Advertisment

ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ, କଂଗ୍ରେସ ପ୍ରାର୍ଥୀଙ୍କ ପୁଅ ଗିରଫ

କଂଗ୍ରେସ ପ୍ରାର୍ଥୀ ମନୋଜ ରାମ ମଧ୍ୟ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି।

ଅଦ୍ୟତନ ହୋଇଛି
Congress Candidate

Congress Candidate

Advertisment

ବଢ଼ିଲା ବିହାର ସାସାରାମ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ଅଡୁଆ। ଏଠାକାର କଂଗ୍ରେସ ପ୍ରାର୍ଥୀ ମନୋଜ ରାମ ଓ ତାଙ୍କ ପୁଅ ଉଜ୍ଜ୍ୱଳ କୁମାର ସମେତ ଚାରି ଜଣ ମିଶି ଜଣେ ନାବାଳିକାର ଯୌନ ଶୋଷଣ କରିଛନ୍ତି। ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ କଂଗ୍ରେସ ପ୍ରାର୍ଥୀଙ୍କ ପୁଅ ଉଜ୍ଜ୍ୱଳ କୁମାରଙ୍କୁ ପୁଲିସ ଗିରଫ କରିଛି।

Advertisment

ଅଭିଯୋଗ ମୁତାବକ, ପୀଡିତା ନାବାଳିକା କଂଗ୍ରେସ ପ୍ରାର୍ଥି ମନୋଜ ରାମଙ୍କ ସ୍କୁଲରେ ପଢ଼ନ୍ତି। ଏହାର ଫାଇଦା ଉଠାଇ ମନୋଜ ରାମ ଓ ତାଙ୍କ ପୁଅ ମିଶି ତା'ର ଯୌନ ଶୋଷଣ କରିଛନ୍ତି। ଏ ବିଷୟରେ ଜଣାପଡିବା ପରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ସେ ଏହାକୁ ଅଣଦେଖା କରିଦେଇଥିଲେ।

ପୀଡିତାଙ୍କ ବାପାଙ୍କ କହିବା ମୁତାବକ, ଏହି ଘଟଣା ସହ ଜଡିତ ପ୍ରମାଣ ସ୍ୱରୂପ ଫଟୋ, ମୋବାଇଲ୍‌ ଚାଟିଂ, ରେକର୍ଡିଂ ଓ ଚିପ୍‌ ମଧ୍ୟ ଅଛି। ଉଜ୍ଜ୍ୱଳ କୁମାର ଏବଂ ମନୋଜ କୁମାରଙ୍କ ସମେତ ମୋଟ ଚାରିଜଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ତେଣୁ ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ଦାବି କରିଛନ୍ତି।

Advertisment

ସେପଟେ ଏହି ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ମନୋଜ କୁମାର ରାମଙ୍କ ପୁଅ ଉଜ୍ଜ୍ୱଳ କୁମାରଙ୍କୁ ଗିରଫ କରି ଜେଲ୍‌କୁ ପଠାଇଛି। କଂଗ୍ରେସ ପ୍ରାର୍ଥୀ ମନୋଜ ରାମ ମଧ୍ୟ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ତେବେ ତାଙ୍କର ବିରୋଧରେ ପୁଲିସ କୌଣସି ଆକ୍ସନ ନେଇ ନାହିଁ। ସେପଟେ କ୍ୟାମୁର ପୁଲିସ ପୂରା ମାମଲାର ତଦନ୍ତ ଜାରି ରହିଥିବା କହିଛି।

Congress Bihar Loksabha Election 2024 Rape Allegation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe