Advertisment

ନୀତୀଶ କୁମାର ବାହାର କଲେ ଗଳା ବାଟ, ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା

ଗତ ୧୦ ତାରିଖରେ ବିହାରର ଜେଲ ନିୟମରେ ସଂଶୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

author-image
Niharika Rout
ଅଦ୍ୟତନ ହୋଇଛି
Nitish Kumar & Anand Mohan

Nitish Kumar & Anand Mohan

ଜେଲ୍‌ରୁ ମୁକୁଳିଲେ ବିହାରର ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ଆନନ୍ଦ ମୋହନ ସିଂହ । ଏବେ ପାରୋଲରେ ବାହାରେ ଥିବା ଆନନ୍ଦ ମୋହନ ନିଜ ମୁକ୍ତିର ଖବର ପାଇ ବେଶ୍‌ ଖୁସି ହୋଇ ପଡ଼ିଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆନନ୍ଦ ମୋହନଙ୍କୁ ଜେଲ୍‌ରୁ ମୁକୁଳାଇବା ନିମନ୍ତେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଲ୍‌ ଅଧିନିୟମ ୨୦୧୨କୁ କୋହଳ କରିଥିବା ଅଭିଯୋଗ ହୋଇଛି।

Advertisment

୧୯୯୪ ମସିହାରେ ଗୋପାଳଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ହତ୍ୟା କରାଯାଇଥିଲା। ଏକ ଭିଡ଼ ହିଂସାରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୨୦୦୭ ମସିହାରେ ବିହାରର ଏକ ତଳ କୋର୍ଟ ଆନନ୍ଦ ମୋହନ ସିଂହଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ତେବେ ୨୦୦୮ରେ ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ। ହାଇକୋର୍ଟଙ୍କ ରାୟକୁ ୨୦୧୨ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଫଳରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆନନ୍ଦ ମୋହନ ଜେଲରେ ରହିଥିଲେ।  

ବିହାର ସରକାର ନିକଟରେ ଜେଲ ଅଧିନିୟମ ୨୦୧୨ରେ ପରିବର୍ତ୍ତନ କରିଥିବାରୁ ତାଙ୍କ ମୁକୁଳିବା ସମ୍ଭବ ହୋଇ ପାରିଥିବା କୁହାଯାଉଛି। ଯେଉଁମାନେ ୧୪ରୁ ୨୦ ବର୍ଷ ଜେଲରେ ରହିଲେଣି, ସେମାନଙ୍କୁ ମୁକ୍ତ କରିବା ନେଇ  ପରିବର୍ତ୍ତନ କରାଯାଇଛି। ଫଳରେ ଆନନ୍ଦ ମୋହନଙ୍କ ସମେତ ୨୭ ଜଣ କଏଦୀଙ୍କୁ ଜେଲରୁ ମୁକ୍ତ କରିବା ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। 

Advertisment

ଆନନ୍ଦ ମୋହନ ନିଜ ମୁକ୍ତିର ଖବର ପାଇବା ବେଳକୁ ପୁଅର ନିର୍ବନ୍ଧ ପାଇଁ ପାରୋଲରେ ଥିଲେ। ଏହି ହାଇପ୍ରୋଫାଇଲ ନିର୍ବନ୍ଧ ପାର୍ଟିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଡେପୁଟି ସିଏମ ତେଜସ୍ୱୀ ଯାଦବ ଓ ଜେଡିୟୁ ମୁଖ୍ୟ ସାମିଲ ହୋଇଥିଲେ।

ଆନନ୍ଦ ମୋହନଙ୍କ ଜେଲ୍‌ରୁ ବାହାରିବା ଘଟଣାକୁ ବିଜେପି ସମେତ ବହୁଜନ ସମାଜବାଦୀ ପାର୍ଟି ସହଜେ ଗ୍ରହଣ କରିପାରୁ ନାହିଁ। ବିଜେପି ଆଇଟି ସେଲ୍‌ ପକ୍ଷରୁ ଟ୍ୱିଟ କରାଯାଇ ଆରଜେଡି ଚାଲ୍‌ରେ ଫସି ନୀନୀଶ କୁମାର ଏପରି ପଦକ୍ଷେପ ଗ୍ରହଣ କରୁଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କୁହାଯାଇଛି। ମାୟାବତୀ ବି ଏହି ଘଟଣାକୁ ନେଇ ନୀତୀଶ କୁମାରଙ୍କ ସରକାରକୁ ଘେରିଛି। ଆନନ୍ଦ ମୋହନ ଜଣେ ସଚ୍ଚୋଟ ଦଳିତ ଅଧିକାରୀଙ୍କୁ ହତ୍ୟା କରିଥିବାରୁ ତାଙ୍କୁ ମୁକୁଳାଇବା ଦ୍ୱାରା ସମାଜକୁ ଖରାପ ବାର୍ତ୍ତା ଯିବ ବୋଲି ସେ କହିଛନ୍ତି।  ହେଲେ ଏହାର ପାଲଟା ଜବାବରେ ଜେଡିୟୁ ପକ୍ଷରୁ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳାରେ ମୁଣ୍ଡ ଖେଳାଇବାକୁ ମାୟାବତୀଙ୍କୁ ଉପଦେଶ ଦିଅଯାଇଛି। 

JDU