Advertisment

Bihar Election: ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ: ୨ଟି ପର୍ଯ୍ୟାୟରେ ହେବ ଭୋଟ୍‌

ବିହାରର ୨୪୩ଟି ବିଧାନସଭା ଆସନରୁ ୨ଟି ଅନୁସୂଚିତ ଜନଜାତି ଓ ୩୮ଟି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ନଭେମ୍ବର ୨୨ରେ ବିହାରର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜ୍ଞାନେଶ କୁମାର କହିଛନ୍ତି।

Bihar

ବିହାର ନିର୍ବାଚନ

Advertisment

ବିହାର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ତାରିଖ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ବିହାରର ୧୮ତମ ବିଧାନସଭା ନିର୍ବାଚନ (Bihar Election) ନଭେମ୍ବର ୬ରୁ ଆରମ୍ଭ ହେବ। ୨୪୩ଟି ବିଧାନସଭା ଆସନ ପାଇଁ ମୋଟ ୨ଟି ପର୍ଯ୍ୟାୟରେ ଭୋଟିଂ ହେବ। 

Advertisment

ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୧ ହେବ। ଏହାପରେ ନଭେମ୍ବର ୧୪ରେ ଭୋଟିଂ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 

ନଭେମ୍ବର ୬ରେ ମୋଟ ୧୨୧ଟି ଆସନ ପାଇଁ ଭୋଟିଂ ହେବ। ଏଥିପାଇଁ ଅକ୍ଟୋବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୭ ରହିଥିବା ବେଳେ ୧୮ ତାରିଖରେ ଏହାର ଯାଞ୍ଚ କରାଯିବ। ନାମାଙ୍କନ ଦାଖଲର ଶେଷ ତାରିଖ ୨୦ ଅକ୍ଟୋବର ରହିଛି। ଏହାପରେ ନଭେମ୍ବର ୬ରେ ଭୋଟିଂ ହେବ।

Advertisment

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ୧୩ ତାରିଖ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ବିହାରର ୧୨୨ଟି ବିଧାନସଭା ଆସନ ପାଇଁ ମତଦାନ। ନାମାଙ୍କନ ଦାଖଲର ଶେଷ ତାରିଖ ୨୦ ଅକ୍ଟୋବର ରହିଥିବା ବେଳେ ୨୧ତାରିଖରେ ଏହାର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୨୩ ତାରିଖ। ଏହାପରେ ନଭେମ୍ବର ୧୧ରେ ମତଦାନ ହେବ। 

ବିହାରର ୨୪୩ଟି ବିଧାନସଭା ଆସନରୁ ୨ଟି ଅନୁସୂଚିତ ଜନଜାତି ଓ ୩୮ଟି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ନଭେମ୍ବର ୨୨ରେ ବିହାରର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜ୍ଞାନେଶ କୁମାର କହିଛନ୍ତି।

ସେ କହିଛନ୍ତି, ନୂଆ କରି ଭୋଟର ତାଲିକାରେ ସାମିଲ ହେଉଥିବା ଲୋକଙ୍କୁ ନୂଆ କରି ଭୋଟର କାର୍ଡ ଦିଆଯିବ। ବିହାରର ମୋଟ ଭୋଟରଙ୍କ ସଂଖ୍ୟା ୭.୪୨ କୋଟି ହୋଇଥିବା ବେଳେ ଏହା ମଧ୍ୟରେ ୩.୯୨ କୋଟି ପୁରୁଷ ଓ ୩.୫ କୋଟି ମହିଳା ରହିଛନ୍ତି। ସେହିପରି ୧୪ ଲକ୍ଷ ଯୁବକ ପ୍ରଥମଥର ଏଥର ବିହାରରେ ଭୋଟ ଦେବେ। ଏଥିପାଇଁ ୯୦ ହଜାର ୭୧୨ଟି ବୁଥ ହୋଇଛି। 

ଭାରତୀୟ ନିର୍ବାଚନ କମିଶନ ଗୋଟିଏ ନେଟ ୱାନ ନାମକ ସିଙ୍ଗ ୱିଣ୍ଡୋ ଆପ୍‌ ଲଞ୍ଚ କରିବେ। ସମସ୍ତ ନିର୍ବାଚନ ସଂକ୍ରାନ୍ତ ଆପ୍‌ ତୁଳନାରେ ଏଥିରେ ଅତ୍ୟାଧୁନିକ ଫିଚା ରହିବ। ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଜଣେ ଏହି ଆପ୍‌ରୁ ଜାଣିପାରିବେ। ବିହାର ନିର୍ବାଚନ ଠାରୁ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। 

