Advertisment

ବାଂସୁରୀଙ୍କୁ ଟାର୍ଗେଟ କଲା ଆପ୍‌, କହିଲା- ଲଢ଼ୁଛନ୍ତି ଦେଶ ବିରୋଧୀଙ୍କ କେସ୍‌

ଦିଲ୍ଲୀ ସରକାରର ଶିକ୍ଷା ମନ୍ତ୍ରୀ ଆତିଶି ଅଭିଯୋଗ କରିଛନ୍ତି ଯେ, ବାଂସୁରୀ ସବୁବେଳେ ଦେଶଦ୍ରୋହୀ ବ୍ୟକ୍ତିଙ୍କ ନିମନ୍ତେ କୋର୍ଟରେ ଲଢ଼ିଥାନ୍ତି। ଏହାପରେ ବି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି।

author-image
Niharika Rout
Atishi & Bansuri Swaraj

Atishi & Bansuri Swaraj

ଚଳିତ ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ନୂଆଦିଲ୍ଲୀ ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ନୂଆଦିଲ୍ଲୀ ଲୋକସଭା ଆସନ ଜିତିଥିବା ମିନାକ୍ଷୀ ଲେଖିଙ୍କ ଟିକେଟ କାଟି ଦଳ ବାଂସୁରୀଙ୍କୁ ଟିକେଟ ଦେଇଛି। ହେଲେ ବାଂସୁରୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଟାର୍ଗେଟ କରିଛି ଆପ୍‌ ।

Advertisment

ଦିଲ୍ଲୀ ସରକାରର ଶିକ୍ଷା ମନ୍ତ୍ରୀ ଆତିଶି ଅଭିଯୋଗ କରିଛନ୍ତି ଯେ, ବାଂସୁରୀ ସବୁବେଳେ ଦେଶଦ୍ରୋହୀ ବ୍ୟକ୍ତିଙ୍କ ନିମନ୍ତେ କୋର୍ଟରେ ଲଢ଼ିଥାନ୍ତି। ଏହାପରେ ବି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି।

ସେ କହିଛନ୍ତି, ଯେଉଁମାନେ ଲୋକଙ୍କ ନିକଟକୁ ଯାଇ ନ ଥାନ୍ତି, ବିଜେପି ପ୍ରଥମେ ସେହିପରି ଲୋକଙ୍କୁ ଟିକେଟ ଦେଇଥାଏ। ୫ ବର୍ଷ ପରେ ନିର୍ବାଚନ ଆସିଲେ ଲୋକଙ୍କୁ କହିଥାଏ ଯେ ପ୍ରାର୍ଥୀ ଖରାପ ଥିଲେ, କିନ୍ତୁ ବିଜେପି ଭଲ। ଦିଲ୍ଲୀର ୫ ଆଶାୟୀଙ୍କ ମଧ୍ୟରୁ ଏହି କାରଣରୁ ବିଜେପି ୪ ଜଣଙ୍କ ଟିକେଟ କାଟି ଦେଇଛନ୍ତି । ହେଲେ ଦିଲ୍ଲୀବାସୀ ତୁମ ଚାଲ୍‌ରେ ପଡ଼ିବେନି କି ବୋକା ହେବେନି ବୋଲି କହିଛନ୍ତି ଅତିଶି ।

Advertisment

ବାଂସୁରୀଙ୍କୁ ସମାଲୋଚନା କରି ଅତିଶି କହିଛନ୍ତି, ସେ ସର୍ବଦା ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଲୋକଙ୍କ ପାଇଁ କେସ୍‌ ଲଢ଼ିଥାନ୍ତି। ତାଙ୍କ କ୍ଲାଏଣ୍ଟଙ୍କ ମଧ୍ୟରେ ଫେରାର ଲଳିତ ମୋଦି ଅଛନ୍ତି। ଏହାବାଦ ମଣିପୁର ହିଂସାରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରିଥିବା ଅଭିଯୁକ୍ତଙ୍କ ସପକ୍ଷରେ ସେ କୋର୍ଟରେ ଛିଡ଼ା ହେଉଛନ୍ତି। ଚଣ୍ଡିଗଡ଼ରେ ମେୟର ନିର୍ବାଚନରେ ଚଞ୍ଚକତା କରିଥିବା ଅଧିକାରୀଙ୍କ କେସ୍‌ ବି ସେ ହିଁ ଲଢ଼ୁଛନ୍ତି। ତେଣୁ ସେ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ।

ଏହାର ଉତ୍ତରରେ ବାଂସୁରୀ କହିଛନ୍ତି, ଆପ୍‌ ଏପରି ଅଯୋଗ୍ୟ ପ୍ରାର୍ଥୀ କାହିଁକି ମଇଦାନରେ ଓହ୍ଲାଇଛି ଯାହାଙ୍କୁ ନିଜ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ରନଗରରେ ପିଟିଛନ୍ତି। ଆପ୍‌ ପ୍ରଥମେ ଏହାର ଜବାବ ଦେଉ । ସେମାନେ ଆମ ଉପରେ ଯେଉଁ ସବୁ ଆରୋପ ଲଗାଇବେ ତାହାର ଉତ୍ତର ନିର୍ବାଚନ ସମୟରେ ଜନତା ଦେବେ ।

ଲୋକସଭା ନିର୍ବାଚନ ପାଇଁ ଗତ ଶନିବାର ବିଜେପି ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସେଥିମଧ୍ୟରେ ଦିଲ୍ଲୀର ୫ ପ୍ରାର୍ଥୀଙ୍କ ନାମ ସାମିଲ ଅଛି। ଏହି ୫ ସିଟ୍‌ରେ ବିଜେପି ଗତ ଥର ଜିତିଥିବା ନିର୍ବାଚତ ପ୍ରତିନିଧିଙ୍କୁ ହଟାଇ ଦେଇଛି । ପାର୍ଟି ଏଥର ଚାନ୍ଦିନି ଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନର୍ଥ ଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ, ନୂଆଦିଲ୍ଲୀରୁ ବାଂସୁରୀ ସ୍ୱରାଜ, ପଶ୍ଚିମ ଦିଲ୍ଲୀରୁ କମଳଜୀତ ସହରାବତ ଓ ଦକ୍ଷିଣ ଦିଲ୍ଲୀ ସିଟ୍‌ରୁ ରାମବୀର ସିଂ ବିଧୁଡ଼ିଙ୍କୁ ଟିକେଟ ଦେଇଛି।

ଚାନ୍ଦିନୀ ଚୌକରୁ ନିର୍ବାଚତ ପ୍ରତିନିଧି ଥିବା ଡା. ହର୍ଷବର୍ଦ୍ଧନ, ନୂଆ ଦିଲ୍ଲୀରେ ଥିବା ମିନାକ୍ଷୀ ଲେଖି, ପଶ୍ଚିମ ଦିଲ୍ଲୀରେ ଥିବା ସାହିବ ସିଂହ ବର୍ମା ଓ ସାଉଥ ଦିଲ୍ଲୀରୁ ରମେଶ ବିଧୁଡିଙ୍କ ଟିକେଟ କାଟିଛି ଦଳ ।

Bjp AAP Bansuri Swaraj