Advertisment

ବିଲକିସ ବାନୋ କେସ୍‌ରେ ଗୁଜରାଟକୁ ସୁପ୍ରିମକୋର୍ଟ ଝଟକା, ଆବେଦନ ଖାରଜ

୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

author-image
Hemant Lenka
Bilkis case

Bilkis case

ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋ କେସ୍‌ରେ ଗୁଜରାଟ ସରକାରଙ୍କୁ ବଡ଼ ଝଟକା ଲାଗିଛି। ୨୦୨୨ ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ କରାଯିବା ସହ ପରିବାର ୭ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଗୁଜରାଟ ସରକାର କ୍ଷମା ପ୍ରଦାନ କରି ଜେଲରୁ ଖଲାସ କରିଥିଲେ।

Advertisment

ଏହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ସମସ୍ତଙ୍କୁ ପୁଣି ଜେଲ ହାଜତକୁ ପଠାଇ ଦେଇଥିଲେ। ତେବେ ଏହି ସମୟରେ ଗୁଜରାଟ ସରକାରଙ୍କୁ ସମାଲୋଚନା କରି ସୁପ୍ରିମକୋର୍ଟ ଦେଇଥିବା ବୟାନର ପୁର୍ନବିଚାର କରିବା ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ଏହାକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ଜାନୁଆରୀ ୮ରେ କ୍ଷମା ପ୍ରଦାନ ନିଷ୍ପତ୍ତିକୁ ଖାରଜ କରିବା ବେଳେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ ଦେଇଥିବା କିଛି ମତକୁ ବିରୋଧ କରି ଗୁଜରାଟ ସରକାର ପୁର୍ନବିଚାର କରିବାକୁ କହିଥିଲେ।

Advertisment

ଆଜି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଗୁଜରାଟଙ୍କ ସରକାର ଆବେଦନକୁ ଖାରଜ କରି କହିଛନ୍ତି ଯେ ଯେଉଁ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଛି ଓ ଏହା ସହ ଯେଉଁ ପେପର ରହିଛି, ଏହାକୁ ଭଲ ଭାବେ ଦେଖିବା ପରେ ଆମେ ହୃଦୟଙ୍ଗମ କରିଛୁ ଯେ ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ କିମ୍ବା ରିଭ୍ୟୁ ପିଟିସନର କୌଣସି ମେରିଟ ନାହିଁ। ତେଣୁ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି।

ଗୁଜରାଟ ସରକାର ଯୁକ୍ତି ରଖି କହିଥିଲେ ଯେ ସୁପ୍ରିମକୋର୍ଟ ତାଙ୍କ ରାୟରେ ରେକର୍ଡକୁ ନେଇ ତ୍ରୁଟି କରିଥିଲେ। କୋର୍ଟ ରାଜ୍ୟକୁ ଦୋଷୀ ଭାବେ ବିବେଚନା କରିଥିଲେ। ହେଲେ ଏହା ଆଦୌ ଠିକ ନୁହେଁ। ହେଲେ ଏହାର ପ୍ରଭାବ ଦୁଇ ଜଣିଆ ଖଣ୍ଡପୀଠ ଉପରେ ପଡ଼ିନାହିଁ।

୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ସମୟରେ ଦୁଷ୍କର୍ମ ପୀଡିତା ବିଲକିସ ବାନୋ ୫ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା। ଏହି ମାମଲାରେ ଗୁଜରାଟ ଓ ମହାରାଷ୍ଟ୍ରର ତଳ କୋର୍ଟ ଏବଂ ହାଇକୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ପ୍ରାୟ ଦେଢ଼ ବର୍ଷ ତଳେ ସମସ୍ତ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଜାନୁଆରୀ ୧୯ରେ ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ଦୋଷୀଙ୍କ ଦଣ୍ଡ କୋହଳ କରାଯାଇ ପାରିବ ନାହିଁ ଏବଂ ସମୟ ପୂର୍ବରୁ ସେମାନେ ମୁକୁଳି ପାରିବେ ନାହିଁ ବୋଲି କହିଥିଲେ।

ଜେଲରୁ ମୁକୁଳି ଯାଇଥିବା ସମସ୍ତ ୧୧ ଦୋଷୀ ଜାନୁଆରୀ ୨୧ ସୁଦ୍ଧା ପୁଲିସ ନିକଟରେ ଆତ୍ମସମର୍ପଣ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦୋଷୀମାନେ ଆଉ କିଛି ଦିନ ସମୟ ମାଗି ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ, ଯାହା ଖାରଜ ହୋଇଯାଇଥିଲା।

Supreme Court Bilkis Bano Bilkis Bano Case