Advertisment

ଜିତିଆ ପର୍ବରେ ଅଘଟଣ, ଜଳାଶୟରେ ବୁଡ଼ି ୩୯ ମୃତ

ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ୩୯ ଜଣଙ୍କ ମୃତ୍ୟୁ ଘଟିଲାଣି।

River

River

Advertisment

ଜିତିଆ ପର୍ବ ପାଳନର ଖୁସି ଦୁଃଖରେ ପରିଣତ ହୋଇଯାଇଛି। ବିହାରରେ ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ୩୯ ଜଣଙ୍କ ମୃତ୍ୟୁ ଘଟିଲାଣି।

Advertisment

ରାଜ୍ୟର ୧୪ଟି ଜିଲ୍ଲୀରେ ୩୯ ଜଣଙ୍କ ଜୀବନ ଯାଇ ଥିବାବେଳେ ମୃତକଙ୍କ ମଧ୍ୟରେ ସର୍ବାଧିକ ଔରଙ୍ଗାବାଦ ଜିଲ୍ଲୀର ୧୦ ଜଣ ଅଛନ୍ତି। ସେହିପରି ଛପରାରେ ୫ ଜଣ, ରୋହତାସରେ ୪, କୈମୁରରେ, ସିୱାନରେ, ମୋତିହାରୀରେ ୩ ଲେଖାଏ, ବେତିଆରେ, ବେଗୁସରାୟରେ ୨ ଜଣ ଲେଖାଏଁ, ଗୋପାଳଗଞ୍ଜ, ଭୋଜପୁର, ନାଳନ୍ଦା, ଦରଭଙ୍ଗା, ମଧୁବନୀ, ସମସ୍ତିପୁର ଏବଂ ଅରୱାଲରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି। 

ଅନ୍ୟପଟେ ଅନ୍ୟ କେତେକ ଲୋକ ମଧ୍ୟ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଖୋଜାଖୋଜି କରୁଛି। ଏଭଳି ପରିସ୍ଥିତିରେ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। 

Advertisment

ସେପଟେ ପାର୍ବଣର ମାହୋଲ ସମୟରେ ଏପରି ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟକ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।  

ଜିତିଆ ପର୍ବ କ'ଣ?
ଜିତିଆ ପର୍ବକୁ ଜୀବିତ ପୁତ୍ରିକା ମଧ୍ୟ କୁହାଯାଏ। ପୁଅଙ୍କ ଶୁଭ ମନାସୀ ମାଆମାନେ ଏହି କଠୋର ନିର୍ଜଳା ବ୍ରତ ପାଳନ କରନ୍ତି। ଏହି ବ୍ରତରେ ବ୍ରତଧାରୀମାନେ ପୋଖରୀ କିମ୍ବା ନଦୀରେ ସ୍ନାନ କରିବା ପରେ ସେହି ସ୍ଥାନରେ ପୂଜାର୍ଚ୍ଚନା କରନ୍ତି। ଆଶ୍ୱିନ ମାସର କୃଷ୍ଣପକ୍ଷରେ ଜିତିଆ ପର୍ବ ପାଳନ କରାଯାଏ। ଏହା ବିଶେଷ କରି ନେପାଳର ମୁଖ୍ୟ ପର୍ବ ହୋଇ ଥିବାବେଳେ ଆମ ଦେଶରେ ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡରେ ପାଳନ କରାଯାଇଥାଏ। 

Drowning Jitiya Jitiya Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe