Advertisment

ଟିକେଟ୍‌ ଦେଇଥିଲା ବିଜେପି, ଲଢ଼ିବିନି କହିଲେ ଆଉ ଜଣେ ନେତା

ଉତ୍ତରପ୍ରଦେଶର ବାରାବାଙ୍କି ଲୋକସଭା ଆସନ ପାଇଁ ବିଜେପି ଉପେନ୍ଦ୍ର ରାଓ୍ୱାତଙ୍କୁ ଟିକେଟ୍‌ ଦେଇଥିଲା।

Upendra Singh Rawat

Upendra Singh Rawat

Advertisment

ଲୋକସଭା ନିର୍ବାଚନକୁ ନେଇ ବେଶ୍‌ ଉତ୍ସାହର ସହ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେପି। କିଏ କେଉଁଠୁ ଲଢ଼ିବ ସେଥିପାଇଁ ପ୍ରାୟ ୧୯୫ ଜଣଙ୍କୁ ବିଜେପି ଦେଇଥିଲା ଟିକେଟ୍‌। ହେଲେ ପ୍ରାର୍ଥୀ ତାଲିକା ଘୋଷଣାର ଦିନକ ପରେ ପୁଣିଥରେ ବିଜେପିକୁ ଲାଗିଛି ଝଟ୍‌କା। ପଶ୍ଚିମବଙ୍ଗର ଆସନସୋଲ ପରେ ଏବେ ଉତ୍ତରପ୍ରଦେଶର ବାରାବାଙ୍କିରୁ ନିର୍ବାଚନ ଲଢ଼ିବେନି କହି ଟିକେଟ୍‌ ଫେରାଇ ଦେଇଛନ୍ତି ଆଉ ଜଣେ ନେତା।

Advertisment

ଉତ୍ତରପ୍ରଦେଶର ବାରାବାଙ୍କି ଲୋକସଭା ଆସନ ପାଇଁ ବିଜେପି ଉପେନ୍ଦ୍ର ରାଓ୍ୱାତଙ୍କୁ ଟିକେଟ୍‌ ଦେଇଥିଲା। ଉପେନ୍ଦ୍ର ରାଓ୍ୱତ ବର୍ତ୍ତମାନ ବାରାବାଙ୍କିର ସାଂସଦ ଅଛନ୍ତି। ବିଜେପି ତା'ର ଯେଉଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା ସେଥିରେ ଉପେନ୍ଦ୍ର ରାଓ୍ୱତଙ୍କ ନାଁ ସାମିଲ ଥିଲା। ତାଙ୍କୁ ବିଜେପି ପୁଣିଥରେ ବାରାବାଙ୍କିରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା। ହେଲେ ସୋମବାର ଉପେନ୍ଦ୍ର ରାଓ୍ୱତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏନେଇ ସେ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ସେ ଏହି ପୋଷ୍ଟରେ ଲେଖିଛନ୍ତି, 'ମୋର ଏକ ଏଡିଟେଡ୍‌ ଭିଡିଓ ଭାଇରାଲ କରାଯାଉଛି, ଯାହା ଡିପଫେକ୍ AI ଟେକ୍ନୋଲୋଜି ଦ୍ୱାରା ତିଆରି କରାଯାଇଛି। ଏହାକୁ ନେଇ ମୁଁ ଏଫ୍ଆଇଆର୍ ମଧ୍ୟ ଦାଖଲ କରିଛି। ଏହି ପରିପ୍ରେକ୍ଷୀରେ ମୁଁ ମାନ୍ୟବର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାକୁ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛି। ନିର୍ଦ୍ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ମୁଁ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ।'

Advertisment

ଏହାପୂର୍ବରୁ ଗତକାଲି ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଷ୍ଟାର୍‌ ପବନ ସିଂହ ମଧ୍ୟ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ଏହାପରେ ପବନ ସିଂହଙ୍କୁ ଜେପି ନଡ୍ଡା ଆଲୋଚନା କରିବାକୁ ଦିଲ୍ଲୀ ଡକାଇଥିଲେ। ବିଜେପି ପବନ ସିଂହଙ୍କୁ ପଶ୍ଚିମବଙ୍ଗର ଆସନସୋଲରୁ ଟିକେଟ୍‌ ଦେଇଥିଲା।  

Bjp Upendra Singh Rawat Bjp Candidate List Uttar Pradesh Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe