Advertisment

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫାପତ୍ର ଫାଡ଼ିଦେଲେ

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ନେଇ ଆସିଲା ନାଟକିୟ ମୋଡ଼।

ଅଦ୍ୟତନ ହୋଇଛି
Biren Singh

Biren Singh

Advertisment

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ନେଇ ଆସିଲା ନାଟକିୟ ମୋଡ଼। ତାଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳାମାନେ। ସେ ଆଜି ରାଜ୍ୟପାଳ ଅନୁସୂୟା ଉକିଙ୍କୁ ରାଜଭବନରେ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିବାକୁ ଯିବାର ଥିଲା। ହେଲେ ତାଙ୍କ ଘର ବାହାରେ ମହିଳା ଓ ସମର୍ଥକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା। ସେମାନେ ସିଏମ୍‌ ବୀରେନ୍‌ ସିଂହଙ୍କୁ ସମର୍ଥନ କରି ତାଙ୍କ ଘର ବାହାରେ ବିରାଟ ମାନବ ଶୃଙ୍ଖଳ କରିଥିଲେ ଓ ଇସ୍ତଫାକୁ ବିରୋଧ କରିଥିଲେ। ଯାହା ପରେ ମନ ବଦଳାଇ ସିଏମ୍‌ ଏନ୍‌ ବୀରେନ୍‌ ସିଂହ ଇସ୍ତଫା ଦେବାକୁ ଆଉ ଯାଇନଥିଲେ। ତାଙ୍କ ଘରୁ ମଣିପୁରର ଦୁଇଜଣ ମନ୍ତ୍ରୀ ବାହାରିଥିଲେ। ସେମାନଙ୍କ ହାତରେ ସିଏମ୍‌ ଏନ୍‌ ବୀରେନ୍‌ ସିଂହଙ୍କ ଇସ୍ତଫା ପତ୍ର ଥିଲା। ଯାହାକୁ ମହିଳାମାନେ ଛଡ଼ାଇ ନେଇ ଚିରି ଟିକ୍‌ଟିକ୍ କରିଦେଇଥିବା ଜଣାପଡ଼ିଛି।

Advertisment

ସେପଟେ ସେ ଇସ୍ତଫା ଦେବେ ନାହିଁ ବୋଲି ଟ୍ୱିଟ କରି ଲେଖିଛନ୍ତି ଏନ୍‌ ବୀରେନ୍ ସିଂହ।

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ଅଶାନ୍ତ ହୋଇ ପଡ଼ିଥିବା ବେଳେ ଏବେ ରାଜନୀତି ଜୋରଦାର ହୋଇଛି। ଯେତେବେଳେ କି ଗୁରୁବାର ହିଂସାରେ ୩ ଜଣଙ୍କ ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି। ହିଂସାକାରୀଙ୍କୁ ଦମନ କରିବାକୁ ସୁରକ୍ଷାବାହିନୀ ଚେଷ୍ଟା କରିଥିଲା, ଏହି ସମୟରେ ଉଭୟପକ୍ଷ ଭିତରେ ଗୁଳିଗୋଳା ବର୍ଷୟ ହେବାରୁ ୩ ଜଣଙ୍କ ଜୀବନହାନୀ ହୋଇଛି।

Advertisment
resigning Latter ଫାଡ଼ି ଦେଇଥିବା ଇସ୍ତଫା ପତ୍ର

ସେପଟେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଣିପୁରରେ ଦୁଇଦିନିଆ ଗସ୍ତରେ ପହଞ୍ଚିଛନ୍ତି। ସେ ଶୁକ୍ରବାର ଇଫାଲ ହୋଟେଲରେ ଏକ ବିଚାର ଧାରା ରଖୁଥିବା ଦଳର ନେତାମାନଙ୍କୁ ଭେଟିବେ। ଯାହା ଭିତରେ ୟୁନାଟେଡ୍ ନାଗା କାଉନ୍‌ସିଲ(ୟୁଏନ୍‌ସି), ନାଗରିକ ସମାଜ ସଂଗଠନ ମଧ୍ୟ ଅଛନ୍ତି। ଏନେଇ ଏଏନ୍‌ଆଇକୁ ମଣିପୁର କଂଗ୍ରେସ ସଭାପତି କିଶମ ମେଧଚନ୍ଦ୍ର ଦେଇଛନ୍ତି। ସେପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ ରହିବା ନେଇ ରାହୁଲ ଗାନ୍ଧି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘ସେ ଏଠାକୁ ରାଜନୀତି ବୟାନବାଜି କରିବାକୁ ଅସିନାହାନ୍ତି, ସେ ଏଠାରେ ଡନ୍ ପ୍ରସଙ୍ଗରେ ମଧ୍ୟ କିଛି କହିବେ ନାହିଁ, ଏଠାରେ ଶୀଘ୍ର ଶାନ୍ତି ଫେରୁ ସେ କେବଳ ଏହା ଚାହାନ୍ତି।’

