Advertisment

ମର୍ଣ୍ଣିଂଓ୍ୱାକ୍‌ରେ ଯାଇଥିଲେ ଆର୍‌ଜେଡି ନେତା, ଗୁଳି କରିଦେଲେ ଦୁର୍ବୃତ୍ତ

ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Firing on RJD Leader

Firing on RJD Leader

ମର୍ଣ୍ଣିଂଓ୍ୱାକ୍‌ରେ ଯାଇଥିବା ଆର୍‌ଜେଡି ନେତାଙ୍କୁ ଗୁଳିମାଡ଼। କିଛି ଅପରାଧି ବାଇକ୍‌ରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଆର୍‌ଜେଡି ନେତା ଜଣକ ଗୁରୁତର ହୋଇଛନ୍ତି। ବିହାରର ମୁଙ୍ଗେରରେ ଘଟିଛି ଏଭଳି କିଛି ଅପରାଧିକ ଘଟଣା।

Advertisment

ସୂଚନା ମୁତାବକ, ଆଜି ସକାଳୁ ରାଷ୍ଟ୍ରୀୟ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ପଙ୍କଜ ଯାଦବଙ୍କ ଉପରକୁ ଗୁଳିମାଡ଼ ହୋଇଛି। ସେ ମର୍ଣ୍ଣିଂଓ୍ୱାକ୍‌ରେ ଯାଇଥିଲେ। ଏହି ସମୟରେ କିଛି ଅପରାଧି ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଚେତାଶୂନ୍ୟ ହୋଇପଡିଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କ ଚିକିତ୍ସା ଜାରି ରହିଛି। ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଛି। ଅପରାଧିଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରହିଛି।

Advertisment
Bihar Firing On RJD Leader