Advertisment

ନିର୍ବାଚନୀ ହିଂସା: ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼, ଜଣେ ମୃତ

ଗୁଳିମାଡ଼ରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବୁଥ୍‌କୁ ଯିବା ପରେ ସେଠାରେ ହିଂସା ସ୍ଥିତି ଉପୁଜିଥିଲା।

violence-after-election

violence-after-election

Advertisment

ସୋମବାର ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଥିଲା। ତେବେ ଏହି ସମୟରେ ବିହାର ସାରଣ ଲୋକସଭା ଆସନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୁଳିମାଡ ମଧ୍ୟ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ବିହାର ସାରଣ ଲୋକସଭା ଆସନରୁ ଆର୍‌ଜେଡି ତରଫରୁ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ପ୍ରାର୍ଥୀ ଅଛନ୍ତି। ସେ ସୋମବାର ସନ୍ଧ୍ୟରେ ଭୋଟିଂ ସରିବା ପରେ ଛପରା ସହରର ଯେଉଁ ବୁଥକୁ ଯାଇଥିଲେ, ସେଠାରେ ପ୍ରବଳ ହଙ୍ଗମା ହୋଇଥିଲା।

ତେବେ ଆଜି ସକାଳୁ ଏହି ହିଂସା ଉଗ୍ର ରୂପ ନେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ ହୋଇଛି। ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଘଟଣା ପରେ ଛପରା ଭିକାରୀ ଠାକୁର ଛକ ନିକଟରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏସପି ଏବଂ ଡିଏମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Advertisment

ସୋମବାର ସନ୍ଧ୍ୟାରେ ଆରଜେଡି ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟ ଏହି ଅଞ୍ଚଳର ୧୧୮ ନମ୍ବର ବୁଥକୁ ଯାଇଥିଲେ। ତେବେ ସେଠାରେ ପହଞ୍ଚିବା ପରେ ରୋହିଣୀ ଆଚାର୍ଯ୍ୟ ଭୋଟରଙ୍କ ସହ ଦୁର୍ବ୍ୟବହାର କରିଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ସହ ଥିଲେ। ଏହାକୁ ନେଇ ଲୋକେ ପ୍ରବଳ ରାଗି ଯାଇଥିଲେ। ଏହାକୁ ଦୃଷ୍ଟିରେ ରଖି ରୋହିଣୀ ଆଚାର୍ଯ୍ୟଙ୍କୁ ଏହି ସ୍ଥାନ ଛାଡିବାକୁ ପଡୁଥିଲା, କିନ୍ତୁ ମଙ୍ଗଳବାର ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା ​​ଏବଂ ଗୁଳି ବିନିମୟ ହୋଇଥିଲା।

Violence After Election Loksabha Election 2024 Bihar Rohini Acharya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe