Advertisment

ଆସନ ଲୋଭ, ୬୦ ବର୍ଷରେ ବାହା ହେଲେ ବାହୁବଳୀ

ବିବାହ ପାଇଁ କୌଣସି ଲଗ୍ନ ନଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ସେ ଏହି ବିବାହ କରିଛନ୍ତି।

bahubali-ashok-mahto-got-married

bahubali-ashok-mahto-got-married

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ନିର୍ବାଚନକୁ ନେଇ ଜାରି ରହିଛି ରାଜନୈତିକ ହଲଚଲ। ସମସ୍ତୁ ଘାରିଛି ଆସନ ଲୋଭ। ଏହାରି ଭିତରେ ଏହି ଆସନ ଲୋଭରେ ଜଣେ ବାହୁବଳୀ ନେତା ୬୦ ବର୍ଷ ବୟସରେ ହୋଇଛନ୍ତି ହାତକୁ ଦି ହାତ। ପତ୍ନୀଙ୍କୁ ଲୋକସଭା ଆସନରେ ଠିଆ କରାଇବା ପାଇଁ ସେ କରିଛନ୍ତି ବିବାହ।

Advertisment

ବିହାର ନାଳନ୍ଦା ଅଞ୍ଚଳର ବାହୁବଳୀ ନେତା ଅଶୋକ ମାହତୋ। ସେ ୬୦ ବର୍ଷ ବୟସରେ କରିଛନ୍ତି ବିବାହ। ତେବେ ଏହି ବିବାହ ପଛର କାରଣ ରହିଛି ଆସନ ଲୋଭ। ଚଳିତଥର ବିହାରର ମୁଙ୍ଗେର ଲୋକସଭା ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ସେ ଚାହୁଁଛନ୍ତି। କିନ୍ତୁ ନାମାଙ୍କନ ପତ୍ର ରଦ୍ଦ ହୋଇଯିବା ଭୟ ତାଙ୍କୁ ଘାରିଛି। ଏଥିପାଇଁ ସେ ଆପଣାଇଛନ୍ତି ବିକଳ୍ପ ପନ୍ଥା।

୧୭ ବର୍ଷ ପରେ ଗତବର୍ଷ ଡିସେମ୍ବର ମାସରେ ଜେଲ୍‌ରୁ ଫେରିଥିବା ଅଶୋକ ମାହତୋ ମଙ୍ଗଳବାର ଲଖିସରୟା ଜିଲ୍ଲାର କୁମାରୀ ଅନୀତାଙ୍କୁ ବିବାହ କରିଛନ୍ତି। ବିବାହ ପାଇଁ କୌଣସି ଲଗ୍ନ ନଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ସେ ଏହି ବିବାହ କରିଛନ୍ତି। ଯଦି ତାଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଯାଏ ତେବେ ସେ ତାଙ୍କ ପତ୍ନୀ ଅନୀତାଙ୍କୁ ମୁଙ୍ଗେର ଆସନରେ ଠିଆ କରାଇବେ ବୋଲି ଆଶା ରଖିଛନ୍ତି। ଆର୍‌ଜେଡି ଟିକେଟ୍‌ରୁ ସେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ନେଇ କହିଛନ୍ତି ଅଶୋକ ମାହତୋ। ଏଥିପାଇଁ ସେ ବିବାହ କରିଥିବା ଜଣାଇଛନ୍ତି।

Advertisment

୧୯୯୦ ଦଶକରେ ଅଶୋକ ମାହତୋ ଓ ଅଖିଳେଶ ସିଂହ ଗୋଷ୍ଠୀଙ୍କ ନବାଦା ନାଳନ୍ଦା ଓ ଶେଖରପୁରା ଅଞ୍ଚଳରେ ବେଶ୍‌ ଦବ୍‌ଦବା ଥିଲା। ୨୦୦ରୁ ଅଧିକ ଗାଁ ତାଙ୍କ ଦ୍ୱାରା ପ୍ରଭାବିତ ଥିଲା। ଅଶୋକ ମାହତୋ ଅନେକ ନରସଂହାର ସମେତ ଜେଲ ଭରୋ ଆନ୍ଦୋଳନର ଅଭିଯୁକ୍ତ ଅଛନ୍ତି। ୨୦୦୧ରେ ହୋଇଥିବା ଜେଲ ଭରୋ ଆନ୍ଦୋଳନ ମାମଲାରେ ଅଶୋକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ମିଳିଥିଲା। ୧୭ ବର୍ଷ ପରେ ଅଶୋକ ଗତବର୍ଷ ଡିସେମ୍ବରରେ ଜେଲରୁ ମୁକୁଳିଛନ୍ତି।  

Ashok Mahto Got Married RJD Loksabha Election 2024 Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe