Advertisment

ପ୍ରଚାର ବେଳେ ଯୁବତୀଙ୍କୁ କିସ୍‌ କରିଦେଲେ ପ୍ରାର୍ଥୀ

ନିଜ ନିର୍ବାଚନ ମଣ୍ଡଳିରେ ପ୍ରଚାର କରିବା ବେଳେ ଜଣେ ଯୁବତୀଙ୍କ ଗାଲକୁ ସର୍ବସମ୍ମୁଖରେ କିସ୍‌ କରିଦେଇଛନ୍ତି ବିଜେପି ପ୍ରାର୍ଥୀ। ଏହାକୁ ନେଇ ବିବାଦ ଘନେଇଛି।

BJP Candidate Kisses Woman

BJP Candidate Kisses Woman

Advertisment

ପାଖେଇ ଆସିଲାଣି ୨୦୨୪ ନିର୍ବାଚନୀ ତାରିଖ। ଦିନ ଯେତେ ପାଖଉଛି ପ୍ରଚାର ସେତେ ବଢ଼ୁଛି। ଘନ ଘନ ପ୍ରଚାର କରୁଛନ୍ତି ପ୍ରାର୍ଥୀ। ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ଫଣ୍ଡା। କିଏ କେଉଁ ଢ଼ଙ୍ଗ ଆଉ ରଙ୍ଗରେ କରୁଛନ୍ତି ପ୍ରଚାର। ଏହାରି ଭିତରେ ଜଣେ ପ୍ରାର୍ଥୀ ପ୍ରଚାର ବେଳେ ଯୁବତୀଙ୍କୁ କରିଦେଇଛନ୍ତି କିସ୍‌। ଏଭଳି କରିବା ଏବେ ତାଙ୍କୁ ମହଙ୍ଗା ପଡିଛି।

Advertisment

ପଶ୍ଚିମବଙ୍ଗର ବିଜେପି ପ୍ରାର୍ଥୀ ଖଗେନ ମୁର୍ମୁ। ସେ ମାଲଦା ଭତ୍ତର ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ତେବେ ନିଜ ନିର୍ବାଚନ ମଣ୍ଡଳି ମାଲଦାର ଚଞ୍ଚଲ ସିହିପୁର ଗାଁରେ ସେ ପ୍ରଚାର କରିବା ବେଳେ ଜଣେ ଯୁବତୀଙ୍କ ଗାଲକୁ ସର୍ବସମ୍ମୁଖରେ କିସ୍‌ କରିଦେଇଛନ୍ତି। ଯୁବତୀଙ୍କ ବାପା-ମା' ପାଖରେ ଥିଲେ ମଧ୍ୟ ସେ ଏହାକୁ ଖାତିର କରିନାହାନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏହି ଫଟୋକୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛି ତୃଣମୂଳ କଂଗ୍ରେସ। ଟିଏମସି ଏହାକୁ ବଙ୍ଗୀୟ ସଂସ୍କୃତି ପାଇଁ ଏକ ନିନ୍ଦନୀୟ ଘଟଣା ବୋଲି କହିଛି।

Advertisment

ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ସାଂସଦଙ୍କ ଠାରୁ ଆରମ୍ଭ କରି ବଙ୍ଗୀୟ ମହିଳାଙ୍କ ବିଷୟରେ ଅଶ୍ଳୀଳ ଗୀତ ଗାଇଥିବା ରାଜନେତାଙ୍କ ପର୍ଯ୍ୟନ୍ତ ବିଜେପି ଶିବିରରେ ମହିଳା ବିରୋଧୀ ରାଜନେତାଙ୍କ ପ୍ରିୟତାର ଅଭାବ ନାହିଁ। ଏହିଭଳି ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ମୋଦିଙ୍କ ପରିବାର ଏକତ୍ରିତ ହୋଇଥିଲେ! ସେମାନେ କ୍ଷମତାକୁ ଆସିଲେ କ'ଣ କରିବେ କଳ୍ପନା କରନ୍ତୁ ବୋଲି ପଶ୍ଚିମବଙ୍ଗର ଶାସକ ଦଳ କହିଛି।

ସେପଟେ ନିଜ ଉପରେ ପ୍ରଶ୍ନ ଉଠିଥିବାର ଦେଖି ବିଜେପି ପ୍ରାର୍ଥୀ ଖଗେନ ମୁର୍ମୁ କହିଛନ୍ତି ଯେ ଟିଏମସି ତାଙ୍କ ଫଟୋକୁ ବିକୃତ କରୁଛି। ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। ଉକ୍ତ ଯୁବତୀ ଜଣକ ମୋ ଝିଅ ଭଳି। ଆଉ ନିଜ ଝିଅକୁ ସ୍ନେହରେ କିସ୍‌ କରିବା ଭୁଲ୍‌ ନୁହେଁ ବୋଲି ଖଗେନ ମୁର୍ମୁ କହିଛନ୍ତି।

ଖବେନ ମୁର୍ମୁ ବର୍ତ୍ତମାନ ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଅଛନ୍ତି। ୨୦୧୯ରେ ସେ ବିଜେପି ଟିକେଟ୍‌ରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଜିତିଥିଲେ। ବିଜେପି ପୁଣି ଥରେ ୬୩ ବର୍ଷିୟ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି।

West Bengal BJP Candidate Election Campaign Viral Photo Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe