Advertisment

ହସ୍ପିଟାଲରେ ନଥିଲେ ଡାକ୍ତର, କମ୍ପାଉଣ୍ଡର ଅସ୍ତ୍ରୋପଚାର କରିବାରୁ ମହିଳା ମୃତ

ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ମୃତ୍ୟୁ ଘଟିଥିବା ସୂଚନା...

author-image
Debibandita Barick
Hospital

Hospital

ଡାକ୍ତର ନଥିବା ବେଳେ କମ୍ପାଉଣ୍ଡର ଅସ୍ତ୍ରୋପଚାର କରିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ। ବିହାରର ସାମସ୍ତିପୁର ଜିଲ୍ଲାରେ ଏପରି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। 

Advertisment

ମୃତକ ଜଣକ ହେଉଛନ୍ତି ୨୮ ବର୍ଷୀୟ ବବିତା ଦେବୀ। ପରିବାର ଲୋକ କହିଛନ୍ତି ଯେ, ଗତକାଲି ସକାଳେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ବବିତାଙ୍କୁ ଅନିଶା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଡାକ୍ତର ନଥିବା କମ୍ପାଉଣ୍ଡର କହିଥିଲେ।

ଏହାପରେ କମ୍ପାଉଣ୍ଡର ଜଣକ ନିଜେ ଅପରେସନ କରିଥିଲେ। ଅପରେସନ କରିବାର ତତ୍ କ୍ଷଣାତ ମହିଳାଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ କମ୍ପାଉଣ୍ଡର ଏନେଇ ଜଣାଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। 

Advertisment

ସେମାନେ କହିଛନ୍ତି ଯେ, ଯେତେବେଳେ ବବିତାଙ୍କୁ ଅନ୍ୟ ଏକ ହସ୍ପିଟାଲ ନିଆଯାଉ ଥିଲା ସେତେବେଳେ ତାଙ୍କ ଶରୀର ସମ୍ପୂର୍ଣ୍ଣ ଥଣ୍ଡା ଲାଗିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା ଏବଂ ଅନ୍ୟ ଏକ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସମ୍ପୃକ୍ତ କମ୍ପାଉଣ୍ଡରଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସ୍ଥାନୀୟ ଅଞ୍ଚଳର ଅନେକ ହସ୍ପିଟାଲରେ ଡାକ୍ତରଙ୍କ ବଦଳରେ କମ୍ପାଉଣ୍ଡର ଚିକିତ୍ସା ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ କମ୍ପାଉଣ୍ଡର ଏବଂ ଅନ୍ୟ କର୍ମଚାରୀ ଫେରାର୍ ହୋଇ ଯାଇଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। 

Bihar News Bihar Healthcare Surgery News Compounder Operated A Woman