Advertisment

ଲାଲୁଙ୍କ ଘରକୁ ଆସିଲେ କୁନି ଅତିଥି, ବାପା ହେଲେ ତେଜସ୍ୱୀ

ତେଜସ୍ୱୀ ଯାଦବ କନ୍ୟା ସନ୍ତାନର ବାପା ହୋଇଛନ୍ତି।

 Tejashwi Yadav

Tejashwi Yadav

Advertisment

ବାପା ହେଲେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘରକୁ ଆସିଲେ କୁନି ଅତିଥି। ତେଜସ୍ୱୀ ଯାଦବ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି। ଟ୍ୱିଟ୍ କରି ଖୋଦ୍ ଏହି ଖୁସି ଖବର ଜଣାଇଛନ୍ତି ସେ। 

Advertisment

ତେଜସ୍ୱୀ ଟ୍ୱିଟ୍ କରି କହିଛନ୍ତ, ‘ଈଶ୍ୱର ଆନନ୍ଦିନ ହୋଇ କନ୍ୟା ରତ୍ନକୁ ଉପହାର ଆକାରରେ ପଠାଇଛନ୍ତି।’ ଘରକୁ କନ୍ୟା ରତ୍ନ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି। 

ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଏକ ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ରୋହିଣୀ ଆଚାର‌୍ୟ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ‘ମୋ ଘର ପ୍ରାଙ୍ଗଣରେ ଆଜି ଖୁସିର ଚିତ୍କାର ଶୁଭୁଛି, ଭଗବାନ ଏପରି ଏକ ଖୁସିର ଉପହାର ଦେଇଛନ୍ତି।’ ରୋହିଣୀ ଆଚାର୍ଯ୍ୟଙ୍କ ଟ୍ୱିଟର ପ୍ରାୟ ୬ ମିନିଟ୍ ପରେ ତେଜସ୍ୱୀ ଯାଦବ ଟ୍ୱିଟ୍ କରିଛନ୍ତି। 

Advertisment

ତେଜସ୍ୱୀ ଯାଦବ ୨୦୨୧ ଡିସେମ୍ବର ୯ ତାରିଖରେରେ ବିବାହ କରିଥିଲେ। ସେ ବିବାହ ପରେ ନିଜ ପତ୍ନୀ ରସେଲ ଗୋଡିହ୍ନୋଙ୍କ  ନାଁ ବଦଳାଇ ରାଜଶ୍ରୀ ରଖିଥିଲେ। ଏହି ନାଁକୁ ଲାଲୁ ଦେଇଥିବା ଜଣାଇଥିଲେ ତେଜସ୍ୱୀ। ସେପଟେ ରୋହିଣୀ ଯାଦବ ଏହି ବିବାହରେ ଯୋଗ ଦେଇ ପାରିନଥିଲେ, କିନ୍ତୁ ସେ ଟ୍ୱିଟର ମାଧ୍ୟମରେ ବର ଏବଂ କନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ।

Bihar Tejashwi Yadav RJD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe