Advertisment

ମଣିପୁର ହିଂସା ପଛରେ ବିଦେଶୀ ଗୋଷ୍ଠୀର ହାତ ଥିବା ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ

ସେ ମଣିପୁର ହିଂସାଙ୍କୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଥିବା ବେଳେ ଏହା ପଛରେ କୌଣସି ବିଦେଶୀ ଗୋଷ୍ଠୀର ହାତ ଥିବା ସଙ୍କେତ ଦେଇଛନ୍ତି।

Manipur

Manipur

Advertisment

ମେ’ ୩ରୁ ଆଦିବାସୀ ଓ ଅଣ ଆଦିବାସୀ ସଂଘର୍ଷ ଯୋଗୁ ଅଣାୟାତ୍ତ ହୋଇ ପଡ଼ିଥିବା ମଣିପୁର ସ୍ଥିତିକୁ ସ୍ୱାଭାବିକ କରିବାରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ବିଫଳ ହୋଇଛନ୍ତି। କିନ୍ତୁ ଶ୍ରୀ ସିଂହ ପୂରା ହିଂସା ଘଟଣାକୁ ନୂଆ ମୋଡ଼ ଦେବାକୁ ଉଦ୍ୟମ କରିଛନ୍ତି। ସେ ମଣିପୁର ହିଂସାଙ୍କୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଥିବା ବେଳେ ଏହା ପଛରେ କୌଣସି ବିଦେଶୀ ଗୋଷ୍ଠୀର ହାତ ଥିବା ସଙ୍କେତ ଦେଇଛନ୍ତି।

Advertisment

ସେ ଗୋଟିଏ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ କହିଛନ୍ତି, “ମଣିପୁର ପଡ଼ୋଶୀ ମିଆଁମାରକୁ ଲାଗିଛି। ଚାଇନା ସହ ଏହା ସୀମା ଶେୟାର କରୁଛି। ପ୍ରାୟ ୩୯୮ କିମି ସୀମାନ୍ତ ଅଞ୍ଚଳ ଅନଗାର୍ଡ ହୋଇ ରହିଛି। ଆମ ଫ୍ରଣ୍ଟିୟର୍ସରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। କିନ୍ତୁ ଏତେ ବଡ଼ ଅଞ୍ଚଳକୁ କଭର କରିବା ଆଦୌ ସମ୍ଭବ ନୁହେଁ।

ତଥାପି ଯାହା ସବୁ ଘଟୁଛି, ଆମେ ଏହାକୁ ଅସ୍ୱୀକାର କରୁ ନାହୁଁ। ଲାଗୁଛି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ହେଲେ ଏହା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନି। କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ସବୁ ପ୍ରକାରର ଉଦ୍ୟମ କରୁଛନ୍ତି। ମୁଁ ନିଜେ ମୋର କୁକି ଭାଇ ଓ ଭଉଣୀମାନଙ୍କ ସହ ଆଜି ଫୋନରେ କଥା ହୋଇଛି। ସେମାନଙ୍କୁ କ୍ଷମା ଦେଇ ଭୁଲି ଯିବାକୁ ଆହ୍ୱାନ ଦେଇଛି।”

Advertisment

ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁର ଗସ୍ତରେ ଯାଇଥିଲେ। ଏହା ଉପରେ ମଧ୍ୟ ଏନ ବୀରେନ ସିଂହ ମତ ରଖିଛନ୍ତି। ସେ ରାହୁଲଙ୍କ ଗସ୍ତ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ଏହା ରାଜନୀତିକ ଏଜେଣ୍ଡାର ଅଂଶ ବିଶେଷ ବୋଲି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଆମେ କାହାକୁ ଅଟକାଇ ପାରିବୁ ନାହିଁ। କିନ୍ତୁ ସମୟକୁ ଥରେ ଦେଖନ୍ତୁ। ୪୦ ଦିନ ବିତିଗଲାଣି। ସେ କାହିଁକି ଶୀଘ୍ର ଆସିଲେ ନାହିଁ। ସେ ଜଣେ କଂଗ୍ରେସ ନେତା। କିନ୍ତୁ କେଉଁ କ୍ଷମତାରେ ସେ ମଣିପୁର ଗସ୍ତରେ ଆସିଲେ? ମୁଁ ଭାବୁଛି ଗସ୍ତର ସମୟ ଠିକ ନଥିଲା।

ଲାଗୁଛି ସେ ରାଜନୀତିକ ଏଜେଣ୍ଡା ଧରି ଏଠାକୁ ଆସିଥିଲେ। ସେ ଏଠାକୁ ଆସିଲେ ଓ ମାର୍କେଟରେ ହିଂସାତ୍ମକ ପରିସ୍ଥିତି ଘଟିଲା। ବିଜେପି ଅଫିସ ଉପରେ ଆକ୍ରମଣ ହେଲା। ସେ ରାଜ୍ୟର ସ୍ଥିତିକୁ ଦେଖି ଆସିଥିଲେ ନା ରାଜନୀତିକ ସ୍ୱାର୍ଥ ସାଧନ ପାଇଁ ଆସିଥିଲେ? ସେ ଯେଉଁଭଳି ଏଠାକୁ ଆସିଥିଲେ, ତା’କୁ ମୁଁ ଆଦୌ ସମର୍ଥନ କରୁନି।”

ମେ’ ୩ରୁ କୁକି ଓ ମୈତୈ ସଂପ୍ରଦାୟର ସଂଘର୍ଷ ଯୋଗୁ ମଣିପୁରରେ ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ହଜାର ଲୋକ ବିସ୍ଥାପିତ ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି।

Manipur Manipur Violence Biren Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe