Advertisment

ନୀତୀଶ ସରକାରଙ୍କୁ ସୁପ୍ରିମ ଝଟ୍‌କା: ସଂରକ୍ଷଣ ନିର୍ଦ୍ଦେଶ ଉପରେ ଲାଗିବନି ରୋକ୍‌

ବିହାରରେ ପଛୁଆ ଶ୍ରେଣୀ ପାଇଁ ୬୫ ପ୍ରତିଶତ ସଂରକ୍ଷଣ କୋଟାକୁ ଖଣ୍ଡନ କରିଥିବା ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

author-image
Madhupriya Mistry
SC on Bihar Reservation

SC on Bihar Reservation

ନୀତୀଶ ସରକାରଙ୍କୁ ସୁପ୍ରିମ ଝଟ୍‌କା। ବିହାରରେ ପଛୁଆ ଶ୍ରେଣୀ ପାଇଁ ୬୫ ପ୍ରତିଶତ ସଂରକ୍ଷଣ କୋଟାକୁ ଖଣ୍ଡନ କରିଥିବା ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

Advertisment

ବିହାର ସରକାରଙ୍କ ଆଦିବାସୀ ତଥା ପଛୁଆ ବର୍ଗର ସଂରକ୍ଷଣକୁ ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ଆଇନ୍‌କୁ ହାଇକୋର୍ଟ ବାତିଲ କରି ଦେଇଥିଲେ। ତେବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିହାର ସରକାର ସୁପ୍ରିମକୋର୍ଟର ଦ୍ୱରସ୍ଥ ହୋଇଥିଲେ।

ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି। ତେବେ ଅଦାଲତ ବିହାର ସରକାରଙ୍କ ଅବେଦନର ଶୁଣାଣି କରିବାକୁ ରାଜି ଅଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

କହିରଖୁ ଯେ, ଜାତିଗତ ଜନଗଣନା ପରେ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରାଯାଇଥିଲା। ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ହାଇକୋର୍ଟ ବାତିଲ କରି ଦେଇଥିଲେ।

Supreme Court Nitish Kumar Bihar Reservation