Advertisment

ନିର୍ବାଚନ ଡ୍ୟୁଟିରେ ଯାଉଥିଲେ, ଦୁର୍ଘଟଣାରେ ସହିଦ ହେଲେ ୩ ଯବାନ

ସେହିରପି ୧୨ରୁ ଅଧିକ ପୁଲିସକର୍ମୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Madhupriya Mistry
undefined

Accident

ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ସୁରକ୍ଷାକର୍ମୀଙ୍କ ବସ୍‌। ଗୋଟିଏ ପରେ ଗୋଟିଏ ସୁରକ୍ଷାକର୍ମୀଙ୍କ ୩ଟି ବସ୍‌କୁ ପଛ ପଟୁ ଧକ୍କା ଦେଲା କଣ୍ଟେନର୍‌। ଏଥିରେ ଡ୍ରାଇଭରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି। ବିହାରର ଗୋପାଳଗଞ୍ଜରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ନିର୍ବାଚନ ଡ୍ୟୁଟିରେ ବିହାର ଗୋପାଳଗଞ୍ଜରୁ ୨୪୨ ଜଣ ପୁଲିସ କର୍ମୀ ଓ ଯବାନ ତିନୋଟି ବସ୍‌ରେ ସୁପୋଲା ଯାଉଥିଲେ। ତେବେ ସିଦ୍ଧୱାଲିଆ ପୁଲିସ ଷ୍ଟେସନ ପରିସରର ବାରହିମା ଟର୍ନ ନିକଟରେ ବସ୍‌କୁ ଅଟକାଇ ସମସ୍ତେ ଜଳଖିଆ ଖାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଏକ କଣ୍ଟେନର ଆସି ସୁରକ୍ଷାକର୍ମୀଙ୍କ ବସ୍‌କୁ ପଛପଟୁ ଧକ୍କା ଦେଇଥିଲା।

ତେବେ ଘଟଣାସ୍ଥଳରେ ଅଶୋକ ଉରାମ୍ବ ନାମକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ପବନ ମହତୋ ଓ ଦିଗ୍‌ବିଜୟଙ୍କ ମୃତ୍ୟୁ ହୋଇଛି। ସେହିରପି ୧୨ରୁ ଅଧିକ ପୁଲିସକର୍ମୀ ଗୁରୁତର ହୋଇଛନ୍ତି। ପାଞ୍ଚଟି ଆମ୍ବୁଲାନ୍ସ ଏବଂ ଡାକ୍ତରଙ୍କ ଏକ ଟିମ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ପଠାଯାଇ ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇଟି ବସ୍‌ ମଧ୍ୟରେ ଅନେକ ପୁଲିସ ଯବାନ ଫଶି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଉଦ୍ୟମ ଚାଲିଥିଲା। ସେପଟେ ଏସ୍‌ପି ସ୍ୱର୍ଣ୍ଣ ପ୍ରଭାତ ଓ ଡିଏମ୍‌ ମହମ୍ମଦ ମକସୁଦ ଆଲନ ହସ୍ପିଟାଲ ପହଞ୍ଚି ଆହତ ସୁରକ୍ଷାକର୍ମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି।

Accident Bihar Police Security Forces Bus Accident