Advertisment

ଆଇଏଏସ୍‌ ସଞ୍ଜୀବ ହଂସଙ୍କ ଅଡ଼ୁଆ ବଢ଼ିଲା, ୨୩ କୋଟିର ସମ୍ପତ୍ତି ଜବତ

ସଞ୍ଜୀବ ହଂସ ଏବେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଇଡି ତାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି। ଇଡି ପକ୍ଷରୁ ୩ଟି ସ୍ଥାନରେ ଥିବା ତାଙ୍କ ଜାଗା ଓ କୋଠା ଜବତ ହୋଇଥିବା ବେଳେ ଏହାର ପରିମାଣ ୨୩ କୋଟି ୭୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

author-image
Niharika Rout
 ias-officer-sanjeev

ias-officer-sanjeev

ବିହାରର ଦୁର୍ନୀତିଗ୍ରସ୍ତ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ହଂସଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଞ୍ଜୀବ ହଂସ ଏବେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଇଡି ତାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି। ଇଡି ପକ୍ଷରୁ ୩ଟି ସ୍ଥାନରେ ଥିବା ତାଙ୍କ ଜାଗା ଓ କୋଠା ଜବତ ହୋଇଥିବା ବେଳେ ଏହାର ପରିମାଣ ୨୩ କୋଟି ୭୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

Advertisment

ଆଇଏଏସ୍‌ ସଞ୍ଜୀବ ହଂସଙ୍କର ଉତ୍ତରପ୍ରଦେଶର ନାଗପୁରରେ ୩ଟି ପ୍ଲଟ, ଦିଲ୍ଲୀରେ ଏକ ଫ୍ଲାଟ, ଜୟପୁରରେ ତିନିଟି ଫ୍ଲାଟ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସଞ୍ଜୀବ ହଂସ ନିଜେ ଏହି ସବୁ ସମ୍ପର୍ତ୍ତି ମାଲିକ ହୋଇ ନ ଥିବା ବେଳେ ନିଜ ସମ୍ପର୍କୀୟ ତଥା ଷ୍ଟାଫଙ୍କ ନାମରେ ଏହି ସବୁ ସମ୍ପତ୍ତିକୁ ସେ ରେଜିଷ୍ଟର କରାଇଥିଲେ।

ଏହି ମାମଲାର ତଦନ୍ତ କରି ଗତ ୩ ତାରିଖରେ ଇଡି ପକ୍ଷରୁ ଦିଲ୍ଲୀ, ଗୁରଗ୍ରାମ, କୋଲକତା, ଜୟପୁର,ନାଗପୁରରେ ଚଢ଼ାଉ କରାଯାଇଥିଲା। ଗତ ୬ ତାରିଖରେ ଇଡି ପକ୍ଷରୁ ସଞ୍ଜୀବଙ୍କ ପତ୍ନୀ ମୋନା ହଂସ ଓ ତାଙ୍କ ଶଳାଙ୍କୁ ବି ପଚରାଉଚରା କରାଯାଇଥିଲା। ପାଟନାସ୍ଥିତ ଇଡି କାର୍ଯ୍ୟାଳୟରେ ଉଭୟଙ୍କୁ ପ୍ରାୟ ୩ ଘଣ୍ଟା କାଳ ପଚରାଉଚରା କରାଯାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ସମ୍ପତ୍ତି ଆଟାଚ କରାଯାଉଛି।

Advertisment

ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସଞ୍ଜୀବ ହଂସ ଓ ତାଙ୍କ ବିଜନେସ୍‌ ପାର୍ଟନର ଗୁଲାବ ଯାଦବଙ୍କୁ ବାନ୍ଧି ସାରିଛି ଇଡି। ଏହାପରେ ଇଡି ପକ୍ଷରୁ ଠିକାଦାର ପ୍ରବୀଣ ଚୌଧୁରୀ ଓ ପୁଷ୍ପରାଜ ବଜାଜ ବି ଏହି ମାମଲାରେ ଗିରଫ ହୋଇଛନ୍ତି। ସମସ୍ତେ ଏବେ ପାଟନାର ବେଉର ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି।

ଏହି ମାମଲାରେ ଏଯାବତ ଇଡି ସଞ୍ଜୟ ହଂସଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ବିପୁଳ ସମ୍ପତ୍ତିର ଟେର ପାଇ ପାରିଛି। ସଞ୍ଜୟ ହଂସଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବେ ୬୦ କୋଟି ଟଙ୍କାର ଶେଆର ସହ ୭୦ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୬ କୋଟି ଟଙ୍କା ଜବତ କରାଯାଇଛି। ଏହାପରେ ଏହି ସବୁ ସମ୍ପତ୍ତିକୁ ଫ୍ରିଜ୍‌ କରି ଦିଆଯାଇଛି।

ଏହି ମାମଲାରେ ଏଯାବତ ୮୦ ଲକ୍ଷ ଟଙ୍କାର ଅଳଙ୍କାର ସିଜ୍‌ ହୋଇ ସାରିଥିବା ବେଳେ ସଞ୍ଜୟଙ୍କ ଦିଲ୍ଲୀ ଓ ପାଟଣାସ୍ଥିତ ଘରୁ ୬୫ ଲକ୍ଷ ଟଙ୍କାର କ୍ୟାସ୍‌ ଜବତ ହୋଇଛି। ଏଥିସହ ୧୧ ଲକ୍ଷ ମୂଲ୍ୟର ୧୩ କେଜି ଓଜନ ବିଶିଷ୍ଟ ରୂପା ବିସ୍କୁଟ, ୧କୋଟି ୨୫ ଲକ୍ଷ ଟଙ୍କା ମୂଲ୍ୟ ବିଶିଷ୍ଟ ସୁନା ବିସ୍କୁଟ ଜବତ ହୋଇଛି। ଏଥିସହ ତାଙ୍କ କର୍ମଚାରୀଙ୍କ ବାସଭବନରୁ ୨୦ ଲ୪ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ନିକଟରୁ ୧.୦୭ କୋଟି ଜବତ ହୋଇଛି। ଏହି ଟଙ୍କା କେଉଁଠୁ ଆସିଲା ସେ ନେଇ ସଞ୍ଜୟ ହଂସ ଇଡି ଅଧିକାରୀଙ୍କୁ ସଠିକ୍‌ ଉତ୍ତର ଦେଇ ପାରି ନାହାନ୍ତି।

ED Raid Bihar Ias Property List