ନିର୍ବାଚନ ସମ୍ପର୍କିତ ଭୁଲ ତଥ୍ୟକୁ କାଉଣ୍ଟର କରିବା ଓ ଲୋକଙ୍କ ପାଖରେ ଉପଯୁକ୍ତ ତଥ୍ୟ ପହଞ୍ଚାଇବା ପାଇଁ ଇସିଆ ନେଟ୍‌ ଆପ୍‌ ଲଞ୍ଚ କରାଯାଇଛି। 

ବର୍ତ୍ତମାନ ବିହାରରେ ବିଜେପି-ଜେଡିୟୁ ସରକାର ରହିଛି। ଚଳିତ ନିର୍ବାଚନରେ ଏନଡିଏକୁ ଟକ୍କର ଦେବାକୁ ଆରଜେଡି ଓ କଂଗ୍ରେସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୦ ବିହାର ବିଧାନସଭାରେ ଆରଜେଡି ୭୫ଟି, ବିଜେପି ୭୪, ଜେଡିୟୁ ୪୩, କଂଗ୍ରେସ ୧୯, ସିପିଆଇ(ଏମଏଲ) ୧୨, ଏଆଇଏମଆଇଏମ ୫ଟି ଆସନ ଜିତିଥିଲା। 

ଦୀର୍ଘ ୨୨ ବର୍ଷ ପରେ ବିହାର(Bihar)ରେ ଅନୁଷ୍ଠିତ ହୋଇଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସଆଇଆର କାର୍ଯ୍ୟକ୍ରମ ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏସ୍‌ଆଇଆର ବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଭାରତୀୟ ନିର୍ବାଚନ କମିଶନ(Eci) ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଥିଲେ। ବିହାର ବିଧାନସଭା ନିର୍ବାଚନ ଏହି ଭୋଟର ତାଲିକା ଆଧାରରେ ଅନୁଷ୍ଠିତ ହେବ। 

ମଙ୍ଗଳବାର ଜାରି ହୋଇଥିବା ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଡ୍ରାଫ୍ଟ ତାଲିକା ତୁଳନାରେ ଚୂଡ଼ନ୍ତା ତାଲିକାର ଭୋଟ ସଂଖ୍ୟାରେ ୧୮ ଲକ୍ଷ ବୃଦ୍ଧି ହୋଇଛି। ଅଗଷ୍ଟ ୧ରେ ଜାରି ହୋଇଥିବା ଡ୍ରାଫ୍ଟ ତାଲିକାରେ ଭୋଟରଙ୍କ ସଂଖ୍ୟା ୭.୨୪ କୋଟି ରହିଥିଲା। କିନ୍ତୁ ଚୂଡ଼ାନ୍ତ ତାଲିକାରେ ଭୋଟରଙ୍କ ସଂଖ୍ୟା ୭.୪୨ କୋଟିକୁ ବୃଦ୍ଧି ପାଇଛି। 
ଏସ୍‌ଆଇଆର ପରେ ଅଗଷ୍ଟ ୧ରେ ଡ୍ରାଫ୍ଟ ତାଲିକା ଜାରି କରାଯାଇଥିଲା।

ସେପ୍ଟେମ୍ବର ୧ ଯାଏ ଆପତ୍ତି ଓ ଦାବି ଜଣାଇବାକୁ ଲୋକଙ୍କୁ ସୁଯୋଗ ଦିଆଯାଇଥିଲା। ଏସ୍‌ଆଇଆର କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିହାରରେ ଭୋଟରଙ୍କ ସଂଖ୍ୟା ୭.୮୯ କୋଟି ରହିଥିଲା।

ଚୂଡ଼ାନ୍ତ ତାଲିକା ପରେ ବି ଲୋକମାନେ ଭୋଟର ଭାବେ ପଞ୍ଜିକୃତ ହେବାକୁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ନାମାଙ୍କନ ଦାଖଲର ଶେଷ ହେବାକୁ ୧୦ ଦିନ ବାକି ରହିଥିବା ଯାଏ ଚାଲିବ। ସେମାନଙ୍କୁ ନାଁକୁ ମଧ୍ୟ ଭୋଟର ତାଲିକାରେ ଯୋଡ଼ା ଯିବ ବୋଲି ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି କହିଛନ୍ତି। 

Bihar Election Eci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe