Advertisment

ପୁଣି ପଲଟି ମାରିବେ କି ପଲଟୁରାମ୍‌? ନୀତୀଶଙ୍କୁ ବଡ଼ ଅଫର ଦେଲେ ଲାଲୁ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ପ୍ରସ୍ତାବ ଦେଇଛନ୍ତି।

Nitish Kumar And Lalu

Nitish Kumar And Lalu

Advertisment

ପୁଣି ପଲଟି ମାରିବେ କି ପଲଟୁରାମ? ଏନ୍‌ଡିଏ ଛାଡି ଇଣ୍ଡି ମେଣ୍ଟକୁ ଯିବେ କି? ଆର୍‌ଜେଡି ସହ ମିଶାଇବେ କି ହାତ? ଏଭଳି କିଛି ଚର୍ଚ୍ଚାକୁ ନେଇ ଏବେ ସରଗରମ ହେଲାଣି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁଆଡେ ଏନ୍‌ଡିଏ ଛାଡୁଛନ୍ତି। ଏହି ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାରି ଭିତରେ ନୀତୀଶ କୁମାରଙ୍କୁ ବଡ଼ ଅଫର ଦେଇଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଲାଲୁଙ୍କ ଏହି ଅଫର୍‌କୁ ନେଇ ବିହାର ରାଜନୀତିରେ ଆରମ୍ଭ ହୋଇଛି ହଙ୍ଗାମା।

Advertisment

ବାସ୍ତବରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ପ୍ରସ୍ତାବ ଦେଇଛନ୍ତି। ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା। ସେ ଚାହିଁଲେ ଆସିପାରିବେ। ଲାଲୁ ଯାଦବ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ।

ତେବେ ଲାଲୁଙ୍କ ଏହି ଅଫର୍‌କୁ ପ୍ରତ୍ୟାଖାନ କରିଛନ୍ତି ନୀତୀଶ କୁମାର। ନୀତୀଶ କୁମାର ଲାଲୁଙ୍କୁ କହିଛନ୍ତି - ତୁମେ କଣ କହୁଛ ... ଛାଡିଦିଅ। ଏଥି ସହିତ ଲାଲୁ ଯାଦବଙ୍କ ଅଫରରେ ବିଶିଷ୍ଟ ଜେଡିୟୁ ନେତା ବିଜୟ ଚୌଧୁରୀ ମଧ୍ୟ ପାଲଟା ଜବାବ ଦେଇଛନ୍ତି। ବିଜୟ ଚୌଧୁରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମ ଦଳରେ କୌଣସି ଦ୍ୱନ୍ଦ୍ୱ ନାହିଁ, ଉଭୟ ଦଳ ଏବଂ ସିଏମର ଷ୍ଟାଣ୍ଡ ସ୍ପଷ୍ଟ ଯେ ଆମେ ଏନଡିଏରେ ଅଛୁ ଏବଂ ଏନଡିଏରେ ରହିବୁ।

Advertisment

ସେପଟେ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ମିଡ଼ିଆକୁ ଶାନ୍ତ କରିବାକୁ ଲାଲୁ ଏମିତି ବୟାନ ଦେଇଛନ୍ତି। ନୀତୀଶଙ୍କ ସମ୍ପର୍କରେ ଯଦି ଗଣମାଧ୍ୟମ ପ୍ରତିଦିନ କିଛି ନା କିଛି ପଚାରିବ ତା'ହାଲେ ଲାଲୁ କ'ଣ କହିବେ ବୋଲି ସେ ଓଲଟି ମିଡିଆକୁ ପ୍ରଶ୍ନ କରିଛନ୍ତି। ଏଥିସହ ୨୦୨୫ ନୀତୀଶଙ୍କ ପାଇଁ ବିଦାୟୀ ବର୍ଷ ପ୍ରମାଣିତ ହେବ। ବିହାରରେ ନୂଆ ସରକାର ଗଠନ ହେବ ବୋଲି ତେଜସ୍ୱୀ କହିଛନ୍ତି।

କହିରଖୁ ଯେ, ଅନେକ ସମୟରେ ଦେଖାଯାଇଛି ବର୍ଷ ଆରମ୍ଭରୁ ହିଁ ନୀତୀଶ ଦଳ ବଦଳାଇ ଦିଅନ୍ତି। ଥରେ କି ଦୁଇଥର ନହେଁ ବରଂ ବାରମ୍ୱାର ଏମିତି କରୁଥିବା ନଜିର ରହିଛି। ତେଣୁ ଏମିତି ସ୍ଥିତିରେ ଆରଜେଡି ଓ କଂଗ୍ରେସ ନେତାଙ୍କ ବୟାନକୁ ତର୍ଜମା କଲେ ନୀତୀଶ ଏନଡିଏ ଛାଡିବା ଚର୍ଚ୍ଚା ବଢିଛି। 

Nitish Kumar Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe