ଏନ୍ଡିଏର ୪୦୦ ପାର୍ ନା ଇଣ୍ଡିଆ ମେଣ୍ଟ ମାରିବ ବାଜି? ଏହା ଉପରେ ପୂରା ଆଜି ଦେଶର ନଜର ରହିଛି। ଆଉ କିଛି ସମୟରେ ଆରମ୍ଭ ହେବ ଗଣତି। ତେବେ ଫଳାଫଳ ଆସିବା ପୂର୍ବରୁ କିଛି ପ୍ରାର୍ଥୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିବା ବେଳେ ଆଉ କିଛି କରିଛନ୍ତି ହୋମ୍ ଯଜ୍ଞ।
ନୂଆଦିଲ୍ଲୀ ଲୋକସଭା ବିଜେପି ପ୍ରାର୍ଥୀ ବାଁସୁରୀ ସ୍ୱରାଜ ଦିଲ୍ଲୀର ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେ ଏଠାରେ ବିଶେଷ ପ୍ରାର୍ଥନା କରିଛନ୍ତି। ସେହିପରି ଦିଲ୍ଲୀ ଚାନ୍ଦନୀ ଚୌକ୍ରୁ ବିଜେପି ପ୍ରାର୍ଥୀ ପ୍ରବୀଣ ଖଣ୍ଡେଲଓ୍ୱାଲ ଦିଲ୍ଲୀ ଗୌରୀ ଶଙ୍କର ମନ୍ଦିରରେ ପୂଜା କରିଛନ୍ତି।
#WATCH | BJP candidate from New Delhi Lok Sabha seat, Bansuri Swaraj offers prayers at Shri Laxmi Narayan Temple (Birla Mandir) in Delhi. pic.twitter.com/VBosg3YM8R
— ANI (@ANI) June 4, 2024
ସେପଟେ ଉତ୍ତରପ୍ରଦେଶ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତା ରବି କିଶନ ମଧ୍ୟ ରେଜଲ୍ଟ ପୂର୍ବରୁ ଗୋରଖପୁରର ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜା କରିଛନ୍ତି। ପୂଜା ପରେ ସେ କହିଛନ୍ତି, 'ଏହା ଐତିହାସିକ, ରାମ ରାଜ୍ୟ ଜାରି ରହିବ। ତୃତୀୟ ଥର ପାଇଁ ବିଶ୍ୱର ସବୁଠୁ ବଡ ନେତା ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ... ଦେଶର ଲୋକମାନେ ଦେଶକୁ ଜିତାଇ ଦେଇଛନ୍ତି।' ସେପଟେ ବିହାର ପାଟନାରେ ଭୋଟ ଗଣତି ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାମାନେ ହୋମ ଯଜ୍ଞ କରିଛନ୍ତି।
#WATCH | BJP MP and candidate from Gorakhpur, Ravi Kishan says, "This is historic, Ram Rajya will continue. The biggest leader of the world is going to be the Prime Minister for the third time...People of the country have made the country win and placed their trust in PM Modi..."… pic.twitter.com/5z2B7NAb6G
— ANI (@ANI) June 4, 2024
ଆଜି ଲୋକସଭା ସହିତ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନ ଫଳ ଆଜି ପ୍ରକାଶ ପାଇବ। ତେବେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ, ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ। ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ଭୋଟ୍ ଗଣତି କେନ୍ଦ୍ରରେ ସକାଳୁ ଗହଳିଚହଳି ଦେଖିବାକୁ ମିଳିଛି। ଗଣତି ପାଇଁ କାଉଣ୍ଟିଂ ସେଣ୍ଟରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।