JP Nadda and Ashok Chavan
ମହାରାଷ୍ଟ୍ରରୁ ରାଜ୍ୟସଭା ଯିବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଚୌହାନ। ସେହିପରି ଗୁଜରାଟରୁ ରଜ୍ୟସଭାକୁ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେପି ତା'ର ପ୍ରକାଶ କରିଥିବା ତୃତୀୟ ପାର୍ଥୀ ତାଲିକାରୁ ଏହା ଜଣାପଡିଛି।
ବିଜେପି ତରଫରୁ ଜାରି କରାଯାଇଥିବା ତାଲିକାରେ ୭ ଜଣଙ୍କ ନାମ ଉଲ୍ଲେଖ ରହିଛି । ଯାହା ମଧ୍ୟରୁ ୪ ଜଣଙ୍କୁ ଗୁଜରାଟ ଓ ୩ ଜଣ ମହାରାଷ୍ଟ୍ରରୁ ପ୍ରାର୍ଥୀ ହୋଇଛନ୍ତି।
ବିଜେପି ଜାରି କରିଥିବା ପ୍ରାର୍ଥୀ ତାଲିକାର ପ୍ରଥମରେ ରହିଛନ୍ତି ଜେପି ନଡ୍ଡା, ଦ୍ୱିତୀୟରେ ଗୋବିନ୍ଦଭାଇ ଢୋଲକିଆ, ମୟଙ୍କ ଭାଇ ନାୟକ, ଯଶବନ୍ତ ସିଂ ସଲାମସିଂହ ପରମାରଙ୍କ ନାଁ ସାମିଲ ଅଛି । ଏମାନେ ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ମନୋନୀତ କରିଛି ବିଜେପି। ସେହିପରି ମହାରାଷ୍ଟ୍ରରୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଅଶୋକ ଚୌହାନ, ମେଧା କୁଲକର୍ଣ୍ଣୀ ଏବଂ ଅଜିତ ଗୋପଚାଡେଙ୍କୁ ପ୍ରାର୍ଥୀ କରିଛି ଦଳ। ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରୀ ୧୩ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ଅଶୋକ ଚୌହାନ।
କହିରଖୁ ଯେ, ରବିବାର ଦିନ ବିଜେପି ଉତ୍ତରପ୍ରଦେଶ, ବିହାର, ଛତିଶଗଡ ଏବଂ ଅନ୍ୟାନ୍ୟ ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଦଳ ପୁଣି ଥରେ ସୁଧାଂଶୁ ତ୍ରିବେଦୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ସ୍ଥିର କରିଛି। ତାଙ୍କୁ ଉତ୍ତରପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିଲା। ଦଳ ସୁଭାଷ ବାରାଲାଙ୍କୁ ହରିଆଣାରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଯଦି ଆମେ ବିହାର ବିଷୟରେ ଆଲୋଚନା କରିବା, ତେବେ ଏନଡିଏରୁ ତିନିଜଣଙ୍କୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ଦୁଇଟି ନାମ ବିଜେପିର। ଦଳ ଧର୍ମଶୀଲା ଗୁପ୍ତା ଏବଂ ଭୀମ ସିଂହଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଉଭୟ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯିବେ। ଆଜି ଉଭୟ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1707907994.jpg)