁ ଆସିବା ଆବଶ୍ୟକ ରହିଛି। ଏହାସହ ବିରୋଧୀମାନଙ୍କୁ କିଭଳି ତୁରନ୍ତ ଏକାଠି କରାଯାଇ ପାରିବ ତାହା ଉପରେ କଂଗ୍ରେସ ତୁରନ୍ତ ଚେଷ୍ଟା କରିବା ଦରକାର ବୋଲି ସେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପରାମର୍ଶ ଦେଇଛନ୍ତି। 

ପ୍ରଧାନମନ୍ତ୍ରୀ ପଦକୁ ନେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି, ନେତୃତ୍ୱକୁ ନେଇ ମୋର କୌଣସି ବ୍ୟକ୍ତିଗତ ଇଚ୍ଛା ନାହିଁ। ମୁଁ କେବଳ ପରିବର୍ତ୍ତନ ଚାହୁଁଛି, ସମସ୍ତେ ମିଶି ଯାହା ନିଷ୍ପତ୍ତି କରିବେ ତାହା ହିଁ ହେବ। ଏବେ କଂଗ୍ରେସ ଆଗକୁ ଆସି ବିନା ଡେରିରେ ବିରୋଧୀମାନଙ୍କୁ ଏକଜୁଟ କରିବାର ସମୟ ଆସିଛି। ମୁଁ ଅପେକ୍ଷା କରିଛି ଓ ଏହା ପୂର୍ବରୁ ଦିଲ୍ଲୀ ଯାଇ ରାହୁଲ ଓ ସୋନିଆଙ୍କ ସହ ଆଲୋଚନା ମଧ୍ୟ କରିଛି। 

Advertisment

ଏହା ବ୍ୟତୀତ ସଲମାନ ଖୁର୍ସିଦଙ୍କ ମାଧ୍ୟମରେ କଂଗ୍ରେସ ନେତୃତ୍ୱଙ୍କୁ ନୀତୀଶ ପରାମର୍ଶ ଦେଇଛନ୍ତି, ଯଦି କଂଗ୍ରେସ ବିରୋଧୀମାନଙ୍କୁ ଏକାଠି କରିବାରେ ସମର୍ଥ ହେବ ତେବେ ବିଜେପି ୧୦୦ ଆସନରେ ଅଟକି ଯିବ।

ସେପଟେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ବିଜେପିକୁ ପରାଜିତ କରିବାକୁ ହେଲେ ଆଞ୍ଚଳିକ ଦଳମାନଙ୍କୁ କଂଗ୍ରେସ ଡ୍ରାଇଭିଂ ସିଟ ଛାଡିବା ଦରକାର। ଏହାସହ ଯେଉଁଠି ବିଜେପି ସହ ସିଧା ମୁକାବିଲା କଥା ଆସିବ ସେଠାରେ କଂଗ୍ରେସ ଲଢିବାର ଆବଶ୍ୟକତା ରହିଛି।

ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ବୟାନକୁ ନେଇ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି,  ନୀତୀଶ କୁମାର ଓ ତେଜସ୍ୱୀ ଯାଦବ ଯାହା ଚାହୁଁଛନ୍ତି ତାହା କଂଗ୍ରେସ ମଧ୍ୟ ଚାହୁଁଛି। ପ୍ରେମରେ ମଧ୍ୟ ବେଳେ ବେଳେ ବଡ ସମସ୍ୟା ଦେଖା ଦେଇଥାଏ। ଯାହା କି, କିଏ ଆଇ ଲଭ୍ ୟୁ ପ୍ରଥମେ କହିବ। ବିରୋଧୀମାନେ ଖୁବଶୀଘ୍ର ଏକଜୁଟ୍ ହେବା ଦରକର ବୋଲି ମୋର ମଧ୍ୟ ବିଶ୍ୱାସ ରହିଛି।

ସିପିଆଇ(ଏମ୍‌ଏଲ୍‌)ର ଜାତୀୟ କାର୍ଯ୍ୟକ୍ରମ ପାଟନାର ଏସ୍‌କେଏମ୍ ହଲ୍‌ରେ ଆୟୋଜିତ ହୋଇଥିଲା। ଏଥିରେ ବିରୋଧୀମାନେ ଏକଜୁଟ୍ ହେବା ପାଇଁ ସିପିଆଇ(ଏମଏଲ୍) ଜାତୀୟ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର‌୍ୟ୍ୟ ଅନ୍ୟ ଦଳର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଏଥିରେ ବିରୋଧୀଦଳ ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଡେପୁଟି ସିଏମ ତେଜସ୍ୱୀ ଯାଦବ, କଂଗ୍ରେସ ନେତା ସଲମାନ ଖୁର୍ସିଦ, ଜେଡିୟୁ ସଭାପତି ଲଲନ ସିଂ ମଧ୍ୟ ଏଥିରେ ଭାଗ ନେଇଥିଲେ।

Congress Bihar Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe