Advertisment

ଗଣତି ପୂର୍ବରୁ ମନ୍ଦିରରେ ପୂଜା କଲେ ବିଜେପି ପ୍ରାର୍ଥୀ

ଫଳାଫଳ ଆସିବା ପୂର୍ବରୁ କିଛି ପ୍ରାର୍ଥୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିବା ବେଳେ ଆଉ କିଛି କରିଛନ୍ତି ହୋମ୍‌ ଯଜ୍ଞ।

author-image
Madhupriya Mistry
ଅଦ୍ୟତନ ହୋଇଛି
BJP candidate offer prayer

BJP candidate offer prayer

ଏନ୍‌ଡିଏର ୪୦୦ ପାର୍‌ ନା ଇଣ୍ଡିଆ ମେଣ୍ଟ ମାରିବ ବାଜି? ଏହା ଉପରେ ପୂରା ଆଜି ଦେଶର ନଜର ରହିଛି। ଆଉ କିଛି ସମୟରେ ଆରମ୍ଭ ହେବ ଗଣତି। ତେବେ ଫଳାଫଳ ଆସିବା ପୂର୍ବରୁ କିଛି ପ୍ରାର୍ଥୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିବା ବେଳେ ଆଉ କିଛି କରିଛନ୍ତି ହୋମ୍‌ ଯଜ୍ଞ।

Advertisment

ନୂଆଦିଲ୍ଲୀ ଲୋକସଭା ବିଜେପି ପ୍ରାର୍ଥୀ ବାଁସୁରୀ ସ୍ୱରାଜ ଦିଲ୍ଲୀର ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେ ଏଠାରେ ବିଶେଷ ପ୍ରାର୍ଥନା କରିଛନ୍ତି। ସେହିପରି ଦିଲ୍ଲୀ ଚାନ୍ଦନୀ ଚୌକ୍‌ରୁ ବିଜେପି ପ୍ରାର୍ଥୀ ପ୍ରବୀଣ ଖଣ୍ଡେଲଓ୍ୱାଲ ଦିଲ୍ଲୀ ଗୌରୀ ଶଙ୍କର ମନ୍ଦିରରେ ପୂଜା କରିଛନ୍ତି।

Advertisment

ସେପଟେ ଉତ୍ତରପ୍ରଦେଶ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତା ରବି କିଶନ ମଧ୍ୟ ରେଜଲ୍ଟ ପୂର୍ବରୁ ଗୋରଖପୁରର ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜା କରିଛନ୍ତି। ପୂଜା ପରେ ସେ କହିଛନ୍ତି, 'ଏହା ଐତିହାସିକ, ରାମ ରାଜ୍ୟ ଜାରି ରହିବ। ତୃତୀୟ ଥର ପାଇଁ ବିଶ୍ୱର ସବୁଠୁ ବଡ ନେତା ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ... ଦେଶର ଲୋକମାନେ ଦେଶକୁ ଜିତାଇ ଦେଇଛନ୍ତି।' ସେପଟେ ବିହାର ପାଟନାରେ ଭୋଟ ଗଣତି ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାମାନେ ହୋମ ଯଜ୍ଞ କରିଛନ୍ତି।

ଆଜି ଲୋକସଭା ସହିତ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନ ଫଳ ଆଜି ପ୍ରକାଶ ପାଇବ। ତେବେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ, ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ। ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ଭୋଟ୍ ଗଣତି କେନ୍ଦ୍ରରେ ସକାଳୁ ଗହଳିଚହଳି ଦେଖିବାକୁ ମିଳିଛି। ଗଣତି ପାଇଁ କାଉଣ୍ଟିଂ ସେଣ୍ଟରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

LoksaElectionResults2024 LokSabhaElectionResults2024