Advertisment

ରଦ୍ଦ ହେବ ବିହାର ଏସ୍‌ଆଇଆର! ସର୍ତ୍ତ ଲାଗୁ କଲେ ସୁପ୍ରିମକୋର୍ଟ

ବିହାରରେ ନିର୍ବାଚନ କମିଶନ ଜାରି ରଖିଥିବା ଏସଆଇଆରକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ବେଆଇନ ଭାବେ ଭୋଟର ତାଲିକା ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଛି।

author-image
Hemant Lenka
Voter List

Voter List

ବିହାରରେ ଏବେ ନିର୍ବାଚନ କମିଶନ ପକ୍ଷରୁ ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍‌ଆଇଆର ଚାଲିଛି। ଭୋଟର ସଂଶୋଧନ ସର୍ଭେ ଭାବେ ପରିଚିତ ଏହି କାର୍ଯ୍ୟକ୍ରମରେ ୬୫ ଲକ୍ଷ ଲୋକ ପ୍ରାଥମିକ ଭାବେ ବାଦ ପଡ଼ିଥିବା ନିର୍ବାଚନ କମିଶନ ଗୋଟିଏ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ।

Advertisment

ଯଦି ବିହାର ମତଦାତା ତାଲିକାରେ ବେଆଇନ କାର୍ଯ୍ୟକଳାପ ପ୍ରମାଣିତ ହୋଇଯିବ, ତା’ହେଲେ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଏସଆଇଆର ରେଜଲ୍ଟକୁ ସେପ୍ଟେମ୍ବର ଶେଷ ସୁଦ୍ଧା ରଦ୍ଦ କରାଯାଇ ପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବିହାରରେ ନିର୍ବାଚନ କମିଶନ ଜାରି ରଖିଥିବା ଏସଆଇଆରକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ବେଆଇନ ଭାବେ ଭୋଟର ତାଲିକା ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଛି। ଏସଆଇଆର ବିରୋଧୀ ଆବେଦନର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ଏପରି କହିଛନ୍ତି।

Advertisment

ଶୁଣାଣି ବେଳେ ଆବେଦନକାରୀ ଏପରି କାର୍ଯ୍ୟକ୍ରମର ସାମ୍ବିଧାନିକ ଅନୁମତି ଉପରେ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ କମିଶନ ସର୍ଭେ ବେଳେ ନାଗରିକତାର ପ୍ରମାଣ ଦେବାକୁ ଦସ୍ତାବିଜ ମାଗୁଛନ୍ତି। ହେଲେ କାହାକୁ ନାଗରିକତା ମିଳିବ ବା ମିଳିବ ନାହିଁ, ତା’ର ନିଷ୍ପତ୍ତି ନେବାକୁ ନିର୍ବାଚନ ଆୟୋଗଙ୍କ ପାଖରେ କୌଣସି ଅଧିକାର ନାହିଁ।

ନାଗରିକତା ପ୍ରସଙ୍ଗ ସଂପୂର୍ଣ୍ଣ ଭାବେ ଭାରତ ସରକାର ବିଶେଷ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ରହିଛି। ସେମାନେ (ନିର୍ବାଚନ କମିଶନ) କହୁଛନ୍ତି, ନାଗରିକତା ଜାଣିବା ପାଇଁ ଆଧାର କାର୍ଡ ଉପଯୁକ୍ତ ଦସ୍ତାବିଜ ନୁହେଁ। କିନ୍ତୁ କାହାର ନାଗରିକତା ଉପରେ ନିଷ୍ପତ୍ତି ନେବାକୁ ସେମାନଙ୍କ ପାଖରେ ଅଧିକାରୀ ନାହିଁ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଥିଲେ।

ସୁପ୍ରିମକୋର୍ଟ ଶୁଣାଣି ବେଳେ ନିର୍ବାଚନ କମିଶନ ରଖିଥିବା ଆଧାର କାର୍ଡ ଯୁକ୍ତିରେ ଏକମତ ହୋଇଛନ୍ତି। ଆଧାର କାର୍ଡକୁ ନାଗରିକତାର ପ୍ରମାଣ ଭାବେ ବିବେଚନା କରାଯାଇ ପାରିବ ନାହିଁ। ଏହାକୁ ସ୍ୱାଧୀନ ଭାବେ ଯାଞ୍ଚ କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, “ଆଧାର କାର୍ଡକୁ ସଂପୂର୍ଣ୍ଣ ଭାବେ ନାଗରିକତାର ପ୍ରମାଣ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିଶନ ରଖିଥିବା ଯୁକ୍ତି ଠିକ। ଏହାର ଯାଞ୍ଚ ଆବଶ୍ୟକ। ଇସିଆଇଙ୍କ ପାଖରେ ଯାଞ୍ଚ କରିବାର କ୍ଷମତା ରହିଛି କି ନାହିଁ, ତା’ହା ପ୍ରଥମ ପ୍ରଶ୍ନ। ଯଦି ସେମାନଙ୍କ ପାଖରେ କ୍ଷମତା ନାହିଁ, ତା’ହେଲେ ସେଠାରେ ହିଁ ସବୁ କିଛି ଶେଷ ହୋଇଯିବ। କିନ୍ତୁ ଯଦି ସେମାନଙ୍କ ପାଖରେ କ୍ଷମତା ରହିଛି, ତା’ହେଲେ କୌଣସି ସମସ୍ୟା ନାହିଁ।”

ଆବେଦନକାରୀ ଓକିଲ କପିଲ ଶିବଲଙ୍କ କହିବା କଥା ଯେ ନିର୍ବାଚନ କମିଶନଙ୍କ ପ୍ରକ୍ରିୟା ଦ୍ୱାରା ବିପୁଳ ସଂଖ୍ୟାର ଭୋଟର ବାଦ ପଡ଼ି ପାରନ୍ତି। ବିଶେଷ କରି ଯେଉଁମାନେ ଆବଶ୍ୟକ ଦସ୍ତାବିଜ ଦେଇ ପାରିବେ ନାହିଁ, ସେମାନେ ବାଦ ପଡ଼ିବେ। ନିର୍ବାଚନ କମିଶନଙ୍କ ତଥ୍ୟ କହୁଛି ୭.୨୪ କୋଟି ଲୋକ ଫର୍ମ ଦାଖଲ କରିଥିଲେ। ତଥାପି ୬୫ ଲକ୍ଷ ନାଁକୁ ବିନା ଯାଞ୍ଚରେ ବାଦ ଦିଆଯାଇଛି। ବିନା ସର୍ଭେରେ ସେମାନେ ଏପରି କରିଥିବା ନିଜର ସତ୍ୟପାଠରେ ମଧ୍ୟ କହିଛନ୍ତି।

ଏହା ଶୁଣିବା ପରେ ନିର୍ବାଚନ କମିଶନ ୬୫ ଲକ୍ଷ ସଂଖ୍ୟା କେମିତି ହାସଲ କଲେ, ତା’ ଉପରେ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, “ଆପଣଙ୍କ କେବଳ ଆଶଙ୍କା କରିଛନ୍ତି ନା ଏଥିରେ କୌଣସି ସତ୍ୟତା ରହିଛି?”

Bihar Supreme Court voter-list