ସୂଚନା ଥାଉକି, ମଣିପୁର ଜଳୁଥିବା ବେଳେ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ବିରୋଧୀ ଦଳଗୁଡ଼ିକ ବୀରେନ ସିଂହଙ୍କ ଇସ୍ତଫା ମାଗିଥିଲେ। ଏହାପରେ ଶ୍ରୀ ଶାହଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ ବୀରେନ ସିଂହ। ଆଲୋଚନାର ବିଷୟବସ୍ତୁ ଜଣାପଡ଼ି ନଥିଲେ ମଧ୍ୟ ଶ୍ରୀ ସିଂହଙ୍କ ଆଗରେ ଦୁଇଟି ବିକଳ୍ପ ରଖାଯାଇଥିଲା।

ସେ ନିଜ ଆଡ଼ୁ ଇସ୍ତଫା ଦିଅନ୍ତୁ ନଚେତ କେନ୍ଦ୍ର ସରକାର ରାଜ୍ୟ ବ୍ୟାପାର ନିଜ ନିୟନ୍ତ୍ରଣକୁ ନେଇ ସ୍ଥିତିକୁ ସ୍ୱାଭାବିକ କରିବେ। ଗତକାଲି ଠାରୁ ମଧ୍ୟ ଦିଲ୍ଲୀରୁ ଏନେଇ ତାଙ୍କ ପାଖକୁ ଏକାଧିକ ଫୋନ ମଧ୍ୟ ଆସିଥିଲା। 

ମେ’୩ରୁ ମଣିପୁରରେ ହିଂସା ଦେଖିବାକୁ ମିଳିଛି। ଚୁରାଚାନ୍ଦପୁର ଠାରୁ ଆରମ୍ଭ କରି ରାଜଧାନୀ ଇମ୍ଫାଲରେ ଏହାର ପ୍ରଭାବ ପଡ଼ିଛି। ୧୦୦ରୁ ଅଧିକ ଲୋକ ହିଂସା ଯୋଗୁ ପ୍ରାଣ ହରାଇଥିବା ବେଳେ ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ହିଂସା ଯୋଗୁ ନିଜର ସର୍ବସ୍ୱ ହରାଇଥିବା ଲୋକମାନେ ଏବେ ବିଭିନ୍ନ ରିଲିଫ କ୍ୟାମ୍ପରେ ରହୁଛନ୍ତି।

ସେମାନଙ୍କୁ ଭେଟିବା ପାଇଁ ଗତକାଲି ଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁର ଗସ୍ତରେ ଅଛନ୍ତି। ଗତକାଲି ସେ ରିଲିଫ କ୍ୟାମ୍ପରେ ଛୋଟ ପିଲାଙ୍କ ସହ ଲଞ୍ଚ କରିବା ସହ ସେଠାରେ ରହୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ଆଜି ମଧ୍ୟ ସେ ଆଉ କିଛି ରିଲିଫ କ୍ୟାମ୍ପକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି। 

ମେ’ ମାସ ଆରମ୍ଭରୁ ହିଁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀ ଲୋକଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି। ମୈତୈ ସଂପ୍ରଦାୟର ଲୋକମାନେ ନିଜକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଛନ୍ତି। ହେଲେ ଏହାକୁ ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ ବିରୋଧ କରୁଛି। ‘ଆଦିବାସୀ ଏକତା ମୋର୍ଚ୍ଚା’ ପକ୍ଷରୁ ଏହା ବିରୋଧରେ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ।

ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସଂଘର୍ଷର ନିଆଁ ପୂରା ରାଜ୍ୟରେ ବ୍ୟାପିଥିଲା। ଦିନକୁ ଦିନ ସ୍ଥିତି ଆହୁରି ଅଣାୟାତ୍ତ ହେବାରେ ଲାଗିଛି। କେନ୍ଦ୍ର ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିପୁଳ ସଂଖ୍ୟାରେ ଯବାନଙ୍କୁ ମଣିପୁର ପଠାଇଥିଲେ ହେଁ ଦୁଇ ମାସ ହେଲା ସ୍ଥିତିରେ କୌଣସି ପ୍ରକାରର ସୁଧାର ଆସିନି।

Manipur Violence Biren Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe