Advertisment

ବିଲକିସ୍‌ ବାନୋ ମାମଲା: ଜେଲ୍‌ ଯିବେ ଦୋଷୀ, ସମୟ ପୂର୍ବରୁ ମିଳିବନି ମୁକ୍ତି

ଦୁଇ ସପ୍ତାହ ମଧ୍ୟରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
SC on Bilkis bano Case

SC on Bilkis bano Case

Advertisment

ବହୁ ଚର୍ଚ୍ଚିତ ଗୁଜରାଟ ବିଲକସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି କରିବା ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି। ଏବେ ସମସ୍ତ ଦୋଷୀ ଜେଲ ଯିବେ। ବିଲକିସ ବାନୋ ଗଣବଳାତ୍କାର ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି। ଏଥିସହ ଦୁଇ ସପ୍ତାହ ଭିତରେ ସମସ୍ତ ଦୋଷୀଙ୍କୁ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଭୟ ରାଜ୍ୟର ତଳ କୋର୍ଟ ଏବଂ ହାଇକୋର୍ଟ (ମହାରାଷ୍ଟ୍ର-ଗୁଜରାଟ) ନିଷ୍ପତ୍ତି ନେଇଛନ୍ତି। ଏପରି ପରିସ୍ଥିତିରେ, ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ୱଲ ଭୁୟାଁଙ୍କ ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି। ଏଥିସହ ମହିଳାମାନେ ସମ୍ମାନର ଯୋଗ୍ୟ ବୋଲି କୋର୍ଟ କହିଛନ୍ତି।

୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରି ସୁପ୍ରିମକୋର୍ଟ କହିଛନ୍ତି ଗୁଜରାଟ ସରକାର ନୁହେଁ ମହାରାଷ୍ଟ୍ର ସରକାରଙ୍କ ସେମାନଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଅଧିକାର ପାଇଛନ୍ତି। ଯଦିଓ ଗୁଜରାଟରେ ଏହି ଅପରାଧ ଘଟିଛି, ତଥାପି ଗୁଜରାଟ ସରକାରଙ୍କର ନିଷ୍ପତ୍ତି ନେବାକୁ ଅଧିକାର ନାହିଁ କାରଣ ମହାରାଷ୍ଟ୍ରରେ ଏହି ବିଚାର ଚାଲିଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ଅଗଷ୍ଟ ୨୦୨୨ ଗୁଜରାଟ ସରକାର ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ। ତେବେ ସମୟ ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନେଇ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା। ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ସେମାନଙ୍କୁ ଜେଲ ପଠାଇବାକୁ ଦାବି କରାଯାଇଥିଲା। ଦ୍ୱିତୀୟଟିରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ମେ' ୨୦୨୩ ରେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଶୁଣାଣି କରି ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ୱଲ ଭୁୟାଁଙ୍କ ସ୍ୱତନ୍ତ୍ର ବେଞ୍ଚ ୧୨ ଅକ୍ଟୋବର ୨୦୨୩ ରେ ରାୟ ସଂରକ୍ଷିତ ରଖିଥିଲେ।

୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା। ସେହି ସମୟରେ ବିଲକିସ ବାନୋଙ୍କ ବୟସ ୨୧ ବର୍ଷ ଥିଲା ଓ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ଏହି ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୧ ଜାନୁଆରୀ ୨୦୦୮ରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ସମର୍ଥନ ଜଣାଇଥିଲେ। 

Supreme Court Bilkis Bano
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe