Advertisment

'NEET ପ୍ରଶ୍ନପତ୍ର ଲିକରେ ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ହାତ ଅଛି'

ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଆଣିଲେ ସଂଗୀନ ଅଭିଯୋଗ।

author-image
Debibandita Barick
Bihar Dept CM(Left) & Tejashwi Yadav

Bihar Dept CM(Left) & Tejashwi Yadav

NEET UG-2024 ପେପର୍ ଲିକ୍ ମାମଲା ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା। ପରୀକ୍ଷା ପତ୍ର ଲିକ୍ କରାଇବା କ୍ଷେତ୍ରରେ ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି।

Advertisment

ପ୍ରଶ୍ନପତ୍ର ଲିକରେ ସମସ୍ତ ବ୍ୟବସ୍ଥା କରାଇଥିବା ସିକନ୍ଦର ପ୍ରସାଦ ଯାଦବେନ୍ଦୁଙ୍କ ପାଇଁ ନୀତିଶ କୁମାରଙ୍କ ବ୍ୟକ୍ତିଗତ ସଚିବ ରୁମ୍ ବୁକ୍ କରାଇଥିବା ଉପମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, ତେଜସ୍ୱୀ ଯାଦବଙ୍କ ପିଏସ୍(ପର୍ସନାଲ ସେକ୍ରେଟାରୀ) ପ୍ରୀତମ କୁମାର ବିହାର ସଡକ ନିର୍ମାଣ ବିଭାଗ (RCD)ର ଜଣେ କର୍ମଚାରୀଙ୍କୁ ସିକନ୍ଦର ପ୍ରସାଦ ଯାଦବେନ୍ଦୁଙ୍କ ପାଇଁ ରୁମ୍ ବୁକ୍ କରିବା ପାଇଁ କହିଥିଲେ। 

Advertisment

ସମଗ୍ର ଦେଶରେ ନିଟ୍ ପରୀକ୍ଷା ହେବାର ଚାରି ଦିନ ପୂର୍ବରୁ ପ୍ରୀତମ କୁମାର ପ୍ରଦୀପ ନାମକ RCD କର୍ମଚାରୀଙ୍କୁ ମେ' ୧ରେ ଗେଷ୍ଟ ହାଉସରେ ରୁମ୍ ବୁକ୍ କରିବା ପାଇଁ କହିଥିଲେ। ଘଟଣାର ବିଭାଗୀୟ ତଦନ୍ତ କରିବା ପରେ ଆମେ ଏହା ଜାଣିବାକୁ ପାଇଛୁ ବୋଲି ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଦାବି କରିଛନ୍ତି। 

ବିହାର ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରୀତମ କୁମାର ପ୍ରଦୀପଙ୍କୁ କଲ୍ କରୁଥିବାର କଲ୍ ଡିଟେଲ୍ସ ମଧ୍ୟ ଆମ ପାଖରେ ଅଛି। ଏ ପ୍ରସଙ୍ଗ ଉପରେ ମୁଁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି। ସେମାନେ କ୍ଷମତାରେ ନାହାନ୍ତି ସତ, କିନ୍ତୁ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳିବାକୁ ଚାହୁଁଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୁମ୍ ବୁକିଂକୁ ନେଇ ସେ ପ୍ରଦୀପଙ୍କ ସମେତ ସଡକ ନିର୍ମାଣ ବିଭାଗର ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

ପ୍ରକାଶ ଥାଉକି, ସିକନ୍ଦର ପ୍ରସାଦ ଗିରଫ ହୋଇଥିବା ପରୀକ୍ଷାର୍ଥୀ ଅନୁରାଗ ଯାଦବ ଏବଂ ତାଙ୍କ ମାଆଙ୍କୁ ରହିବା ପାଇଁ ପାଟଣାର ଏକ ସରକାରୀ ବଙ୍ଗଳା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଅନୁରାଗ ମଧ୍ୟ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ଯାଦବେନ୍ଦୁ ପେପର୍ ଲିକର ସବୁ ବ୍ୟବସ୍ଥା କରିଥିଲେ।

Tejashwi Yadav Bihar Dept CM NEET UG Question Leak NEET UG Row NEET UG-2024