Advertisment

ଫୁଡ ବିଲ୍‌କୁ ନେଇ ସାଂଘାତିକ ସ୍ଥିତି; ଜନ୍ମ ଦିନରେ ହିଁ ଯୁବକଙ୍କ ଜୀବନ ନେଲେ ୪ ସାଙ୍ଗ

ଜନ୍ମ ଦିନ ପାର୍ଟିରେ ଆସିଥିବା ଫୁଡ ବିଲ୍‌କୁ ନେଇ ଉପୁଜିଲା ସାଂଘାତିକ ସ୍ଥିତି । ୫ ସାଙ୍ଗ ପାର୍ଟିରେ ମାତିଥିବା ବେଳେ ଆସିଥିବା ଫୁଡ ବିଲ୍‌କୁ ନେଇ ସେମାନଙ୍କ ମଧ୍ୟରେ ହେଲା କଥା କଟାକଟି । ଏଥିରେ ଉତ୍ତ୍ୟକ୍ତ ଯୁବକମାନେ ସଂଘବଦ୍ଧ ହୋଇ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଜୀବନ ନେଇଗଲେ।

author-image
Niharika Rout
ଅଦ୍ୟତନ ହୋଇଛି
 Party

Party

ଜନ୍ମ ଦିନ ପାର୍ଟିରେ ଆସିଥିବା ଫୁଡ ବିଲ୍‌କୁ ନେଇ ଉପୁଜିଲା ସାଂଘାତିକ ସ୍ଥିତି । ୫ ସାଙ୍ଗ ପାର୍ଟିରେ ମାତିଥିବା ବେଳେ ଆସିଥିବା ଫୁଡ ବିଲ୍‌କୁ ନେଇ ସେମାନଙ୍କ ମଧ୍ୟରେ ହେଲା କଥା କଟାକଟି । ଏଥିରେ ଉତ୍ତ୍ୟକ୍ତ ଯୁବକମାନେ ସଂଘବଦ୍ଧ ହୋଇ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଜୀବନ ନେଇଗଲେ। ଏପରି ଏକ ଅଭାବନୀୟ ଘଟଣା ମୁମ୍ବାଇରେ ଘଟିଛି। ମୃତ ଯୁବକଜଣକ ହେଲେ ୨୦ ବର୍ଷୀୟ ସବିର ଅନସରି ।

Advertisment

ଏହି ଘଟଣାରେ ପୁଲିସ୍‌ ସବିରଙ୍କ ସାଙ୍ଗ ଶାହରୁଖ ଓ ନିଶାରଙ୍କୁ ଅହମଦାବାଦରୁ ଗିରଫ କରିଛି। ଏଥିସହ ଆଉ ୨ ନାବାଳକଙ୍କୁ ବାଳ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି।

ଗତ ୩୧ ତାରିଖରେ ସବିର ଏକ ଢାବାରେ ନିଜ ୪ ସାଙ୍ଗଙ୍କୁ ପାର୍ଟି ଦେଉଥିଲେ। ହେଲେ ବିଲ୍‌ ୧୦ ହଜାର ଟଙ୍କା ହୋଇଥିବା ଦେଖି ତାଙ୍କ ବୁଦ୍ଧି ହଜିଗଲା। ସେତେବେଳେ ଅନ୍ୟମାନଙ୍କ ପାଖରେ ଏତେ ଟଙ୍କା ନ ଥିବାରୁ ସେମାନେ ଘରେ ପହଞ୍ଚି ସବିରଙ୍କୁ ଟଙ୍କା ଦେଇଦେବେ ବୋଲି ପ୍ରତିଶ୍ରତି ଦେଇଥିଲେ।

Advertisment

ଘରେ ପହଞ୍ଚି ସବିର ଅନ୍ୟମାନଙ୍କୁ ଟଙ୍କା ମାଗିବାରୁ ସେମାନେ ଟଙ୍କା ଦେଇ ପାରି ନ ଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା।

ଏହାପରେ ସବୀର ନିଜ ଅନ୍ୟ କିଛି ସାଙ୍ଗମାନଙ୍କ ସହ ଶିବାଜୀ ନଗର ଅଞ୍ଚଳର ଏକ ସ୍କୁଲ ନିକଟରେ ଉକ୍ତ ରାତିରେ ନିଜ ଜନ୍ମ ଦିନ ପାଳନ କରୁଥିଲେ। ଉକ୍ତ ସମୟରେ ତାଙ୍କ ୪ ସାଙ୍ଗ ସେଠାରେ ପହଞ୍ଚିଥିଲେ। ଏହାପରେ ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚବାଚ ହେବାରୁ ଉତ୍ତ୍ୟକ୍ତ ୪ ଜଣ ସାଙ୍ଗରେ ଆଣିଥିବା ମାରଣାସ୍ତ୍ରରେ ସବୀରଙ୍କୁ ବାରମ୍ବାର ଆଘାତ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ସବୀର ତଳେ ପଡ଼ିଯିବା ପରେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ସବୀରଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ସେମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଅମହଦବାଦରୁ କାବୁ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରୁ ଜାମିନ ନାମଞ୍ଜୁର ହେବାରୁ ୨ ଜଣଙ୍କୁ ଜେଲ୍‌ ପଠାଇ ଦିଆଯାଇଥିବା ବେଳେ ଆଉ ୨ ଜଣ ନାବାଳକଙ୍କୁ ବାଳ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି।

Murder Maharashtra Night Party