Advertisment

Nitish Kumar: ବାପା ନୀତୀଶ କୁମାରଙ୍କ ଦଳରେ ସାମିଲ ହେଲେ ପୁଅ ନିଶାନ୍ତ, ହେବେ ବିହାରର ଉପ ମୁଖ୍ୟମନ୍ତ୍ରୀ

ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ମାତ୍ରେ ନିଶାନ୍ତ ରାଜନୀତିକୁ ଆସିଥିଲେ। କିଛି ଦିନ ଦଳରେ ସେ ରାଜନୀତିରେ ଡେବ୍ୟୁ କରିଥିବା ବେଳେ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି।

author-image
Hemant Lenka
Nitish-Kumar

ନୀତୀଶ କୁମାରଙ୍କ ସହ ପୁଅ ନିଶାନ୍ତ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର(Nitish Kumar)ଙ୍କ ପୁଅ ନିଶାନ୍ତ କୁମାର ବିଧିବଦ୍ଧ ଭାବେ ଜେଡିୟୁରେ ସାମିଲ ହୋଇଛନ୍ତି। ପାଟନାରେ ଥିବା ଜେଡିୟୁ ମୁଖ୍ୟାଳୟରେ ସେ ବାପାଙ୍କ ଦଳରେ ମିଶିଛନ୍ତି। ଏଥିସହ ବିହାର ରାଜନୀତିରେ ଏଣ୍ଟ୍ରୀ ମାରିଛନ୍ତି। ବାପା ନୀତୀଶ କୁମାର ଦୀର୍ଘ ୨୦ ବର୍ଷ ପରେ ବିହାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଯାଉଛନ୍ତି।

Advertisment

ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ମାତ୍ରେ ନିଶାନ୍ତ ରାଜନୀତିକୁ ଆସିଥିଲେ। କିଛି ଦିନ ଦଳରେ ସେ ରାଜନୀତିରେ ଡେବ୍ୟୁ କରିଥିବା ବେଳେ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି। 

୫୦ ବର୍ଷୀୟ ନିଶାନ୍ତ କୁମାର ଜେଡିୟୁରେ ସାମିଲ ହେବା ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝାଙ୍କ ଠାରୁ ସଦସ୍ୟତା ଗ୍ରହଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଲଲନ ସିଂହ ଓ ବିହାରର ଉପ ମୁଖ୍ୟମନ୍ତ୍ରୀ ବିଜୟ ଚୌଧୁରୀଙ୍କ ସହ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଶାନ୍ତ ଦଳରେ ମିଶିଛନ୍ତି। ତେବେ ନୀତୀଶ କୁମାର ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ। 

Advertisment

ନିଶାନ୍ତ କୁମାର ଜେଡିୟୁରେ ସାମିଲ ହୋଇଥିବାରୁ ଆଗାମୀ ଦିନରେ ସେ ବିହାରର ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇ ପାରନ୍ତି। ନୀତୀଶ କୁମାରଙ୍କ ବଦଳରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ନେତା ଦେବ। ଏହାପରେ ଜେଡିୟୁ ପକ୍ଷରୁ ନିଶାନ୍ତ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। 

ଯୁବଗୋଷ୍ଠୀଙ୍କୁ ଜେଡିୟୁ ପ୍ରତି ଅଧିକ ଆକର୍ଷିତ କରିବା ପାଇଁ ନିଶାନ୍ତଙ୍କୁ ଦଳରେ ସାମିଲ କରାଯାଇଥିବା ସଙ୍କେତ ମିଳିଛି। ନିଶାନ୍ତ ଆଜି ଦଳୀୟ ଅଫିସରେ ପାଦ ରଖିବା କ୍ଷଣୀ କର୍ମୀମାନେ ଯୁବ ଭାବନା, ମଜବୁତ ସଂକଳ୍ପର ନାରା ଦେଇଥିଲେ। 

ଜେଡିୟୁର ଭେଟରାନ ତଥା ୧୦ଥର ବିହାରର ହରନାଉତ ଆସନରୁ ବିଧାୟକ ହୋଇଥିବା ହରି ସିଂହ କହିଛନ୍ତି ଯେ ଦଳୀୟ ନେତାଙ୍କ ପକ୍ଷରୁ ହୋଇଥିବା ବୈଠକରେ ନିଶାନ୍ତଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ଉପରେ ଆଲୋଚନା ହୋଇଛି। ବୈଠକରେ ନୀତୀଶ କୁମାର ଓ ଅନ୍ୟମାନେ ସାମିଲ ରହିଥିଲେ। ସମସ୍ତେ ପ୍ରାୟତଃ ନିଶାନ୍ତଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ରହିଥିବା ସେ ସୂଚନା ଦେଇଛନ୍ତି। 

Nitish Kumar